ପୁଣି କୂଅରେ ପଡିଲା ଦନ୍ତା ହାତୀ: ଉଦ୍ଧାର ଜାରି

ଭବାନୀପାଟଣା/ନର୍ଲା ୧୦।୧୦(ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର):କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଜାମ ପଡା ଗାଁ ନିକଟ ଏକ ପରିତ୍ୟକ୍ତ କୂଅରେ ଏକ ଦନ୍ତା ହାତୀ ପଡିଯାଇଛି। ଗୁରୁବାର ସକାଳରେ ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବନବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ୫ ଫୁଟରୁ ଅଧିକ ଥିବା ପରିତ୍ୟକ୍ତ କୂଅରେ ଏହି ହାତୀଟି ପଡିଥିବାରୁ ବାହାରି ପାରୁନାହିଁ। ଫଳରେ ବାହାରକୁ ବାହାରିବା ପାଇଁ ସଂଘର୍ଷ କରି ହାତୀଟି ଏବେ ହାଲିଆ ହୋଇଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳକୁ ବନ […] The post ପୁଣି କୂଅରେ ପଡିଲା ଦନ୍ତା ହାତୀ: ଉଦ୍ଧାର ଜାରି appeared first on Dharitri Odia News.

ପୁଣି କୂଅରେ ପଡିଲା ଦନ୍ତା ହାତୀ: ଉଦ୍ଧାର ଜାରି

ଭବାନୀପାଟଣା/ନର୍ଲା ୧୦।୧୦(ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର):କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଜାମ ପଡା ଗାଁ ନିକଟ ଏକ ପରିତ୍ୟକ୍ତ କୂଅରେ ଏକ ଦନ୍ତା ହାତୀ ପଡିଯାଇଛି। ଗୁରୁବାର ସକାଳରେ ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବନବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ୫ ଫୁଟରୁ ଅଧିକ ଥିବା ପରିତ୍ୟକ୍ତ କୂଅରେ ଏହି ହାତୀଟି ପଡିଥିବାରୁ ବାହାରି ପାରୁନାହିଁ। ଫଳରେ ବାହାରକୁ ବାହାରିବା ପାଇଁ ସଂଘର୍ଷ କରି ହାତୀଟି ଏବେ ହାଲିଆ ହୋଇଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ପହଞ୍ଚିଥିବାବେଳେ ଏ ଯାଏ ହାତୀକୁ ଉଦ୍ଧାର କରି ପାରି ନାହିଁ। ପ୍ରକାଶ ଯେ,ଗତ ସେପ୍ଟେମ୍ବର ୩୦ରେ ଜିଲାର କେସିଙ୍ଗା ବନ ବିଭାଗ ରେଞ୍ଜ ଅଫିସ ଅଧିନସ୍ଥ ସୌରାପଦର ଗ୍ରାମ ନିକଟ କାଜୁବାଦାମ ପରିସରରେ ଥିବା କୂଅରେ ଏକ ବଣୁଆ ହାତୀ ପଡି ଯାଇଥିବା ଦେଖିବାକୁ ମିଳିଥିଲା।

The post ପୁଣି କୂଅରେ ପଡିଲା ଦନ୍ତା ହାତୀ: ଉଦ୍ଧାର ଜାରି appeared first on Dharitri Odia News.