ଡିସେମ୍ବର ୧୫ରେ ଓଏଏସ ପ୍ରିଲିମ୍, ବିଜ୍ଞପ୍ତି ଜାରି କଲା ଓପିଏସସି

ଭୁବନେଶ୍ଵର: ଓଡ଼ିଶା ଲୋକ ସେବା ଆୟୋଗ ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମିନାରୀ) ପରୀକ୍ଷା-୨୦୨୩ ପାଇଁ ବୁଧବାର ତାରିଖ ଘୋଷଣା ହୋଇଛି। ଆସନ୍ତା ଡିସେମ୍ବର ୧୫ ତାରିଖ ରବିବାର ପରୀକ୍ଷା ଅନୁଷ୍ଠିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ପାଇଁ ସଂପୂର୍ଣ୍ଣ ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି ଓପିଏସ୍‌ସି ପକ୍ଷରୁ ଜାରି ନୋଟିସରେ କୁହାଯାଇଛି।ଓପିଏସସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ପରୀକ୍ଷା ସଂପର୍କିତ ଅନ୍ୟ କିଛି ସୂଚନା ଆସିଲେ, ତାକୁ ଓପିଏସ୍‌ସିର ୱେବସାଇଟ୍‌ http://opsc.gov.inରେ ଅପ୍‌ଲୋଡ୍ କରାଯିବ। ପ୍ରାର୍ଥୀମାନେ ନିୟମିତ ବ୍ୟବଧାନରେ ଓପିଏସ୍‌ସିର ୱେବସାଇଟକୁ ଯାଇ ଏହି ପରୀକ୍ଷା ସଂପର୍କିତ୍ ଅପ୍‌ଡେଟେଡ୍‌ ସୂଚନା ପାଇପାରିବେ। 

ଡିସେମ୍ବର ୧୫ରେ ଓଏଏସ ପ୍ରିଲିମ୍, ବିଜ୍ଞପ୍ତି ଜାରି  କଲା ଓପିଏସସି

ଭୁବନେଶ୍ଵର: ଓଡ଼ିଶା ଲୋକ ସେବା ଆୟୋଗ ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମିନାରୀ) ପରୀକ୍ଷା-୨୦୨୩ ପାଇଁ ବୁଧବାର ତାରିଖ ଘୋଷଣା ହୋଇଛି। ଆସନ୍ତା ଡିସେମ୍ବର ୧୫ ତାରିଖ ରବିବାର ପରୀକ୍ଷା ଅନୁଷ୍ଠିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ପାଇଁ ସଂପୂର୍ଣ୍ଣ ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି ଓପିଏସ୍‌ସି ପକ୍ଷରୁ ଜାରି ନୋଟିସରେ କୁହାଯାଇଛି।

ଓପିଏସସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ପରୀକ୍ଷା ସଂପର୍କିତ ଅନ୍ୟ କିଛି ସୂଚନା ଆସିଲେ, ତାକୁ ଓପିଏସ୍‌ସିର ୱେବସାଇଟ୍‌ http://opsc.gov.inରେ ଅପ୍‌ଲୋଡ୍ କରାଯିବ। ପ୍ରାର୍ଥୀମାନେ ନିୟମିତ ବ୍ୟବଧାନରେ ଓପିଏସ୍‌ସିର ୱେବସାଇଟକୁ ଯାଇ ଏହି ପରୀକ୍ଷା ସଂପର୍କିତ୍ ଅପ୍‌ଡେଟେଡ୍‌ ସୂଚନା ପାଇପାରିବେ।