ନାବାଳିକାଙ୍କୁ ବଳାତ୍କାର କଲେ ପିସିଆର କର୍ମଚାରୀ
ପୁରୁଷୋତ୍ତମପୁର୧୩।୨ (ସିମାଞ୍ଚଳ ମିଶ୍ର) ପୋଲିସ ଉପରେ ଲାଗିଲା କଳଙ୍କ ଦାଗ। ରକ୍ଷକ ସାଜିଲା ଭକ୍ଷକ। ଯେଉଁ ପୋଲିସ ପିସିଆର ଲୋକଙ୍କୁ ସୁରକ୍ଷା ଦିଏ ସେହି ପିସିଆରର କର୍ମଚାରୀ ନାବାଳିକାକୁ ବଳାତ୍କାର କରିବାକୁ ପଛାଇନାହିଁ। ଏଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି ଗଞ୍ଜାମ ପୁରୁଷୋତ୍ତମପୁର ଥାନା ପିସିଆର ଭ୍ୟାନରେ ଡ୍ରାଇଭର ଭାବେ କାର୍ଯ୍ୟରତ କୁନାଲ ବେହେରାଙ୍କ ଉପରେ। କୁନାଲ ପୋଲିସ ଢାଞ୍ଚାରେ ନାଲିଆଖି ଦେଖାଇବା ସହ ଚଳାଉଥିବା ପୋଲିସ ଗାଡିରେ ଚାପି ମାରିଦେବାର ଭୟ ଦେଖାଇ ଜଣେ ନାବାଳିକାଙ୍କୁ […] The post ନାବାଳିକାଙ୍କୁ ବଳାତ୍କାର କଲେ ପିସିଆର କର୍ମଚାରୀ appeared first on Dharitri Odia News.
ପୁରୁଷୋତ୍ତମପୁର୧୩।୨ (ସିମାଞ୍ଚଳ ମିଶ୍ର) ପୋଲିସ ଉପରେ ଲାଗିଲା କଳଙ୍କ ଦାଗ। ରକ୍ଷକ ସାଜିଲା ଭକ୍ଷକ। ଯେଉଁ ପୋଲିସ ପିସିଆର ଲୋକଙ୍କୁ ସୁରକ୍ଷା ଦିଏ ସେହି ପିସିଆରର କର୍ମଚାରୀ ନାବାଳିକାକୁ ବଳାତ୍କାର କରିବାକୁ ପଛାଇନାହିଁ।
ଏଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି ଗଞ୍ଜାମ ପୁରୁଷୋତ୍ତମପୁର ଥାନା ପିସିଆର ଭ୍ୟାନରେ ଡ୍ରାଇଭର ଭାବେ କାର୍ଯ୍ୟରତ କୁନାଲ ବେହେରାଙ୍କ ଉପରେ। କୁନାଲ ପୋଲିସ ଢାଞ୍ଚାରେ ନାଲିଆଖି ଦେଖାଇବା ସହ ଚଳାଉଥିବା ପୋଲିସ ଗାଡିରେ ଚାପି ମାରିଦେବାର ଭୟ ଦେଖାଇ ଜଣେ ନାବାଳିକାଙ୍କୁ ବଳାତ୍କାର କରିଛନ୍ତି।
ଏନେଇ ମଙ୍ଗଳବାର ପୀଡିିତା ଜଣକ ପୋଲିସରେ ଲିଖିତ ଅଭିଯୋଗ କରଛନ୍ତ। ରବିବାର ସେ ତାଙ୍କ ମାଉସୀ ଓ ଭଉଣୀଙ୍କ ସହ ଘରେ ବସି କଥାବାର୍ତ୍ତା ହେଉଥିବା ବେଳେ ତାଙ୍କ ବାରିପଟ କବାଟ ବାଡେଇବାର ଶବ୍ଦ ହୋଇଥିଲା। କେହି ଡାକୁଥିବାର ନେଇ ନାବାଳିକା ଜଣକ ଯାଇ କବାଟ ଖୋଲିବା ବେଳେ କୁନାଲ ଠିଆ ହୋଇଥିଲେ। ନାବାଳିକାଙ୍କୁ ଦେଖିବା କ୍ଷଣି କୁନାଲ ଜୋରଜବରଦସ୍ତ ବାହାରକୁ ଟାଣିନେଇଥିଲେ। ତାଙ୍କ ପାଟିକୁ ଚାପିଧରି ଜୀବନରେ ମାରିଦେବାର ଧମକ ଦେଇ ବଳାତ୍କାର ଉଦ୍ୟମ କରିଥିଲେ। ନାବାଳିକାଜଣକ ଘରକୁ ଆସିବାରେ ବିଳମ୍ବ ହେବାରୁ ଭଉଣୀମାନେ ଯାଇ ଡାକିଥିଲେ। ପରେ ତାଙ୍କ ମାଆ ଆସି କବାଟକୁ ପିଟିବାର ଦୀର୍ଘସମୟ ପରେ କୁନାଲ ନାବାଳିକାଙ୍କୁ ଛାଡିଦେଇ ପାଚେରି ଡେଇଁ ଚମ୍ପଟ ମାରିଥିଲେ।
ଏପିକି ଗତ କିଛିମାସ ତଳେ ଏହି ନାବାଳିକା ଜଣକ କଲେଜରୁ ଫେରିବା ବେଳେ ସେହି ସମୟରେ ରାସ୍ତାରେ କୁନାଲ ବାଇକରେ ଆସୁଥିଲେ। କୁନାଲଙ୍କୁ ସେ ମାମୁଁ ବୋଲି ଡାକୁଥିବାରୁ ସେ ଗାଁରେ ଛାଡି ଦେବା ନେଇ ପଚାରିବାରୁ ସେ ବିଶ୍ବାସରେ ତାଙ୍କ ବାଇକରେ ବସି ଆସିଥିଲେ। ମାତ୍ର ଗାଁକୁ ଆସିବା ବଦଳରେ ଅନ୍ୟ ସ୍ଥାନକୁ ନେଇ ଜୀବନରେ ମାରିଦେବାର ଧମକ ଦେଇ ଏକ ଘରେ ବଳାତ୍କାର କରିଥିଲେ। ନାବାଳିକାଜଣକ ଲୋକଲଜ୍ଜ୍ୟା ଭୟରେ ଚୁପ ରହିଥିଲେ। ହେଲେ କୁନାଲା ପୁଣି ସେଭଳି ବ୍ୟବହାର କରିବାରୁ ନାବାଳିକା ଜଣକ ତାଙ୍କ ବାପା ମାଆଙ୍କ ସହ ମଙ୍ଗଳବାର ପୁରୁଷୋତ୍ତମପୁର ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତିା
ଜଣେ ପୋଲିସ ବିଭାଗରେ ଡ୍ରାଇଭର ହୋଇ ଏ ଭଳି କାର୍ଯ୍ୟ କରିଥିବାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛିା ଲୋକେ ପୋଲିସ ବିଭାଗକୁ ଆଙ୍ଗୁଳି ଦେଖାଇବାସହ ଏଭଳି ବ୍ୟକ୍ତିଙ୍କୁ କାର୍ଯ୍ୟରୁ ବହିସ୍କାର କରି ତୁରନ୍ତ ଗିରଫ କରିବା ଲାଗି ଦାବି କରିଛନ୍ତିା ଏହାକୁ ନେଇ ଆଇଆଇସି ବିପିନ ବିହାରି ହୋତାଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ନାବାଳିକାଜଣକ କରିଥିବା ଅଭିଯୋଗକୁ ନେଇ ଏହାର କାଉନସିଲିଂ ସହ ତଦନ୍ତ କରିବାକୁ ମହିଳା ଏସଆଇ ପ୍ରିୟଙ୍କା ବେହେରାଙ୍କୁ ଦାଇତ୍ୱ ଦିଆଯାଇଛିା କୁନାଲ ଆଉଟ ସୋର୍ସିଂରେ ରହି ୧୧୨ ପିସିଆର ଗାଡିକୁ ଚଲାଉଛନ୍ତି। ଯିଏ ହେଉବି ତାଙ୍କ ନାଁରେ ଅଭିଯୋଗ ଆସିଲେ କାହାରିକୁ ବି ଛଡାଯିବ ନାହିଁ ବୋଲି ସେ କହିଛନ୍ତିା
The post ନାବାଳିକାଙ୍କୁ ବଳାତ୍କାର କଲେ ପିସିଆର କର୍ମଚାରୀ appeared first on Dharitri Odia News.