ବ୍ରିଟେନ୍ରେ ହିିଂସା: କଠୋର କାର୍ଯ୍ୟାନୁଷ୍ଠାନ ଲାଗି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
ଲଣ୍ଡନ,୪ା୮: ବ୍ରିଟେନରେ ପ୍ରବାସୀ ବିରୋଧୀ କଠୋର ଜାତୀୟତାବାଦୀ ସଂଗଠନଗୁଡ଼ିକ ପକ୍ଷରୁ ହିଂସାତ୍ମକ ସଂଘର୍ଷ ଓ ଅଶାନ୍ତି ଲାଗିରହିଥିବା ବେଳେ ପୋଲିସ୍ ଶତାଧିକ ଲୋକଙ୍କୁ ଗିରଫ କରିଛି। ହିଂସାକାଣ୍ଡ ଘଟାଉଥିବା ଉଗ୍ରବାଦୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ନିର୍ଦ୍ଦେଶ ଦେଇଛନ୍ତି। ଶରଣାର୍ଥୀମାନେ ଆଶ୍ରୟ ନେଇଥିବା ଏକ ହୋଟେଲରେ ବିକ୍ଷୋଭକାରୀ ଭଙ୍ଗାରୁଜା କରିବା ସହ କେତେକ ଦୋକାନରେ ନିଆଁ ଲଗାଇଦେଇଛନ୍ତି। ଲିଭରପୁଲ୍, ହୁଲ୍, ବ୍ରିଷ୍ଟଲ, ଲିଡ୍ସ, ବ୍ଲାକପୁଲ୍, ଷ୍ଟୋକ୍-ଅନ୍-ଟ୍ରେଣ୍ଟ, ବେଲ୍ପାଷ୍ଟ, ନଟ୍ଟିଙ୍ଗ୍ହାମ ଏବଂ […] The post ବ୍ରିଟେନ୍ରେ ହିିଂସା: କଠୋର କାର୍ଯ୍ୟାନୁଷ୍ଠାନ ଲାଗି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ appeared first on Dharitri Odia News.
ଲଣ୍ଡନ,୪ା୮: ବ୍ରିଟେନରେ ପ୍ରବାସୀ ବିରୋଧୀ କଠୋର ଜାତୀୟତାବାଦୀ ସଂଗଠନଗୁଡ଼ିକ ପକ୍ଷରୁ ହିଂସାତ୍ମକ ସଂଘର୍ଷ ଓ ଅଶାନ୍ତି ଲାଗିରହିଥିବା ବେଳେ ପୋଲିସ୍ ଶତାଧିକ ଲୋକଙ୍କୁ ଗିରଫ କରିଛି। ହିଂସାକାଣ୍ଡ ଘଟାଉଥିବା ଉଗ୍ରବାଦୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ନିର୍ଦ୍ଦେଶ ଦେଇଛନ୍ତି।
ଶରଣାର୍ଥୀମାନେ ଆଶ୍ରୟ ନେଇଥିବା ଏକ ହୋଟେଲରେ ବିକ୍ଷୋଭକାରୀ ଭଙ୍ଗାରୁଜା କରିବା ସହ କେତେକ ଦୋକାନରେ ନିଆଁ ଲଗାଇଦେଇଛନ୍ତି। ଲିଭରପୁଲ୍, ହୁଲ୍, ବ୍ରିଷ୍ଟଲ, ଲିଡ୍ସ, ବ୍ଲାକପୁଲ୍, ଷ୍ଟୋକ୍-ଅନ୍-ଟ୍ରେଣ୍ଟ, ବେଲ୍ପାଷ୍ଟ, ନଟ୍ଟିଙ୍ଗ୍ହାମ ଏବଂ ମଞ୍ଚେଷ୍ଟରରେ ପୋଲିସ ଏବଂ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ବିଶୃଙ୍ଖଳ ଓ ହିଂସା ପାଇଁ ବିକ୍ଷୋଭକାରୀଙ୍କୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ବ୍ରିଟେନ୍ ଗୃହ ସଚିବ ୟବେଟେ କୁପର ଚେତାବନୀ ଦେଇଛନ୍ତି। ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ପ୍ରତି ସରକାରଙ୍କ ପୂର୍ଣ୍ଣ ସମର୍ଥନ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
The post ବ୍ରିଟେନ୍ରେ ହିିଂସା: କଠୋର କାର୍ଯ୍ୟାନୁଷ୍ଠାନ ଲାଗି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ appeared first on Dharitri Odia News.