ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ,୧୧।୧: ଭାରତୀୟ ଜନତା ପାର୍ଟି (ଭାଜପା) ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୨୯ ଜଣ ପ୍ରାର୍ଥୀଙ୍କ ନାମ ଅଛି। କରାୱାଲ ନଗରରୁ କପିଲ ମିଶ୍ରାଙ୍କୁ ଭାଜପା ଟିକେଟ ଦେଇଛି। ଭାଜପା ପୂର୍ବରୁ ଏକ ତାଲିକା ପ୍ରକାଶ କରିଛି, ଯେଉଁଥିରେ ୨୯ ଜଣ ପ୍ରାର୍ଥୀ ଥିଲେ। ଦଳ କରାୱାଲ ନଗରରୁ କପିଲ ମିଶ୍ରା, ମୋତି ନଗରରୁ ହରିଶ ଖୁରାନା ଏବଂ କୋଣ୍ଡଲିରୁ ପ୍ରିୟଙ୍କା ଗୌତମଙ୍କୁ ପ୍ରାର୍ଥୀ କରିଛି। ପ୍ରିୟଙ୍କା […] The post ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା appeared first on Dharitri Odia News.

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ,୧୧।୧: ଭାରତୀୟ ଜନତା ପାର୍ଟି (ଭାଜପା) ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୨୯ ଜଣ ପ୍ରାର୍ଥୀଙ୍କ ନାମ ଅଛି। କରାୱାଲ ନଗରରୁ କପିଲ ମିଶ୍ରାଙ୍କୁ ଭାଜପା ଟିକେଟ ଦେଇଛି। ଭାଜପା ପୂର୍ବରୁ ଏକ ତାଲିକା ପ୍ରକାଶ କରିଛି, ଯେଉଁଥିରେ ୨୯ ଜଣ ପ୍ରାର୍ଥୀ ଥିଲେ।
ଦଳ କରାୱାଲ ନଗରରୁ କପିଲ ମିଶ୍ରା, ମୋତି ନଗରରୁ ହରିଶ ଖୁରାନା ଏବଂ କୋଣ୍ଡଲିରୁ ପ୍ରିୟଙ୍କା ଗୌତମଙ୍କୁ ପ୍ରାର୍ଥୀ କରିଛି। ପ୍ରିୟଙ୍କା ଗୌତମ ସମ୍ପ୍ରତି ଆମ ଆଦମୀ ପାର୍ଟି ଛାଡି ଭାଜପାରେ ଯୋଗ ଦେଇଛନ୍ତି।

ଭାଜପା ୫୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦିଲ୍ଲୀରେ ମୋଟ ୭୦ଟି ବିଧାନସଭା ଆସନ ଅଛି। ଏହାର ଅର୍ଥ ହେଉଛି ଭାଜପାକୁ ଆହୁରି ୧୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିବାକୁ ପଡିବ।
ଦିଲ୍ଲୀରେ ୫ ଫେବୃଆରୀରେ ମତଦାନ ହେବାକୁ ଯାଉଛି, ଯାହାର ଫଳାଫଳ ୮ ଫେବୃଆରୀରେ ଆସିବ। ଅର୍ଥାତ୍‌ ଫେବୃଆରୀ ୮ ତାରିଖରେ ଜଣାପଡିବ ଯେ ଏଥର ଦିଲ୍ଲୀର କ୍ଷମତା କାହା ହାତକୁ ଯିବ।

The post ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା appeared first on Dharitri Odia News.