ନିପାତ ହେବ ଆତଙ୍କୀଙ୍କ ଆଡ୍ଡା, ପୁଲଓ୍ୱାମାରେ ଦୁଇ ଲସ୍କର କମାଣ୍ଡରଙ୍କ ଘର ଧ୍ୱସ୍ତ କଲା ସେନା

ନୂଆଦିଲ୍ଲୀ ୨୬/୦୪: ଜମ୍ମୁ କାଶ୍ମୀରର ପହଲଗାମରେ ହମଲା ପରେ ସର୍ଚ୍ଚ ଅପରେସନ ଜୋରଦାର । ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ସେନା । ଗଳି କନ୍ଦିରେ ସେନା ବାହିନୀ ଚଳାଇଛି କମ୍ୱିଂ । ପୁଲୱାମାରେ ସକ୍ରିୟ ଆତଙ୍କବାଦୀଙ୍କ ଘରଗୁଡ଼ିକୁ ଧ୍ୱସ୍ତ ବିଧ୍ୱସ୍ତ କରୁଛି ଭାରତୀୟ ସୁରକ୍ଷା ବାହିନୀ । ମାଟିରେ ମିଶିବାରେ ଲାଗୁଛି ଗୋଟିଏ ପରେ ଗୋଟିଏ ଆତଙ୍କୀର ଘର । କାଶ୍ମୀର ଉପତ୍ୟକା ଭିତରେ ଆଉ ଦୁଇ ସକ୍ରିୟ ଆତଙ୍କବାଦୀଙ୍କ ଘର ଭାଙ୍ଗିଛି ସେନା । ଜୁନ୍ ୨୦୨୩ ଠାରୁ ସକ୍ରିୟ ଲସ୍କର କ୍ୟାଡର ଏହସାନ ଅହମ୍ମଦ ଶେଖର ଦୁଇ ମହଲା ବିଶିଷ୍ଟ ଘରକୁ ସୁରକ୍ଷା ବାହିନୀ ଆଇଇଡି ବ୍ଲାଷ୍ଟ କରି କରି ଉଡ଼ାଇ ଦେଇଛନ୍ତି। ସେ ପୁଲୱାମାର ମୁରାନର ବାସିନ୍ଦା । ସେହିପରି ଦୁଇ ବର୍ଷ ପୂର୍ବେ ଲସ୍କରରେ ଯୋଗ ଦେଇଥିବା ଶାହିଦ ଅହମ୍ମଦର ଘରକୁ ଶୋପିଆନର ଛୋଟିପୋରା ଅଞ୍ଚଳରେ ବିସ୍ଫୋରଣ କରି ଉଡାଇଦିଆଯାଇଛି । ପହଲଗାମ ଆକ୍ରମଣ ପରେ, ଏପର୍ଯ୍ୟନ୍ତ ମୋଟ ପାଞ୍ଚଟି ଆତଙ୍କବାଦୀ ଘର ଭାଙ୍ଗି ଦିଆଗଲାଣି । ଏହା ବ୍ୟତୀତ, #WATCH | Kulgam, J&K | Visuals of a destroyed house in Matalhama village, allegedly linked to a terrorist. pic.twitter.com/IWjiLsR3s2— ANI (@ANI) April 26, 2025ଶୁକ୍ରବାର ରାତିରେ ୨୦୨୩ ମସିହାରେ ଲସ୍କରରେ ଯୋଗ ଦେଇଥିବା ଜାକିର ଘନିଙ୍କ ତୃତୀୟ ଘରକୁ ସୁରକ୍ଷା ବାହିନୀ ଦ୍ୱାରା କୁଲଗାମର କ୍ୱିମୋହରେ ଭାଙ୍ଗି ଦି

ନିପାତ ହେବ ଆତଙ୍କୀଙ୍କ ଆଡ୍ଡା, ପୁଲଓ୍ୱାମାରେ ଦୁଇ ଲସ୍କର କମାଣ୍ଡରଙ୍କ ଘର ଧ୍ୱସ୍ତ କଲା ସେନା

ନୂଆଦିଲ୍ଲୀ ୨୬/୦୪: ଜମ୍ମୁ କାଶ୍ମୀରର ପହଲଗାମରେ ହମଲା ପରେ ସର୍ଚ୍ଚ ଅପରେସନ ଜୋରଦାର । ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ସେନା । ଗଳି କନ୍ଦିରେ ସେନା ବାହିନୀ ଚଳାଇଛି କମ୍ୱିଂ । ପୁଲୱାମାରେ ସକ୍ରିୟ ଆତଙ୍କବାଦୀଙ୍କ ଘରଗୁଡ଼ିକୁ ଧ୍ୱସ୍ତ ବିଧ୍ୱସ୍ତ କରୁଛି ଭାରତୀୟ ସୁରକ୍ଷା ବାହିନୀ । 

ମାଟିରେ ମିଶିବାରେ ଲାଗୁଛି ଗୋଟିଏ ପରେ ଗୋଟିଏ ଆତଙ୍କୀର ଘର । କାଶ୍ମୀର ଉପତ୍ୟକା ଭିତରେ ଆଉ ଦୁଇ ସକ୍ରିୟ ଆତଙ୍କବାଦୀଙ୍କ ଘର ଭାଙ୍ଗିଛି ସେନା । ଜୁନ୍ ୨୦୨୩ ଠାରୁ ସକ୍ରିୟ ଲସ୍କର କ୍ୟାଡର ଏହସାନ ଅହମ୍ମଦ ଶେଖର ଦୁଇ ମହଲା ବିଶିଷ୍ଟ ଘରକୁ ସୁରକ୍ଷା ବାହିନୀ ଆଇଇଡି ବ୍ଲାଷ୍ଟ କରି କରି ଉଡ଼ାଇ ଦେଇଛନ୍ତି। ସେ ପୁଲୱାମାର ମୁରାନର ବାସିନ୍ଦା । 

ସେହିପରି ଦୁଇ ବର୍ଷ ପୂର୍ବେ ଲସ୍କରରେ ଯୋଗ ଦେଇଥିବା ଶାହିଦ ଅହମ୍ମଦର ଘରକୁ ଶୋପିଆନର ଛୋଟିପୋରା ଅଞ୍ଚଳରେ ବିସ୍ଫୋରଣ କରି ଉଡାଇଦିଆଯାଇଛି । ପହଲଗାମ ଆକ୍ରମଣ ପରେ, ଏପର୍ଯ୍ୟନ୍ତ ମୋଟ ପାଞ୍ଚଟି ଆତଙ୍କବାଦୀ ଘର ଭାଙ୍ଗି ଦିଆଗଲାଣି । ଏହା ବ୍ୟତୀତ, 


ଶୁକ୍ରବାର ରାତିରେ ୨୦୨୩ ମସିହାରେ ଲସ୍କରରେ ଯୋଗ ଦେଇଥିବା ଜାକିର ଘନିଙ୍କ ତୃତୀୟ ଘରକୁ ସୁରକ୍ଷା ବାହିନୀ ଦ୍ୱାରା କୁଲଗାମର କ୍ୱିମୋହରେ ଭାଙ୍ଗି ଦିଆଯାଇଥିଲା । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସକ୍ରିୟ ଲସ୍କର କ୍ୟାଡର ଆତଙ୍କବାଦୀଙ୍କ ମୋଟ ୫ଟି ଘର ଉଡ଼ାଇ ଦିଆଯାଇଛି।