ବିଜେଡି ଛାଡ଼ିଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ
ଭୁବନେଶ୍ୱର,୨୨।୫(ସୁନିତ୍ ମିଶ୍ର):ନିକଟରେ ବିଜେଡିରୁ ଇସ୍ତଫାଦେଇ ଭାଜପାରେ ଯୋଗ ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଏବଂ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ତରଫରୁ ଜବାବ ତଲବ କରାଯାଇଛି। କାହିଁକି ସେମାନଙ୍କ ବିଧାୟକ ପଦବୀ ରଦ୍ଦ ନ କରାଯିବ ପକ୍ଷ ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି। ଆସନ୍ତା ୨୭ ସୁଦ୍ଧା […] The post ବିଜେଡି ଛାଡ଼ିଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ appeared first on Dharitri Odia News.
ଭୁବନେଶ୍ୱର,୨୨।୫(ସୁନିତ୍ ମିଶ୍ର):ନିକଟରେ ବିଜେଡିରୁ ଇସ୍ତଫାଦେଇ ଭାଜପାରେ ଯୋଗ ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଏବଂ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ତରଫରୁ ଜବାବ ତଲବ କରାଯାଇଛି। କାହିଁକି ସେମାନଙ୍କ ବିଧାୟକ ପଦବୀ ରଦ୍ଦ ନ କରାଯିବ ପକ୍ଷ ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି। ଆସନ୍ତା ୨୭ ସୁଦ୍ଧା କାରଣ ଦର୍ଶାଅ ନୋଟିସର ଉତ୍ତରଦେବାକୁ କୁହାଯାଇଛି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆବେଦନ ଆଧାରରେ ଏହି ନୋଟିସ ଜାରି କରାଯାଇଛି। ପୂର୍ବରୁ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକଙ୍କ ପଦ ରଦ୍ଦ ହୋଇସାରିଛି।
The post ବିଜେଡି ଛାଡ଼ିଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ appeared first on Dharitri Odia News.