ନ୍ୟାୟ, ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର
ଛତ୍ରପୁର,୧୭ା୮(ସନ୍ତୋଷ ପାଢ଼ୀ): ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ ରାଜ୍ୟର କୋଲକାତା ଆର୍.ଜି କର ମେଡିକାଲ କଲେଜ ଓ ମେଡିକାଲରେ ଟ୍ରେନିଂ ଡାକ୍ତରୀ ମହିଳାଙ୍କୁ କାର୍ଯ୍ୟରତ ଅବସ୍ଥାରେ ବଳାତ୍କାର ପରେ ହତ୍ୟା ଘଟଣାକୁ ସାରା ଦେଶରେ ଡାକ୍ତରମାନେ ପ୍ରତିବାଦ କରି ଆସୁଛନ୍ତି । ଏନେଇ ଶନିବାର ଗଞ୍ଜାମ ଜିଲା ହେଡ୍କ୍ୱାର୍ଟରରେ ଥିବା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର କାର୍ଯ୍ୟରତ ଡାକ୍ତରମାନେ କଳାବ୍ୟାଜ୍ ପିନ୍ଧି ରୋଗୀଙ୍କୁ ସେବା ଯୋଗାଇବା ସହ ମହିଳା ଡାକ୍ତରୀଙ୍କୁ ନ୍ୟାୟ ମିଳିବା ଏବଂ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବା ପାଇଁ […] The post ନ୍ୟାୟ, ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର appeared first on Dharitri Odia News.
ଛତ୍ରପୁର,୧୭ା୮(ସନ୍ତୋଷ ପାଢ଼ୀ): ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ ରାଜ୍ୟର କୋଲକାତା ଆର୍.ଜି କର ମେଡିକାଲ କଲେଜ ଓ ମେଡିକାଲରେ ଟ୍ରେନିଂ ଡାକ୍ତରୀ ମହିଳାଙ୍କୁ କାର୍ଯ୍ୟରତ ଅବସ୍ଥାରେ ବଳାତ୍କାର ପରେ ହତ୍ୟା ଘଟଣାକୁ ସାରା ଦେଶରେ ଡାକ୍ତରମାନେ ପ୍ରତିବାଦ କରି ଆସୁଛନ୍ତି । ଏନେଇ ଶନିବାର ଗଞ୍ଜାମ ଜିଲା ହେଡ୍କ୍ୱାର୍ଟରରେ ଥିବା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର କାର୍ଯ୍ୟରତ ଡାକ୍ତରମାନେ କଳାବ୍ୟାଜ୍ ପିନ୍ଧି ରୋଗୀଙ୍କୁ ସେବା ଯୋଗାଇବା ସହ ମହିଳା ଡାକ୍ତରୀଙ୍କୁ ନ୍ୟାୟ ମିଳିବା ଏବଂ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପ୍ରତିବାଦ କରିଛନ୍ତି। ଏହି ପ୍ରତିବାଦ କରିବା ସମୟରେ ଡା.ସୁଦର୍ଶନ ସାହୁ, ଡା. ଅଲେଖ ପ୍ରଧାନ, ଡା. ନିକୁଞ୍ଜ ବିହାରୀ ଦାସ, ଡା. ମୋହନ ବାରିକ, ଡା. ବୀରେନ୍ଦ୍ର କିଶୋର ନାୟକ, ଡା. ଚନ୍ଦନ ରଥ, ଡା. ବିବେକ କୁମାର, ଡା. ମଧୁଛନ୍ଦା ପଣ୍ଡା, ଡା. ସୁଚରିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
The post ନ୍ୟାୟ, ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର appeared first on Dharitri Odia News.