ଇମୋଶନାଲ୍ ହେଲେ କୋହଲି: କହିଦେଲେ ହୃଦୟର କଥା
ନୂଆଦିଲ୍ଲୀ,୨୭।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଏଲିମିନେଟରରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଏହି ପରାଜୟ ପରେ ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱରେ ଆରସିବିର ସିଜିନ୍ ସମାପ୍ତ ହୋଇଥିଲା। ଏଥି ସହିତ ଚଳିତ ସିଜନରେ ଫାଇନାଲରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ତୃତୀୟ ଥର ପାଇଁ ଟାଇଟଲ ଜିତିଛି । କିନ୍ତୁ ଏହି ସିଜନରେ ବିରାଟ କୋହଲି ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ଶୀର୍ଷରେ ରହିଛନ୍ତି। ବିରାଟ […] The post ଇମୋଶନାଲ୍ ହେଲେ କୋହଲି: କହିଦେଲେ ହୃଦୟର କଥା appeared first on Dharitri Odia News.
ନୂଆଦିଲ୍ଲୀ,୨୭।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଏଲିମିନେଟରରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଏହି ପରାଜୟ ପରେ ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱରେ ଆରସିବିର ସିଜିନ୍ ସମାପ୍ତ ହୋଇଥିଲା। ଏଥି ସହିତ ଚଳିତ ସିଜନରେ ଫାଇନାଲରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ତୃତୀୟ ଥର ପାଇଁ ଟାଇଟଲ ଜିତିଛି । କିନ୍ତୁ ଏହି ସିଜନରେ ବିରାଟ କୋହଲି ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ଶୀର୍ଷରେ ରହିଛନ୍ତି। ବିରାଟ କୋହଲି ୧୫ଟି ମ୍ୟାଚରେ ହାରାହାରି ୬୧.୭୫ରେ ୭୪୧ ରନ ସଂଗ୍ରହ କରିଥିଲେ। ଏହା ପରେ ଋତୁରାଜ ଗାଇକ୍ୱାଡ ୧୪ଟି ମ୍ୟାଚରେ ହାରାହାରି ୫୩.୦୦ରେ ୫୮୩ ରନ ସଂଗ୍ରହ କରିଥିଲେ।
ବ୍ୟାଟିଂ ତାଲିକାର ଶୀର୍ଷରେ ଥିବାରୁ ବିରାଟ କୋହଲି ଅରେଞ୍ଜ୍ କ୍ୟାପର ବିଜେତା ହୋଇଥିଲେ। ଅରେଞ୍ଜ୍ କ୍ୟାପ୍ ଜିତିବା ପରେ ବିରାଟ କୋହଲି ଭାବପ୍ରବଣ ହୋଇପଡିଚନ୍ତି। ବିରାଟ କୋହଲି କହିଛନ୍ତି, ଅରେଞ୍ଜ୍ କ୍ୟାପ ଜିତିବା ଗୌରବର ବିଷୟ। ଏହି ସିଜିନ୍ର ଯାତ୍ରା ଆମ ପାଇଁ ଉତ୍ଥାନରେ ପରିପୂର୍ଣ୍ଣ ଥିଲା। କିନ୍ତୁ ମୁଁ ମୋ ଦଳରେ ଯୋଗଦାନ ଦେଇଥିବାରୁ ମୁଁ ବହୁତ ଖୁସି। ବିଶେଷକରି ଏହି ସିଜିନ୍ର ଦ୍ୱିତୀୟାର୍ଦ୍ଧ। ପ୍ରଥମାର୍ଦ୍ଧରେ ଆମ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଆମେ ଏକ ଚମତ୍କାର ଖେଳ ଉପସ୍ଥାପନ କରିଥିଲୁ। ଆପଣଙ୍କର ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ।
ବିରାଟ କୋହଲିଙ୍କ ସ୍ଥାନରେ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଶ୍ରେୟସ ଆୟର ଅରେଞ୍ଜ୍ କ୍ୟାପ ନେଇଥିଲେ।
The post ଇମୋଶନାଲ୍ ହେଲେ କୋହଲି: କହିଦେଲେ ହୃଦୟର କଥା appeared first on Dharitri Odia News.