'ପୁଷ୍ପା' ପରେ ଅଲ୍ଲୁ ଅର୍ଜୁନଙ୍କ ନାୟିକା ସାଜିବେ ସାମନ୍ଥା, ଏଟଲିଙ୍କ ସହ କରିବେ କାମ...
ମୁମ୍ଵାଇ ୦୭।୦୪: ବିଜୟ ଦେବରାକୋଣ୍ଡାଙ୍କ ‘ଖୁସି’ ଚଳଚ୍ଚିତ୍ରରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲେ ସାମନ୍ଥା ରୁଥ ପ୍ରଭୁ । ଏହାରି ମଧ୍ୟରେ ସେ ତାଙ୍କର ପରବର୍ତ୍ତୀ ସିନେମା ସମ୍ପର୍କରେ କିଛି ବି ଘୋଷଣା କରିନାହାନ୍ତି । ତେବେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି ଯେ ସେ ନିର୍ଦ୍ଦେଶକ ଏଟଲିଙ୍କ ଫିଲ୍ମରେ ସେ କାମ କରିବେ। ଯାହାର ନାୟକ ଭାବେ ନଜର ଆସିବେ ଅଲ୍ଲୁ ଅର୍ଜୁନ । ଏହା ପୂର୍ବରୁ ସାମନ୍ଥା ଏଟଲି ଓ ଅଲ୍ଲୁ ଅର୍ଜୁନଙ୍କ ସହିତ କାମ କରିଛନ୍ତି। ଏଟଲି ତାଙ୍କର ଅପ୍କମିଂ ଫିଲ୍ମର ନାୟକ ଭାବେ ଅଲ୍ଲୁ ଅର୍ଜୁନଙ୍କ ନାମ ଚୂଡ଼ାନ୍ତ କରିସାରିଲେଣି । ନାୟିକା ଭାବେ ସେ ସାମନ୍ଥାଙ୍କୁ ନେବାକୁ ଚାହୁଁଛନ୍ତି ଓ ତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ଅକ୍ଟୋବର ମାସରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ଅଲ୍ଲୁ ଅର୍ଜୁନ ଓ ଏଟଲି ଏହି ଅପ୍କମିଂ ଫିଲ୍ମର ବିଷୟବସ୍ତୁ ଚୂଡ଼ାନ୍ତ କରିସାରିଲେଣି । ଅନ୍ୟାନ୍ୟ ଚରିତ୍ରରେ କେଉଁ କଳାକାରମାନେ ଅଭିନୟ କରିବେ ସେ ସମ୍ପର୍କରେ ଉଭୟେ ବର୍ତ୍ତମାନ ଆଲୋଚନା କରୁଛନ୍ତି। ଏଟଲିଙ୍କ ପ୍ରଯୋଜନା ସଂସ୍ଥା ସହ ଜଡ଼ିତ ଜଣେ ବ୍ୟକ୍ତିଙ୍କ କହିବାନୁସାରେ, ବର୍ତ୍ତମାନ ସାମନ୍ଥାଙ୍କ ସହ କଥାବାର୍ତ୍ତା ଚାଲିଛି । ଯଦିଏ ଫିଲ୍ମ ପାଇଁ ସାମନ୍ଥା ରାଜି ହୁଅନ୍ତି, ତା’ହେଲେ ଅଲ୍ଲୁ ଅର୍ଜୁନ ଓ ସାମନ୍ଥା ଯୋଡ଼ିକୁ ପୁଣି ଦେଖିବେ ଦର୍ଶକ । ସାମନ୍ଥା ଏହା ପୂର୍ବରୁ ଏଟଲିଙ୍କ ସହିତ ‘ଥେରୀ’ ଫି
ମୁମ୍ଵାଇ ୦୭।୦୪: ବିଜୟ ଦେବରାକୋଣ୍ଡାଙ୍କ ‘ଖୁସି’ ଚଳଚ୍ଚିତ୍ରରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲେ ସାମନ୍ଥା ରୁଥ ପ୍ରଭୁ । ଏହାରି ମଧ୍ୟରେ ସେ ତାଙ୍କର ପରବର୍ତ୍ତୀ ସିନେମା ସମ୍ପର୍କରେ କିଛି ବି ଘୋଷଣା କରିନାହାନ୍ତି । ତେବେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି ଯେ ସେ ନିର୍ଦ୍ଦେଶକ ଏଟଲିଙ୍କ ଫିଲ୍ମରେ ସେ କାମ କରିବେ। ଯାହାର ନାୟକ ଭାବେ ନଜର ଆସିବେ ଅଲ୍ଲୁ ଅର୍ଜୁନ । ଏହା ପୂର୍ବରୁ ସାମନ୍ଥା ଏଟଲି ଓ ଅଲ୍ଲୁ ଅର୍ଜୁନଙ୍କ ସହିତ କାମ କରିଛନ୍ତି। ଏଟଲି ତାଙ୍କର ଅପ୍କମିଂ ଫିଲ୍ମର ନାୟକ ଭାବେ ଅଲ୍ଲୁ ଅର୍ଜୁନଙ୍କ ନାମ ଚୂଡ଼ାନ୍ତ କରିସାରିଲେଣି । ନାୟିକା ଭାବେ ସେ ସାମନ୍ଥାଙ୍କୁ ନେବାକୁ ଚାହୁଁଛନ୍ତି ଓ ତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି ।
ଅକ୍ଟୋବର ମାସରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ଅଲ୍ଲୁ ଅର୍ଜୁନ ଓ ଏଟଲି ଏହି ଅପ୍କମିଂ ଫିଲ୍ମର ବିଷୟବସ୍ତୁ ଚୂଡ଼ାନ୍ତ କରିସାରିଲେଣି । ଅନ୍ୟାନ୍ୟ ଚରିତ୍ରରେ କେଉଁ କଳାକାରମାନେ ଅଭିନୟ କରିବେ ସେ ସମ୍ପର୍କରେ ଉଭୟେ ବର୍ତ୍ତମାନ ଆଲୋଚନା କରୁଛନ୍ତି। ଏଟଲିଙ୍କ ପ୍ରଯୋଜନା ସଂସ୍ଥା ସହ ଜଡ଼ିତ ଜଣେ ବ୍ୟକ୍ତିଙ୍କ କହିବାନୁସାରେ, ବର୍ତ୍ତମାନ ସାମନ୍ଥାଙ୍କ ସହ କଥାବାର୍ତ୍ତା ଚାଲିଛି । ଯଦିଏ ଫିଲ୍ମ ପାଇଁ ସାମନ୍ଥା ରାଜି ହୁଅନ୍ତି, ତା’ହେଲେ ଅଲ୍ଲୁ ଅର୍ଜୁନ ଓ ସାମନ୍ଥା ଯୋଡ଼ିକୁ ପୁଣି ଦେଖିବେ ଦର୍ଶକ । ସାମନ୍ଥା ଏହା ପୂର୍ବରୁ ଏଟଲିଙ୍କ ସହିତ ‘ଥେରୀ’ ଫିଲ୍ମରେ କାମ କରିସାରିଛନ୍ତି । ବିଗ୍ ବଜେଟର ଏହି ସିନେମାରେ ସାମନ୍ଥାଙ୍କ ବ୍ୟତୀତ ଆଉ ଜଣେ ନାୟିକା ମଧ୍ୟ ଦେଖିବାକୁ ମିଳିବେ ବୋଲି ଚର୍ଚ୍ଚା ଚାଲିଛି । ଅଲ୍ଲୁ ଅର୍ଜୁନ ବର୍ତ୍ତମାନ ‘ପୁଷ୍ପା ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଅଗଷ୍ଟ ୧୫ରେ ଏ ଫିଲ୍ମଟି ରିଲିଜ୍ ହେବ ।