ପ୍ରଥମଶ୍ରେଣୀ କ୍ରିକେଟରୁ ଶେଲଡନଙ୍କ ଅବସର

ନୂଆଦିଲ୍ଲୀ,୧୨ା୨(ପି.ଟି.): ସୌରାଷ୍ଟ୍ର ବ୍ୟାଟର ଶେଲଡନ ଜ୍ୟାକ୍‌ସନ ମଙ୍ଗଳବାର ପ୍ରଫେସନାଲ କ୍ରିକେଟରୁ ଅବସର ନେଇଛନ୍ତି। ଫଳରେ ତାଙ୍କ ୧୫ ବର୍ଷ କ୍ୟାରିୟରର ଅନ୍ତ ଘଟିଛି। ଏଠାରେ ରଣଜୀ ଟ୍ରଫି କ୍ୱାର୍ଟରଫାଇନାଲରେ ଗୁଜରାଟର ପରାଜୟ ତାଙ୍କର ଶେଷ ମ୍ୟାଚ ଥିଲା। ୩୮ ବର୍ଷୀୟ ଜ୍ୟାକସନ ୧୦୫ ପ୍ରଥମଶ୍ରେଣୀ ମ୍ୟାଚ ଖେଳି ୭୨୦୦ ରନ ସଂଗ୍ରହ କରିଛନ୍ତି। ତାଙ୍କର ସର୍ବୋଚ୍ଚ ସ୍କୋର ୧୮୬ ରହିଥିବା ବେଳେ ସେ ୨୧ ଶତକ ଏବଂ ୩୯ ଅର୍ଦ୍ଧଶତକ ହାସଲ କରିପାରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ […] The post ପ୍ରଥମଶ୍ରେଣୀ କ୍ରିକେଟରୁ ଶେଲଡନଙ୍କ ଅବସର appeared first on Dharitri Odia News.

ପ୍ରଥମଶ୍ରେଣୀ କ୍ରିକେଟରୁ ଶେଲଡନଙ୍କ ଅବସର

ନୂଆଦିଲ୍ଲୀ,୧୨ା୨(ପି.ଟି.): ସୌରାଷ୍ଟ୍ର ବ୍ୟାଟର ଶେଲଡନ ଜ୍ୟାକ୍‌ସନ ମଙ୍ଗଳବାର ପ୍ରଫେସନାଲ କ୍ରିକେଟରୁ ଅବସର ନେଇଛନ୍ତି। ଫଳରେ ତାଙ୍କ ୧୫ ବର୍ଷ କ୍ୟାରିୟରର ଅନ୍ତ ଘଟିଛି। ଏଠାରେ ରଣଜୀ ଟ୍ରଫି କ୍ୱାର୍ଟରଫାଇନାଲରେ ଗୁଜରାଟର ପରାଜୟ ତାଙ୍କର ଶେଷ ମ୍ୟାଚ ଥିଲା। ୩୮ ବର୍ଷୀୟ ଜ୍ୟାକସନ ୧୦୫ ପ୍ରଥମଶ୍ରେଣୀ ମ୍ୟାଚ ଖେଳି ୭୨୦୦ ରନ ସଂଗ୍ରହ କରିଛନ୍ତି। ତାଙ୍କର ସର୍ବୋଚ୍ଚ ସ୍କୋର ୧୮୬ ରହିଥିବା ବେଳେ ସେ ୨୧ ଶତକ ଏବଂ ୩୯ ଅର୍ଦ୍ଧଶତକ ହାସଲ କରିପାରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ସ୍ଥିର ପ୍ରଦର୍ଶନ କରିଆସୁଥିଲେ। ୪୫ରୁ ଅଧିକ ଆଭରେଜ ସହ ତାଙ୍କ କ୍ୟାରିୟରର ଅବସାନ ଘଟିଛି। ସେ ତାଙ୍କ ଶେଷ ମ୍ୟାଚର ଦୁଇଟି ଇନିଂସରେ ୧୪ ଓ ୨୭ ସ୍କୋର କରିଥିଲେ, ଯେଉଁ ମ୍ୟାଚରେ କି ଗୁଜରାଟ ଏକ ଇନିଂସ ଓ ୯୮ ରନରେ ବିଜୟ ଲାଭ କରିଥିଲା। ୨୦୧୧ ଡିସେମ୍ବରରେ ସୌରାଷ୍ଟ୍ର ପାଇଁ ପଦାର୍ପଣ କରିଥିବା ଜ୍ୟାକ୍‌ସନ ଏକଦା ଆଇପିଏଲ୍‌ ଦଳ କୋଲକାତା ନାଇଟ ରାଇଡର୍ସର ଅଂଶବିଶେଷ ଥିଲେ।

The post ପ୍ରଥମଶ୍ରେଣୀ କ୍ରିକେଟରୁ ଶେଲଡନଙ୍କ ଅବସର appeared first on Dharitri Odia News.