ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ, ଘରୁ ମିଳିଥିଲା ବିପୁଳ ସମ୍ପତ୍ତି

ଭୁବନେଶ୍ବର ୮।୮: ଆଠଗଡ ବିଡିଓ ଗିରଫ । ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବିଡିଓ ଗିରଫ ହୋଇଛନ୍ତି । ବୁଧବାର ବ୍ଲକ ଅଫିସ ସମେତ ୮ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ ୩ଟି ଫ୍ଲାରର ୨ଟି ବିଲ୍ଡିଂ, ଭୁବନେଶ୍ବରରେ ଗୋଟିଏ ଫ୍ଲାଟ୍, ୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ୪୫୨ ଗ୍ରାମର ସୁନା, ୪୭ ଲକ୍ଷ ଟଙ୍କାର ଜମା, ୨ଟି ୪ ଚକିଆ ଠାବ କରିଥିଲା ଭିଜିଲାନ୍ସ ।ସୂଚନାଯୋଗ୍ୟ ଯେ, ବୁଧବାର ବିଡିଓ ପ୍ରଦୀପ ସାହୁଙ୍କ ଆଠଗଡ଼ ବ୍ଲକ୍‌ ଅଫିସ୍‌ ସମେତ ସରକାରୀ କ୍ୱାର୍ଟର୍ସ, ଭୁବନେଶ୍ୱର ଗୌତମନଗର ସ୍ଥିତ ଶ୍ରୀ ଏନ୍‌କ୍ଲେଭ୍‌ର ସେ ରହୁଥିବା ଫ୍ଲାଟ୍‌, ନୟାଗଡ଼ ରାଜସୁନାଖଳା ସ୍ଥିତ ପୈତୃକ ଘର, ନୟାଗଡ଼ ପିଚୁକୁଳି ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘର ଆଦି ୮ଟି ସ୍ଥାନରେ ଚଢ଼ଉ କରିଥିଲେ । ତଲାସି ସମୟରେ ଭିଜିଲାନ୍ସ ଟିମ୍‌ ପ୍ରଦୀପ ସାହୁଙ୍କ ଘରୁ ନଗଦ ୬ ଲକ୍ଷ ୧୧ ହଜାର ୭୭୦ ଟଙ୍କା, ବହୁ ସୁନା ଗହଣା ମିଳିଥିଲା । ଏଥିସହ ଏକାଧିକ କୋଠା, ପ୍ଲଟ୍‌, ଫ୍ଲାଟ୍‌ ସମେତ ବ୍ୟାଙ୍କ୍‌, ବୀମା  ଓ ପୋଷ୍ଟାଲ୍‌ ବିଭାଗରେ ଟଙ୍କା ଜମା ଥିବା ଜଣାପଡ଼ିଛି । ଗାଡ଼ିମୋଟର ବି ଠାବ ହୋଇଥିଲା । ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ଖୋର୍ଦ୍ଧା ଭାଲିଆବାଦି, ରାଜସୁନାଖଳାରେ କୋଠା ସହ ଭୁବନେଶ୍ୱର ଗୌତମ ନଗରରେ ଦାମୀ ଫ୍ଲାଟ୍‌, ନୟାଗଡ଼ ରାଜସୁନାଖଳାରେ ୨ଟି ପ୍ଲଟ୍‌, ଖୋର୍ଦ୍ଧା ଭାଲିଆବାଦିରେ ଗୋଟିଏ ପ୍ଲଟ୍‌

ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ, ଘରୁ ମିଳିଥିଲା ବିପୁଳ ସମ୍ପତ୍ତି

ଭୁବନେଶ୍ବର ୮: ଆଠଗଡ ବିଡିଓ ଗିରଫ । ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବିଡିଓ ଗିରଫ ହୋଇଛନ୍ତି । ବୁଧବାର ବ୍ଲକ ଅଫିସ ସମେତ ୮ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ ୩ଟି ଫ୍ଲାରର ୨ଟି ବିଲ୍ଡିଂ, ଭୁବନେଶ୍ବରରେ ଗୋଟିଏ ଫ୍ଲାଟ୍, ୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ୪୫୨ ଗ୍ରାମର ସୁନା, ୪୭ ଲକ୍ଷ ଟଙ୍କାର ଜମା, ୨ଟି ୪ ଚକିଆ ଠାବ କରିଥିଲା ଭିଜିଲାନ୍ସ ।

ସୂଚନାଯୋଗ୍ୟ ଯେ, ବୁଧବାର ବିଡିଓ ପ୍ରଦୀପ ସାହୁଙ୍କ ଆଠଗଡ଼ ବ୍ଲକ୍‌ ଅଫିସ୍‌ ସମେତ ସରକାରୀ କ୍ୱାର୍ଟର୍ସ, ଭୁବନେଶ୍ୱର ଗୌତମନଗର ସ୍ଥିତ ଶ୍ରୀ ଏନ୍‌କ୍ଲେଭ୍‌ର ସେ ରହୁଥିବା ଫ୍ଲାଟ୍‌, ନୟାଗଡ଼ ରାଜସୁନାଖଳା ସ୍ଥିତ ପୈତୃକ ଘର, ନୟାଗଡ଼ ପିଚୁକୁଳି ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘର ଆଦି ୮ଟି ସ୍ଥାନରେ ଚଢ଼ଉ କରିଥିଲେ । ତଲାସି ସମୟରେ ଭିଜିଲାନ୍ସ ଟିମ୍‌ ପ୍ରଦୀପ ସାହୁଙ୍କ ଘରୁ ନଗଦ ୬ ଲକ୍ଷ ୧୧ ହଜାର ୭୭୦ ଟଙ୍କା, ବହୁ ସୁନା ଗହଣା ମିଳିଥିଲା । ଏଥିସହ ଏକାଧିକ କୋଠା, ପ୍ଲଟ୍‌, ଫ୍ଲାଟ୍‌ ସମେତ ବ୍ୟାଙ୍କ୍‌, ବୀମା  ଓ ପୋଷ୍ଟାଲ୍‌ ବିଭାଗରେ ଟଙ୍କା ଜମା ଥିବା ଜଣାପଡ଼ିଛି । ଗାଡ଼ିମୋଟର ବି ଠାବ ହୋଇଥିଲା । 

ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ଖୋର୍ଦ୍ଧା ଭାଲିଆବାଦି, ରାଜସୁନାଖଳାରେ କୋଠା ସହ ଭୁବନେଶ୍ୱର ଗୌତମ ନଗରରେ ଦାମୀ ଫ୍ଲାଟ୍‌, ନୟାଗଡ଼ ରାଜସୁନାଖଳାରେ ୨ଟି ପ୍ଲଟ୍‌, ଖୋର୍ଦ୍ଧା ଭାଲିଆବାଦିରେ ଗୋଟିଏ ପ୍ଲଟ୍‌ ରହିଛି । ସେହିପରି ଘରୁ ସୁନା, ଚାନ୍ଦି, ହୀରା ହାର ମିଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଠାବ ହୋଇଛି । ବ୍ୟାଙ୍କ, ପୋଷ୍ଟ ଅଫିସ ଏବଂ ବୀମା ସଂସ୍ଥାରେ ପାଖାପାଖି ୫୦ ଲକ୍ଷ ଟଙ୍କା ଜମାଥିବା ସୂଚନା ମିଳିଛି । ସେହିପରି ଦୁଇଟି ଦାମୀ କାର୍‌ ଏବଂ ୩ଟି ଦୁଇ ଚକିଆ ଗାଡ଼ି ମଧ୍ୟ  ମିଳିଛି । 

ଅନ୍ୟପକ୍ଷରେ ଅଭିଯୁକ୍ତ ପ୍ରଦୀପ ସାହୁଙ୍କର  ଭୁବନେଶ୍ୱରର ଏକ ପ୍ରମୁଖ ବ୍ୟାଙ୍କରେ ଲକର ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଏହି ଲକର ଖୋଲିଲେ ଏଥିରେ ବହୁ ଧନସମ୍ପତ୍ତି ମିଳିବାର ସମ୍ଭାବନା ରହିଛି । ଚଢ଼ଉରେ ଭିଜିଲାନ୍ସର ୬ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସ୍‌ଆଇ ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।

ପ୍ରଦୀପ ସାହୁ ୨୦୧୫ରେ ଓଆର୍‌ଏସ୍‌କୁ  ପଦୋନ୍ନତି ପାଇଥିଲେ । ୨୦୨୨ରେ ଓଏଏସ୍‌କୁ ପଦୋନ୍ନତି ପାଇ ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟ କରିଥିଲେ । ୨୦୨୩ ଫେବ୍ରୁଆରୀ ୨୩ ତାରିଖରେ ପ୍ରଦୀପ ସାହୁ ଆଠଗଡ଼ ବ୍ଲକରେ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ ସେ ନରସିଂହପୁରରେ କାର୍ଯ୍ୟରତ ଥିଲେ ।

You Can Read:

ସମ୍ପର୍କରେ ଲାଗିଲା କଳଙ୍କର ଛିଟା, ଝିଆରୀକୁ ଟାଙ୍ଗିଆରେ ହାଣିବା ବେଳେ ଭାଙ୍ଗିଯିବାରୁ କୋଦାଳରେ ନିର୍ମମ ହତ୍ୟା