ଶ୍ରୀକ୍ଷେତ୍ରରେ ବାତ୍ୟା ପ୍ରଭାବ, ବର୍ଷା ସାଙ୍ଗକୁ ବହିଲାଣି ହାଲକା ପବନ

ପୁରୀ ୨୪/୧୦: ପୁରୀରେ ମଧ୍ୟ ବାତ୍ୟା ଦାନାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି। ଆଜି ସକାଳୁ ପୁରୀରେ ବର୍ଷା ସାଙ୍ଗକୁ ହାଲୁକା ପବନ ବହିବା ରେ ଲାଗିଛି। ବାତ୍ୟାର ପ୍ରଭାବ ପୁରୀରେ ଆରମ୍ଭ ହୋଇଥିବା ବେଳେ ବଡ଼ଦାଣ୍ଡ ଖାଁ ଖାଁ ହୋଇ ପଡ଼ିଛି। ସେପଟେ ପୁରୀ ପେଣ୍ଠକଟା ଅଞ୍ଚଳରେ ଥିବା ମତ୍ସ୍ୟଜୀବୀମାନଙ୍କୁ ବହୁମୁଖି ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକମାନଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି।ବାତ୍ୟା ଦାନା ମାଡ଼ରୁ ବର୍ତ୍ତିବା ପାଇଁ ଚାଲିଛି ବଡ଼ ତୟାରି। ଧର୍ମକ୍ଷେତ୍ର ଶ୍ରୀକ୍ଷେତ୍ରରେ ଯେଉଁଠି ଦିନେ ଲହଡ଼ି ଭାଙ୍ଗୁଥିଲା ଜନ ସମୁଦ୍ର, ସେଇଠି କମିଛିି ବାହାରୁ ଆସୁଥିବା ଜନତାଙ୍କ ସୁଅ । ବଡ଼ଦାଣ୍ଡରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଯେଉଁ ବ୍ୟାରିକେଡ୍ ଲାଗିଥିଲା, ତାକୁ ଖୋଲିଦିଆଯାଇଛି। କାଳେ ଝଡ଼ ପବନରେ ଉଡ଼ି କାହାର କ୍ଷତି ଘଟାଇବା ସେଥିପାଇଁ ଆଗୁଆ ସତର୍କ ପଦକ୍ଷେପ ନିଆଯାଇଛି । 

ଶ୍ରୀକ୍ଷେତ୍ରରେ ବାତ୍ୟା ପ୍ରଭାବ, ବର୍ଷା ସାଙ୍ଗକୁ ବହିଲାଣି ହାଲକା ପବନ

ପୁରୀ ୨୪/୧୦: ପୁରୀରେ ମଧ୍ୟ ବାତ୍ୟା ଦାନାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି। ଆଜି ସକାଳୁ ପୁରୀରେ ବର୍ଷା ସାଙ୍ଗକୁ ହାଲୁକା ପବନ ବହିବା ରେ ଲାଗିଛି। ବାତ୍ୟାର ପ୍ରଭାବ ପୁରୀରେ ଆରମ୍ଭ ହୋଇଥିବା ବେଳେ ବଡ଼ଦାଣ୍ଡ ଖାଁ ଖାଁ ହୋଇ ପଡ଼ିଛି। 

ସେପଟେ ପୁରୀ ପେଣ୍ଠକଟା ଅଞ୍ଚଳରେ ଥିବା ମତ୍ସ୍ୟଜୀବୀମାନଙ୍କୁ ବହୁମୁଖି ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକମାନଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି।

ବାତ୍ୟା ଦାନା ମାଡ଼ରୁ ବର୍ତ୍ତିବା ପାଇଁ ଚାଲିଛି ବଡ଼ ତୟାରି। ଧର୍ମକ୍ଷେତ୍ର ଶ୍ରୀକ୍ଷେତ୍ରରେ ଯେଉଁଠି ଦିନେ ଲହଡ଼ି ଭାଙ୍ଗୁଥିଲା ଜନ ସମୁଦ୍ର, ସେଇଠି କମିଛିି ବାହାରୁ ଆସୁଥିବା ଜନତାଙ୍କ ସୁଅ । ବଡ଼ଦାଣ୍ଡରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଯେଉଁ ବ୍ୟାରିକେଡ୍ ଲାଗିଥିଲା, ତାକୁ ଖୋଲିଦିଆଯାଇଛି। କାଳେ ଝଡ଼ ପବନରେ ଉଡ଼ି କାହାର କ୍ଷତି ଘଟାଇବା ସେଥିପାଇଁ ଆଗୁଆ ସତର୍କ ପଦକ୍ଷେପ ନିଆଯାଇଛି ।