ଅଲିମ୍ପିକ୍ସରେ ନୀରଜ ସ୍ବର୍ଣ୍ଣ ପଦକ ଜିତିଲେ ଦେଶବାସୀଙ୍କର ଖୋଲିବ ଭାଗ୍ୟ
ନୂଆଦିଲ୍ଲୀ,୨।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ପ୍ରଥମ ୬ ଦିନ ଭାରତ ପାଇଁ ସାଧାରଣ ଥିଲା । ୬ ଦିନରେ ଭାରତୀୟ ଦଳ ମାତ୍ର ୩ଟି ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇଛି। ପିଭି ସିନ୍ଧୁ, ନିକହତ ଜରିନ, ରୋହନ ବୋପନାଙ୍କ ପରି ଭେଟେରାନମାନେ ଅଲିମ୍ପିକରୁ ବାହାରି ଯାଇଛନ୍ତି। ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ନୀରଜ ଚୋପ୍ରାଙ୍କ ଉପରେ ଭାରତର ଆଶା ରହିଛି। ଏହି ସମୟରେ ଜଣେ ଯୁବ ବ୍ୟବସାୟୀ ନୀରଜ ଚୋପ୍ରା ସ୍ବର୍ଣ୍ଣ ଜିତିବା ନେଇ ଏକ […] The post ଅଲିମ୍ପିକ୍ସରେ ନୀରଜ ସ୍ବର୍ଣ୍ଣ ପଦକ ଜିତିଲେ ଦେଶବାସୀଙ୍କର ଖୋଲିବ ଭାଗ୍ୟ appeared first on Dharitri Odia News.
ନୂଆଦିଲ୍ଲୀ,୨।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ପ୍ରଥମ ୬ ଦିନ ଭାରତ ପାଇଁ ସାଧାରଣ ଥିଲା । ୬ ଦିନରେ ଭାରତୀୟ ଦଳ ମାତ୍ର ୩ଟି ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇଛି। ପିଭି ସିନ୍ଧୁ, ନିକହତ ଜରିନ, ରୋହନ ବୋପନାଙ୍କ ପରି ଭେଟେରାନମାନେ ଅଲିମ୍ପିକରୁ ବାହାରି ଯାଇଛନ୍ତି। ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ନୀରଜ ଚୋପ୍ରାଙ୍କ ଉପରେ ଭାରତର ଆଶା ରହିଛି। ଏହି ସମୟରେ ଜଣେ ଯୁବ ବ୍ୟବସାୟୀ ନୀରଜ ଚୋପ୍ରା ସ୍ବର୍ଣ୍ଣ ଜିତିବା ନେଇ ଏକ ବଡ଼ ଘୋଷଣା କରିଛନ୍ତି।
ଏଟଲିଜ ଭିସା ସିଇଓ ମୋହକ ନାହାତା ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯଦି ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ସ୍ବର୍ଣ୍ଣ ଜିତନ୍ତି, ତେବେ ୧ ଦିନ ପାଇଁ ସେ ସମଗ୍ର ଦେଶର ଲୋକଙ୍କୁ ବିଶ୍ୱର ଯେକୌଣସି ଦେଶକୁ ମାଗଣା ଭିସା ପ୍ରଦାନ କରିବେ। ମୋହାକ ତାଙ୍କ ଲିଙ୍କଡଇନ ହ୍ୟାଣ୍ଡେଲରେ ଏହି ଘୋଷଣା କରିଛନ୍ତି। ବ୍ୟକ୍ତିଗତ ଭାବେ ଭିସା ପଠାଇବାକୁ ସେ କହିଛନ୍ତି। ମୋହକ କହିଛନ୍ତି ଯେ ଭିସା ପାଇଁ ସେ ଗୋଟିଏ ଟଙ୍କା ମଧ୍ୟ ନେବେ ନାହିଁ।
ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ କାର୍ଯ୍ୟକ୍ରମ ୬ ଅଗଷ୍ଟରୁ ଆରମ୍ଭ ହେବ। ପଦକ ଇଭେଣ୍ଟ ଅଗଷ୍ଟ ୮ରେ ଖେଳାଯିବ। ଅଭିନବ ବିନ୍ଦ୍ରଙ୍କ ପରେ ନୀରଜ ଦ୍ୱିତୀୟ ଆଥଲେଟ ଯିଏକି ଏକ ଦେଶ ପାଇଁ ବ୍ୟକ୍ତିଗତ ସ୍ବର୍ଣ୍ଣ ଜିତିଛନ୍ତି। ଟୋକିଓ ଅଲିମ୍ପିକ୍ସ ପରେ ତାଙ୍କୁ ପୁଣି ଥରେ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯଯିବ ବୋଲଇ ଆଶ ରଖାଯାଇଛି।
The post ଅଲିମ୍ପିକ୍ସରେ ନୀରଜ ସ୍ବର୍ଣ୍ଣ ପଦକ ଜିତିଲେ ଦେଶବାସୀଙ୍କର ଖୋଲିବ ଭାଗ୍ୟ appeared first on Dharitri Odia News.