‘କ୍ୟାନ୍‌ସରକୁ ପ୍ରତିହତ କରିବ ଏଚ୍‌ପିଭି ଟିକା’

କଟକ,୧୨ା୩(ଶିଳ୍ପା ପ୍ରିୟଦର୍ଶିନୀ):କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ(ଏଏଚ୍‌ପିଜିଆଇସି)ର ସ୍ତ୍ରୀ କର୍କଟ ରୋଗ ବିଭାଗ ଏବଂ ଏବିସି ଫାଉଣ୍ଡେଶନର ମିଳିତ ସହଯୋଗରେ ଚତୁର୍ଦ୍ଦଶ ବିଶ୍ୱ କର୍କଟ ସର୍ଭିକ୍ସ ନିରାକରଣ ଦିବସ ଏଏଚ୍‌ପିଜିଆଇସିରେ ସୋମବାର ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡା. ଦୀପକ ରାଉତରାୟ ଯୋଗଦେଇ କହିଛନ୍ତି, ରାଜ୍ୟରେ ମହିଳା କର୍କଟ ରୋଗୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ କ୍ୟାନ୍‌ସର ସର୍ଭିକ୍ସ ରୋଗରେ […] The post ‘କ୍ୟାନ୍‌ସରକୁ ପ୍ରତିହତ କରିବ ଏଚ୍‌ପିଭି ଟିକା’ appeared first on Dharitri Odia News.

‘କ୍ୟାନ୍‌ସରକୁ ପ୍ରତିହତ କରିବ ଏଚ୍‌ପିଭି ଟିକା’

କଟକ,୧୨ା୩(ଶିଳ୍ପା ପ୍ରିୟଦର୍ଶିନୀ):କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ(ଏଏଚ୍‌ପିଜିଆଇସି)ର ସ୍ତ୍ରୀ କର୍କଟ ରୋଗ ବିଭାଗ ଏବଂ ଏବିସି ଫାଉଣ୍ଡେଶନର ମିଳିତ ସହଯୋଗରେ ଚତୁର୍ଦ୍ଦଶ ବିଶ୍ୱ କର୍କଟ ସର୍ଭିକ୍ସ ନିରାକରଣ ଦିବସ ଏଏଚ୍‌ପିଜିଆଇସିରେ ସୋମବାର ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡା. ଦୀପକ ରାଉତରାୟ ଯୋଗଦେଇ କହିଛନ୍ତି, ରାଜ୍ୟରେ ମହିଳା କର୍କଟ ରୋଗୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ କ୍ୟାନ୍‌ସର ସର୍ଭିକ୍ସ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗ ଆରମ୍ଭରୁ ଚିହ୍ନଟ କରି ବିହିତ ଚିକିତ୍ସା କଲେ ତାହା ସମ୍ପୂର୍ଣ୍ଣ ଭଲ ହୋଇଥାଏ। ଏତଦ୍‌ବ୍ୟତୀତ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଙ୍କୁ ଏଚ୍‌ପିଭି ଟିକା ଦେଇ କର୍କଟ ରୋଗ କବଳରୁ ମୁକ୍ତ ରଖିପାରିବା। ହ୍ୟୁମାନ-ପାପିଲୋମା ଭୂତାଣୁ ସଂକ୍ରମଣ ଯୋଗୁ କ୍ୟାନ୍‌ସର ସର୍ଭିକ୍ସ ହୁଏ ବୋଲି ଡା. ହାରଲଡ୍‌ ଜୁର୍‌ ହାସନ ନାମକ ଜଣେ ଜର୍ମାନୀ ଡାକ୍ତର ପ୍ରଥମେ ଆବିଷ୍କାର କରି ୨୦୦୮ରେ ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଛନ୍ତି। ତାଙ୍କର ଏହି କୃତିତ୍ୱକୁ ମନେ ପକାଇବା ପାଇଁ କଟକର ଏବିସି ଫାଉଣ୍ଡେଶନ ତାଙ୍କ ଜନ୍ମଦିନ ମାର୍ଚ୍ଚ ୧୧ ତାରିଖକୁ ଜରାୟୁ-ଦ୍ୱାର କର୍କଟ ରୋଗ ନିରାକରଣ ଦିବସ ଭାବେ ପାଳନ କରିଆସୁଛି ବୋଲି ରାଉତରାୟ କହିଛନ୍ତି।
ସେହିପରି ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସିଲ୍‌ଚର, ଆସାମର କ୍ୟାଚର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ପଦ୍ମଶ୍ରୀ ଡା. ରବି କାନ୍ନନ୍‌ ଯୋଗଦେଇ କହିଛନ୍ତି, ହ୍ୟୁମାନ-ପାପିଲୋମା ଭୂତାଣୁ ସଂକ୍ରମଣ ଯୋଗୁ କ୍ୟାନ୍‌ସର ସର୍ଭିକ୍ସ ରୋଗ ହେଉଛି। ଏଚ୍‌ପିଭି ଟିକା ଦ୍ୱାରା ଏହି ରୋଗକୁ ପ୍ରତିହତ କରାଯାଇ ପାରିବ। ଆୟୁର୍ବିଜ୍ଞାନ ଡଟ୍‌ କମ୍‌ ଫାଉଣ୍ଡେଶନର ପ୍ରତିଷ୍ଠାତା ଡା. ନିରଞ୍ଜନ ରାଉତ ଏହି ସଚେତନତା ଦିବସର ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରଫେସର ଡା. ଶିଶିର କୁମାର ମିଶ୍ରଙ୍କୁ ତାଙ୍କର ଜୀବନବ୍ୟାପୀ ଅବଦାନ ପାଇଁ ପାପାନିକୋଲାଓ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି କ୍ୟାନ୍‌ସର ସର୍ଭିକ୍ସ ସମ୍ପର୍କରେ ଗବେଷଣା କରୁଥିବା ଡା. ସୋନି ନନ୍ଦଙ୍କୁ ଏବିସି ଫାଉଣ୍ଡେଶନ ପୁରସ୍କାର ପ୍ରଦାନ କରାଯାଇଥିଲା। କର୍କଟ ରୋଗରେ ପୀଡ଼ିତଙ୍କୁ ସାହାଯ୍ୟ କରୁଥିବା ଅଭିମନ୍ୟୁ ଦାସ, ସୁବ୍ରତ ଚନ୍ଦ୍ର ତ୍ରିପାଠୀ ଓ ଲିଲି ଜେନାମଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଅତିଥିମାନେ ସ୍ମରଣିକା ଉନ୍ମୋଚନ କରିଥିଲେ। ପ୍ରଫେସର ଡା. ଜିତା ପରିଜା ସ୍ବାଗତ ଭାଷଣ ଦେଇଥିଲେ। ଆବାହକ ଡା. ଭାଗ୍ୟଲକ୍ଷ୍ମୀ ନାୟକଙ୍କ ତତ୍ତ୍ୱାବଧାନରେ ସଭାକାର୍ଯ୍ୟ ସମ୍ପାଦିତ ହୋଇଥିଲା। ଏହି ଅବସରରେ ଡା. ମନୋରଞ୍ଜନ ମହାପାତ୍ର, ଡା. ଅଶୋକ କୁମାର ପାଢ଼ୀ, ଡା. ଅନ୍ବେଷା ପାଲ୍‌ଙ୍କ ତତ୍ତ୍ୱାବଧାନରେ କ୍ୟାନ୍ସର ସର୍ଭିକ୍ସ ସମ୍ପର୍କିତ କୁଇଜ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡା. ଜନ୍ମେଜୟ ମହାପାତ୍ର ଧନ୍ୟବାଦ ଦେଇଥିଲେ।

The post ‘କ୍ୟାନ୍‌ସରକୁ ପ୍ରତିହତ କରିବ ଏଚ୍‌ପିଭି ଟିକା’ appeared first on Dharitri Odia News.