ମର୍ମନ୍ତୁଦ ଦୁର୍ଘଟଣା: ମା’, ବାପାଙ୍କ ସହ ୨ ସନ୍ତାନ ମୃତ
ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅଧୀନ ପିଙ୍ଗୁଆ ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମା’, ବାପା, ଝିଅ ଓ ପୁଅ ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଏକ ବାଇକ୍ ଯୋଗେ ମା’, ବାପାଙ୍କ ସହ ପୁଅ ଏବଂ ଝିଅ ମିଶି କୌଣସି ଏକ କାମରେ ଯାଉଥିଲେ। ହେଲେ ପିଙ୍ଗୁଆ ନିକଟରେ ଏକ ହାଇୱା ବାଇକ୍କୁ ଧକ୍କା ଦେଇଥିଲା। ଫଳରେ […] The post ମର୍ମନ୍ତୁଦ ଦୁର୍ଘଟଣା: ମା’, ବାପାଙ୍କ ସହ ୨ ସନ୍ତାନ ମୃତ appeared first on Dharitri Odia News.
ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅଧୀନ ପିଙ୍ଗୁଆ ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମା’, ବାପା, ଝିଅ ଓ ପୁଅ ବୋଲି ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ଏକ ବାଇକ୍ ଯୋଗେ ମା’, ବାପାଙ୍କ ସହ ପୁଅ ଏବଂ ଝିଅ ମିଶି କୌଣସି ଏକ କାମରେ ଯାଉଥିଲେ। ହେଲେ ପିଙ୍ଗୁଆ ନିକଟରେ ଏକ ହାଇୱା ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ମା’, ବାପାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଝିଅ, ପୁଅଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ପୋଲିସ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରିଛି। ହେଲେ ହାଇୱା ଡ୍ରାଇଭର ଫେରାର ହୋଇଯାଇଛନ୍ତି।
The post ମର୍ମନ୍ତୁଦ ଦୁର୍ଘଟଣା: ମା’, ବାପାଙ୍କ ସହ ୨ ସନ୍ତାନ ମୃତ appeared first on Dharitri Odia News.