୪ରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ

 ନବରଙ୍ଗପୁର ,୩।୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ମିଳିତ କ୍ରିୟାନୁଷ୍ଠାନ  କମିଟି ପକ୍ଷରୁ ଆସନ୍ତା ୪ରେ ୧୨ ଘଣ୍ଟିଆ   ନବରଙ୍ଗପୁର  ଜିଲା ବନ୍ଦ ଡାକରା ଦିଆଯାଇଛି। ଏ ନେଇ ସ୍ଥାନୀୟ ଭତରା ଭବନରେ  ଏକ  ଖବରଦାତା ସମ୍ମିଳନୀକରି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର  ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ଜିଲାରେ ଚକ ଅଖ, ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ ପ୍ରତିଷ୍ଠାନ ବନ୍ଦ କରାଯିବ ବୋଲି କମିଟି  ପକ୍ଷରୁ  କୁହାଯାଇଛି। ରାଜ୍ୟସ୍ତରୀୟ ନିଯୁକ୍ତି ପ୍ରକ୍ରିୟା ବନ୍ଦକରି […] The post ୪ରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ appeared first on Dharitri Odia News.

୪ରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ
 ନବରଙ୍ଗପୁର ,୩।୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ମିଳିତ କ୍ରିୟାନୁଷ୍ଠାନ  କମିଟି ପକ୍ଷରୁ ଆସନ୍ତା ୪ରେ ୧୨ ଘଣ୍ଟିଆ   ନବରଙ୍ଗପୁର  ଜିଲା ବନ୍ଦ ଡାକରା ଦିଆଯାଇଛି। ଏ ନେଇ ସ୍ଥାନୀୟ ଭତରା ଭବନରେ  ଏକ  ଖବରଦାତା ସମ୍ମିଳନୀକରି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର  ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ଜିଲାରେ ଚକ ଅଖ, ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ ପ୍ରତିଷ୍ଠାନ ବନ୍ଦ କରାଯିବ ବୋଲି କମିଟି  ପକ୍ଷରୁ  କୁହାଯାଇଛି। ରାଜ୍ୟସ୍ତରୀୟ ନିଯୁକ୍ତି ପ୍ରକ୍ରିୟା ବନ୍ଦକରି ଜିଲାସ୍ତରୀୟ ନିଯୁକ୍ତି  ଦେବାକୁ ଦାବି ହୋଇଛି।
   ଯୁବତୀଯୁବକ  ଶିକ୍ଷିତ ହୋଇ ଯୋଗ୍ୟତା ଥାଇ ମଧ୍ୟ   ଜିଲାରେ ଗ୍ରୁପ୍‌ ସି  ଏବଂ ଡି ଗ୍ରେଡ୍‌ର ଚାକିରି ପାଇପାରୁନାହାନ୍ତି। ବେକାର ହୋଇ ରହୁଛନ୍ତି। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।  ଜିଲାରେ  ବେକାରି  ସମସ୍ୟା ବଢୁଛି। ବିଗତ ଦିନରେ ନବରଙ୍ଗପୁର ଜିଲାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ୮୬୦ ଗୋଟି ପଦବୀ ବାହାରିଥିଲା।  ସେଥିରୁ  ଜିଲାର ୧୩୪ ଜଣ ପ୍ରାର୍ଥୀ ହିଁ ନିଯୁକ୍ତି ପାଇଛନ୍ତି।  ବଳକା ୭୨୬ ପିଲା ବାହାର ଜିଲାର।  ତେଣୁ ନବରଙ୍ଗପୁର  ଜିଲାବାସୀ  ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ  ଏହି ବନ୍ଦ ପାଳନରେ ସାମିଲ ହେବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ବାନ ଦେଇଛି।   ଦାବି ପୂରଣ ନ ହେଲେ  ୫ରୁ ୭ ତାରିଖ  ପର୍ଯ୍ୟନ୍ତ  ଡିଇଓଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ଜିଲାରେ କଳାଦିବସ ପାଳନ କରାଯିବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
ବୁଧବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ୩ ଘଣ୍ଟା ନବରଙ୍ଗପୁର ଗାନ୍ଧୀ ଛକ ନିକଟରେ ପାଟିରେ କଳାକନା ବାନ୍ଧି ଜିଲାଭିତ୍ତିକ ନିଯୁକ୍ତି ଦାବି ଓ ରାଜ୍ୟଭିତ୍ତିକ ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡାବୁଗାଁ  ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ, ପିସିସି ଉପସଭାପତି ମୁନା ତ୍ରିପାଠୀ, ପୂର୍ବତନ ଏମ୍‌ପି ଭଗବାନ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ଭୁଜବଳ ମାଝୀ, କୌଶଲ୍ୟା ପ୍ରଧାନୀ, ଅଖିଳ ଭାରତୀୟ ଅନୁସୂଚିତ ଜାତି ଓ ଜନଜାତି  ପରିଷଦର ସଭାପତି ଭଗବାନ ବୈରାଗୀ, ସିରାଜୁଦ୍ଦିନ ଅହମ୍ମଦ, ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଜିଲା ସମ୍ପାଦକ ରାଜେଶ ଜାନୀ,  ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ସଭାପତି ଅର୍ଜୁନ ଭତରା, ଜନଜାତି ସୁରକ୍ଷା ମଞ୍ଚର ଉପସଭାପତି ରତନ ମାଝୀ, ଦିଲୀପ ପ୍ରଧାନୀ, ଜଗନାଥ ବାଘେଙ୍କ ସମେତ ବିଭିନ୍ନ ସଙ୍ଗଠନ ସଦସ୍ୟ ଓ କର୍ମକର୍ତ୍ତା  ଉପସ୍ଥିତ ଥିଲେ।

The post ୪ରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ appeared first on Dharitri Odia News.