ଓ୍ବକ୍‌ଫ ବିଲ୍‌ରେ ୧୪ ସଂଶୋଧନକୁ ଜେପିସିର ମଞ୍ଜୁରୀ

ନୂଆଦିଲ୍ଲୀ,୨୮।୧(ପି.ଟି.): ପ୍ରସ୍ତାବିତ ଓ୍ବକ୍‌ଫ ସଂଶୋଧନ ବିଲ୍‌ର ସଂଶୋଧନକୁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ସୋମବାର ମଞ୍ଜୁରୀ ପ୍ରଦାନ କରିଛି। ଗତବର୍ଷ ଅଗଷ୍ଟରେ ଏହି ବିଲ୍‌ ପାର୍ଲାଣ୍ଟେରେ ଆଗତ ହୋଇଥିଲା। କମିଟି ଦ୍ୱାରା ପ୍ରସ୍ତାବିତ ଅନ୍ୟତମ ଉଲ୍ଲେଖନୀୟ ସଂଶୋଧନ ହେଲା ଯଦି ସମ୍ପତ୍ତି ଧର୍ମୀୟ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥାଏ, ତେବେ ବର୍ତ୍ତମାନର ଓ୍ବକ୍‌ଫ ସମ୍ପତ୍ତିକୁ ‘ବ୍ୟବହାରକାରୀଙ୍କ ଦ୍ୱାରା ଓ୍ବକ୍‌ଫ୍‌’ ଆଧାରରେ ପ୍ରଶ୍ନ କରାଯାଇପାରିବ ନାହିଁ। ବର୍ତ୍ତମାନର ଆଇନରେ ରହିଥିବା ‘ଓ୍ବକ୍‌ଫ ବାଏ ୟୁଜର’କୁ ନୂଆ ସଂସ୍କରଣରେ ଉଠାଇ ଦିଆଯିବ। ଏନ୍‌ଡିଏ […] The post ଓ୍ବକ୍‌ଫ ବିଲ୍‌ରେ ୧୪ ସଂଶୋଧନକୁ ଜେପିସିର ମଞ୍ଜୁରୀ appeared first on Dharitri Odia News.

ଓ୍ବକ୍‌ଫ ବିଲ୍‌ରେ ୧୪ ସଂଶୋଧନକୁ ଜେପିସିର ମଞ୍ଜୁରୀ

ନୂଆଦିଲ୍ଲୀ,୨୮।୧(ପି.ଟି.): ପ୍ରସ୍ତାବିତ ଓ୍ବକ୍‌ଫ ସଂଶୋଧନ ବିଲ୍‌ର ସଂଶୋଧନକୁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ସୋମବାର ମଞ୍ଜୁରୀ ପ୍ରଦାନ କରିଛି। ଗତବର୍ଷ ଅଗଷ୍ଟରେ ଏହି ବିଲ୍‌ ପାର୍ଲାଣ୍ଟେରେ ଆଗତ ହୋଇଥିଲା। କମିଟି ଦ୍ୱାରା ପ୍ରସ୍ତାବିତ ଅନ୍ୟତମ ଉଲ୍ଲେଖନୀୟ ସଂଶୋଧନ ହେଲା ଯଦି ସମ୍ପତ୍ତି ଧର୍ମୀୟ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥାଏ, ତେବେ ବର୍ତ୍ତମାନର ଓ୍ବକ୍‌ଫ ସମ୍ପତ୍ତିକୁ ‘ବ୍ୟବହାରକାରୀଙ୍କ ଦ୍ୱାରା ଓ୍ବକ୍‌ଫ୍‌’ ଆଧାରରେ ପ୍ରଶ୍ନ କରାଯାଇପାରିବ ନାହିଁ। ବର୍ତ୍ତମାନର ଆଇନରେ ରହିଥିବା ‘ଓ୍ବକ୍‌ଫ ବାଏ ୟୁଜର’କୁ ନୂଆ ସଂସ୍କରଣରେ ଉଠାଇ ଦିଆଯିବ। ଏନ୍‌ଡିଏ ସଦସ୍ୟମାନେ ଆଣିଥିବା ୧୪ଟି ସଂଶୋଧନ ପ୍ରସ୍ତାବ ଗୃହୀତ ହୋଇଥିବା ଜେପିସି କମିଟି ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ଜଗଦମ୍ବିକା ପାଲ୍‌ କହିଛନ୍ତି। ବିରୋଧୀ ସଦସ୍ୟମାନେ ୪୪ଟି କ୍ଲଜ୍‌ରେ ଶତାଧିକ ସଂଶୋଧନ ପ୍ରସ୍ତାବ ଆଣିଥିଲେ ହେଁ ସେଗୁଡ଼ିକ ଭୋଟରେ କାଟ୍‌ ଖାଇଥିଲା। ବିରୋଧୀ ଏମ୍‌ପିମାନେ ବର୍ତ୍ତମାନର ଆଇନରେ ରହିଥିବା ବ୍ୟବସ୍ଥାଗୁଡ଼ିକୁ କାଏମ ରଖିବାକୁ ଚାହୁଁଥିଲେ।
ପାଲ୍‌ଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ଜେପିସି ବୈଠକରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ। କମିଟି ଅଧ୍ୟକ୍ଷ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ କରିଥିବା ସେମାନେ ଅଭିଯୋଗ କରିଥିଲେ। କମିଟିର କାର୍ଯ୍ୟଧାରା ପରିହାସରେ ପରିଣତ ହୋଇଥିବା ଡିଏମ୍‌କେ ଏମ୍‌.ପି. ଏ ରାଜା ଅଭିଯୋଗ କରିବା ସହ ନୂଆ ଆଇନ ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିରୋଧୀଙ୍କ ଅଭିଯୋଗକୁ ପାଲ୍‌ ଖଣ୍ଡନ କରିବା ସହ ଗଣତାନ୍ତ୍ରିକ ଉପାୟରେ କମିଟି ସମସ୍ତ ସଂଶୋଧନକୁ ବିଚାରକୁ ନେଇଥିବା କହିଛନ୍ତି। ସଂଖ୍ୟାଗରିଷ୍ଠଙ୍କ ମତ କାଏମ ରହିଛି। ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଥିବାବେଳେ ପ୍ରଥମାର୍ଦ୍ଧରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଏହାକୁ ଗୃହୀତ କରାଇପାରେ।

The post ଓ୍ବକ୍‌ଫ ବିଲ୍‌ରେ ୧୪ ସଂଶୋଧନକୁ ଜେପିସିର ମଞ୍ଜୁରୀ appeared first on Dharitri Odia News.