ଆସନ୍ତାକାଲି ମନମୋହନଙ୍କୁ ଶେଷ ବିଦାୟ ଦେବ ସାରା ଭାରତ: ୯.୩୦ରେ ବାହାରିବ ଅନ୍ତିମ ଯାତ୍ରା
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ବିଦାୟ ଦେବ ବିଂଶ ଶତାବ୍ଦୀର କୌଟିଲ୍ୟ ଡ. ମନମୋହନ ସିଂହଙ୍କୁ। ଶନିବାର ସକାଳ ୯.୩୦ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଲ୍ଲୀ ସ୍ଥିତ କଂଗ୍ରେସ ମୂଖ୍ୟାଳୟରୁ ବାହାରିବ ମନମୋହନଙ୍କ ଅନ୍ତିମ ଶୋଭାଯାତ୍ରା। ମନମୋହନ ସିଂଙ୍କ ପାର୍ଥିବ ଶରୀରକୁ ଶନିବାର ସକାଳ ୮ ଟାରେ କଂଗ୍ରେସ ମୁଖ୍ୟାଳୟକୁ ନିଆଯିବ। ସେଠାରେ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ କଂଗ୍ରେସ କର୍ମୀଙ୍କ ସମେତ ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାପରେ ଚିରକାଳ ପାଇଁ ଅନନ୍ତ ପୃଥିବୀର ଲୀନ ହେବାକୁ ବାହାରିବ ମନମୋହନଙ୍କ ଅନ୍ତିମ ଶୋଭାଯାତ୍ରା। ନିଗାମବୋଧ ଘାଟର ଶ୍ମସାନରେ ଦିନ ୧୧.୪୫ ମିନିଟ୍ରେ ତାଙ୍କ ଅନ୍ତିମ କ୍ରିୟା କରାଯିବାର ଖବର ରହିଛି।ସେପଟେ ମନମୋହନଙ୍କ ଅନ୍ତିମକ୍ରିୟା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଉ, ଯେଉଁଠି ତାଙ୍କର ସ୍ମାରକୀ ନିର୍ମାଣ ହେବ ବୋଲି କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛି। ଅଧ୍ୟକ୍ଷ ମଲ୍ଲିକାର୍ଜୁ ଖଡ଼ଗେ ମୋଦୀଙ୍କୁ ସହିତ କଥା ହୋଇଛନ୍ତି। ମନମୋହନଙ୍କ ବିୟୋଗରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହି ୭ ଦିନ କୌଣସି ସରକାରୀ ମନୋରଞ୍ଜନ ଧର୍ମୀ କାର୍ଯ୍ୟ ହେବ ନାହିଁ। ସରକାରୀ ସ୍ଥାନମାନଙ୍କରେ ଲାଗିଥିବା ତ୍ରିରଙ୍ଗା ପତାକା ଅର୍ଦ୍ଧନମିତ ରହିବ। ସୂଚନା ଥାଉକି, ଡିସେମ୍ବର ୨୬ ତାରିଖରେ ରାତି ୯.୫୧ରେ ଦିଲ୍ଲୀ ଏମ୍ସରେ ପୂର୍ବତନ ପ୍ରଧାନମନ୍
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ବିଦାୟ ଦେବ ବିଂଶ ଶତାବ୍ଦୀର କୌଟିଲ୍ୟ ଡ. ମନମୋହନ ସିଂହଙ୍କୁ। ଶନିବାର ସକାଳ ୯.୩୦ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଲ୍ଲୀ ସ୍ଥିତ କଂଗ୍ରେସ ମୂଖ୍ୟାଳୟରୁ ବାହାରିବ ମନମୋହନଙ୍କ ଅନ୍ତିମ ଶୋଭାଯାତ୍ରା।
ମନମୋହନ ସିଂଙ୍କ ପାର୍ଥିବ ଶରୀରକୁ ଶନିବାର ସକାଳ ୮ ଟାରେ କଂଗ୍ରେସ ମୁଖ୍ୟାଳୟକୁ ନିଆଯିବ। ସେଠାରେ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ କଂଗ୍ରେସ କର୍ମୀଙ୍କ ସମେତ ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାପରେ ଚିରକାଳ ପାଇଁ ଅନନ୍ତ ପୃଥିବୀର ଲୀନ ହେବାକୁ ବାହାରିବ ମନମୋହନଙ୍କ ଅନ୍ତିମ ଶୋଭାଯାତ୍ରା। ନିଗାମବୋଧ ଘାଟର ଶ୍ମସାନରେ ଦିନ ୧୧.୪୫ ମିନିଟ୍ରେ ତାଙ୍କ ଅନ୍ତିମ କ୍ରିୟା କରାଯିବାର ଖବର ରହିଛି।
ସେପଟେ ମନମୋହନଙ୍କ ଅନ୍ତିମକ୍ରିୟା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଉ, ଯେଉଁଠି ତାଙ୍କର ସ୍ମାରକୀ ନିର୍ମାଣ ହେବ ବୋଲି କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛି। ଅଧ୍ୟକ୍ଷ ମଲ୍ଲିକାର୍ଜୁ ଖଡ଼ଗେ ମୋଦୀଙ୍କୁ ସହିତ କଥା ହୋଇଛନ୍ତି। ମନମୋହନଙ୍କ ବିୟୋଗରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହି ୭ ଦିନ କୌଣସି ସରକାରୀ ମନୋରଞ୍ଜନ ଧର୍ମୀ କାର୍ଯ୍ୟ ହେବ ନାହିଁ। ସରକାରୀ ସ୍ଥାନମାନଙ୍କରେ ଲାଗିଥିବା ତ୍ରିରଙ୍ଗା ପତାକା ଅର୍ଦ୍ଧନମିତ ରହିବ।
ସୂଚନା ଥାଉକି, ଡିସେମ୍ବର ୨୬ ତାରିଖରେ ରାତି ୯.୫୧ରେ ଦିଲ୍ଲୀ ଏମ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ବିୟୋଗ ହୋଇଛି। ତାଙ୍କ ବିୟୋଗରେ ଆଜି(ଡିସେମ୍ବର ୨୭) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ଦେଶର ବୈଦେଶିକ ସଚିବ ମନମୋହନଙ୍କ ବାସଭବକୁ ଆସି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସେହିପରି ବିଦେଶର ଅନେକ ବଡ଼ ବଡ଼ ନେତ ଯଥା ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, ବାଂଲାଦେଶର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ୍, ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍, ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ୍, ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କରଞ୍ଜାଇ ଏବଂ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାସିଦଙ୍କ ସମେତ ଅନେକ ବିଦେଶୀ ମାନ୍ୟଗଣ୍ୟ ମନମୋହନ ସିଂହଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।