ଖୋଳି ଦେଲେ ରାସ୍ତା: ଥାନାରେ ମାମଲା

କେନ୍ଦୁଝର,୨୪।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ସହର ଟାଙ୍ଗିରି ଗାଁ ରାସ୍ତାକୁ ଖୋଳି ଦେବା ଅଭିଯୋଗରେ ପଣ୍ଡାପଡ଼ା ଥାନାରେ ଏକ ଅଭିଯୋଗ ହୋଇଛି। ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ଅଭିଯୋଗ କଲେ ମଧ୍ୟ କେହି ନ ଶୁଣୁ ନ ଥିବାରୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଗ୍ରାମବାସୀ ବାଧ୍ୟହୋଇ ୨୧ ତାରିଖରେ ଥାନାରେ ଏତଲା ଦେଇଥିବା ଗ୍ରାମର ରାହାସ ଦେହୁରୀ କହିଛନ୍ତି। ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ […] The post ଖୋଳି ଦେଲେ ରାସ୍ତା: ଥାନାରେ ମାମଲା appeared first on Dharitri Odia News.

ଖୋଳି ଦେଲେ ରାସ୍ତା: ଥାନାରେ ମାମଲା

କେନ୍ଦୁଝର,୨୪।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ସହର ଟାଙ୍ଗିରି ଗାଁ ରାସ୍ତାକୁ ଖୋଳି ଦେବା ଅଭିଯୋଗରେ ପଣ୍ଡାପଡ଼ା ଥାନାରେ ଏକ ଅଭିଯୋଗ ହୋଇଛି। ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ଅଭିଯୋଗ କଲେ ମଧ୍ୟ କେହି ନ ଶୁଣୁ ନ ଥିବାରୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଗ୍ରାମବାସୀ ବାଧ୍ୟହୋଇ ୨୧ ତାରିଖରେ ଥାନାରେ ଏତଲା ଦେଇଥିବା ଗ୍ରାମର ରାହାସ ଦେହୁରୀ କହିଛନ୍ତି।

ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଯାତାୟତରେ ବ୍ୟାହତ ହେବା ସହ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଖୋଳି ଦେବା ଫଳରେ ପାଣି ପାଇପ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଏପରିକି ରାସ୍ତା ନିର୍ମାଣ ଆଳରେ ରାସ୍ତାକୁ କାଟି ଦିଆଯାଇଥିବା ମଧ୍ୟ ଅଭିଯୋଗ ହେଉଛି। ଲୋକେ ଅସୁରକ୍ଷିତ ଭାବେ ଯାତାୟତ କରୁଥିବା ବେଳେ ଗାଈ ଗୋରୁ, ଛେଳି ଚରି ଯିବାରେ ଅସୁବିଧା ହେଉଛନ୍ତି। ବିଶେଷ କରି ପିଲାଙ୍କୁ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ନେବା ଆଣିବାରେ ସମସ୍ୟା ସୃଷ୍ଟି ହେଉଛି। ଏଥିପ୍ରତି ଜିଲାପ୍ରଶାସନ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

The post ଖୋଳି ଦେଲେ ରାସ୍ତା: ଥାନାରେ ମାମଲା appeared first on Dharitri Odia News.