ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ, ଓଡ଼ିଶାରେ ବିଜେପିରୁ କିଏ ?

ଭୁବନେଶ୍ଵର: ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ। ଦେଶର ମୋଟ୍ ୯ଟି ରାଜ୍ୟର ୧୨ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ହେବ । ଏଥିରେ ଓଡ଼ିଶାରେ ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ।   ଏ ନେଇ  ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ମମତା ମହାନ୍ତଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ତେବେ ବିଜେପିରୁ କିଏ ଯିବେ ରାଜ୍ୟସଭା ତାକୁ ନେଇ  ଚର୍ଚ୍ଚା ଯୋର ଧରିଥିବା ବେଳେ ମମତା ବିଜେପିରୁ ପୁଣି ଥରେ ରାଜ୍ୟ ସଭା ଯାଇପାରନ୍ତି ବୋଲି କୁହାଯାଉଛି । ସେହିପରି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଏବଂ ବିଜେପି ନେତା ସମୀର ଦାଶଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ସେପ୍ଟେମ୍ବର ୩ରେ ରାଜ୍ୟସଭା ନିର୍ବାଚନ। ଓଡ଼ିଶାରେ ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ।  ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲିପଡିଥିବା ସିଟରେ ହେବ ନିର୍ବାଚନ। ରାଜ୍ୟ ନିର୍ବାଚନ ପରେ ଗଣିତ ବଦଳିଛି। ତେଣୁ ଏହି ଆସନରେ ବିଜେପି ପ୍ରାର୍ଥୀ ହିଁ ବିଜୟୀ ହେବା ସ୍ପଷ୍ଟ। ତେଣୁ ପ୍ରଶ୍ନ  ବିଜେପି ଟିକେଟରେ କିଏ ଯିବେ ରାଜ୍ୟସଭା? କୁହାଯାଉଛି ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ପୁଣି ଥରେ ରାଜ୍ୟସଭା ଟିକେଟ ଧରାଇପାରେ ବିଜେପି। ଏହାଦ୍ବାରା କୁଡୁମି ସଂପ୍ରଦାୟକୁ ନିଜ ପଟରେ ରଖିବାକୁ ଚାହିଁବ । ଅବଶ୍ୟ ପଦ୍ମଧରି ଓଡିଶା ଫେ

ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ, ଓଡ଼ିଶାରେ ବିଜେପିରୁ କିଏ ?

ଭୁବନେଶ୍ଵର: ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ। ଦେଶର ମୋଟ୍ ୯ଟି ରାଜ୍ୟର ୧୨ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ହେବ । ଏଥିରେ ଓଡ଼ିଶାରେ ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ।   ଏ ନେଇ  ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ମମତା ମହାନ୍ତଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ତେବେ ବିଜେପିରୁ କିଏ ଯିବେ ରାଜ୍ୟସଭା ତାକୁ ନେଇ  ଚର୍ଚ୍ଚା ଯୋର ଧରିଥିବା ବେଳେ ମମତା ବିଜେପିରୁ ପୁଣି ଥରେ ରାଜ୍ୟ ସଭା ଯାଇପାରନ୍ତି ବୋଲି କୁହାଯାଉଛି । ସେହିପରି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଏବଂ ବିଜେପି ନେତା ସମୀର ଦାଶଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। 

ସେପ୍ଟେମ୍ବର ୩ରେ ରାଜ୍ୟସଭା ନିର୍ବାଚନ। ଓଡ଼ିଶାରେ ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ।  ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲିପଡିଥିବା ସିଟରେ ହେବ ନିର୍ବାଚନ। ରାଜ୍ୟ ନିର୍ବାଚନ ପରେ ଗଣିତ ବଦଳିଛି। ତେଣୁ ଏହି ଆସନରେ ବିଜେପି ପ୍ରାର୍ଥୀ ହିଁ ବିଜୟୀ ହେବା ସ୍ପଷ୍ଟ। ତେଣୁ ପ୍ରଶ୍ନ  ବିଜେପି ଟିକେଟରେ କିଏ ଯିବେ ରାଜ୍ୟସଭା? କୁହାଯାଉଛି ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ପୁଣି ଥରେ ରାଜ୍ୟସଭା ଟିକେଟ ଧରାଇପାରେ ବିଜେପି। ଏହାଦ୍ବାରା କୁଡୁମି ସଂପ୍ରଦାୟକୁ ନିଜ ପଟରେ ରଖିବାକୁ ଚାହିଁବ । ଅବଶ୍ୟ ପଦ୍ମଧରି ଓଡିଶା ଫେରିବା ପରେ ମମତା କହିଛନ୍ତି ଦଳ ଯାହା ଦାୟିତ୍ବ ଦେବ ସେୟା ହିଁ କରିବେ। ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ପୂର୍ବତନ ରାଜ୍ୟସଭାପତି ସମୀର ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ସମୀର ରଂଜନ ଦାଶଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ରାଜ୍ୟ ସଭାପତି କହିଛନ୍ତି କିଏ ରାଜ୍ୟସଭା ଯିବେ ତାହା ସଂସଦୀୟ ବୋର୍ଡ ହିଁ ନିଷ୍ପତ୍ତି ନେବେ। 

Also read: ଘନେଇଲା ପୋଲାଭରମ ରାଜନୀତି, ଗ୍ରାଉଣ୍ଡ ଜିରୋ ଅଭିମୁଖେ ବାହାରିଲା ବିଜେଡି ଟିମ୍‌

କୁହାଯାଉଛି ବିଜେପି ମମତାଙ୍କୁ ପୁଣି ଥରେ ରାଜ୍ୟସଭା ପଠାଇ ବିଜେଡିର ରାଜ୍ୟସଭା ଛାଡୁଥିବା ସାଂସଦଙ୍କୁ ଏକ ଭିନ୍ନ ବାର୍ତ୍ତା ଦେବାକୁ ଚାହୁଁଛି । ଏହା ଦ୍ବାରା ବିଜେଡିରେ ଅସନ୍ତୁଷ୍ଟ ଥିବା ଅନ୍ୟ  ରାଜ୍ୟସଭା ସାଂସଦଙ୍କୁ ବିଜେପି ଭରସାଯୋଗ୍ୟ ଥୋପ ଦେଇପାରେ। ଯାହା ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି । ସେପଟେ ରାଜ୍ୟସଭାରେ ବିଜେପି ପାଖରେ ସଂଖ୍ୟାଗରିଷ୍ଠତାରୁ ୧୩ ସିଟ କମ ରହିଛି । ଏବେ ୧୨ ଟି ସିଟରେ ଭୋଟ ହେଉଛି । ସବୁ ସିଟ ବିଜେପି ସପକ୍ଷରେ ଗଲେ ବି ଗୋଟିଏ ସିଟ କମ ରହିବ । ସେଇ ଗୋଟିଏ ସିଟର ଗଣିତ ପୂରୁଣ କରିବାକୁ ବିଜେପି ବାଟ ଖୋଲା ରଖିବ। 

ଦେଶର ମୋଟ୍ ୯ଟି ରାଜ୍ୟର ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆସାମ, ତ୍ରିପୁରା, ହରିୟାଣା ରାଜସ୍ଥାନ, ବିହାର, ତେଲେଙ୍ଗାନା ତ୍ରିପୁରା ଏବଂ ଓଡିଶା ଏମିତି ୯ଟି ରାଜ୍ୟର ୧୨ଟି ରାଜ୍ୟସଭା ଆସନପାଇଁ ଉପନିର୍ବାଚନ କରାଯିବ। ସେଥିରେ  ଓଡିଶାର   ଗୋଟିଏ ଆସନରେ ଉପନିର୍ବାଚନ ହେବ। ଭାରତର ନିର୍ବାଚନ ଆୟୋଗଙ୍କ ଘୋଷଣା  ଅନୁଯାୟୀ ଉପନିର୍ବାଚନ ପାଇଁ ୧୪ ଅଗଷ୍ଟରେ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନ ପତ୍ର ଦାଖଲର ଅନ୍ତିମ ତାରିଖ ଅଗଷ୍ଟ ୨୧ ତାରିଖ ରହିଛି। ସେହିପରି ଅଗଷ୍ଟ ୨୨ରେ ନାମାଙ୍କନପତ୍ରର ଯାଞ୍ଚ କରାଯିବ। ଅଗଷ୍ଟ ୨୭ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଆବଶ୍ୟକ ହେଲେ ସେପ୍ଟେମ୍ବର ୩ ତାରିଖରେ ମତଦାନ ହେବ ଏବଂ ସେହିଦିନ ଫଳାଫଳ ଘୋଷଣା କରାଯିବ।