କେଜରିଓ୍ବାଲଙ୍କୁ ହାଇକୋର୍ଟରୁ ମିଳିଲାନି ଆଶ୍ବସ୍ତି, ଶୁକ୍ରବାର ଇଡିରେ ହୋଇପାରନ୍ତି ହାଜର
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆପ୍ ସୁପ୍ରିମୋ ଅରବିନ୍ଦ କେଜରିଓ୍ବାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ଯାଚିକା ଉପରେ ଶୁଣାଣି ପରେ କୋର୍ଟ ତାଙ୍କୁ ଆଶ୍ବସ୍ତି ଦେବାକୁ ମନାକରିଛନ୍ତି। ପ୍ରକୃତରେ କେଜରିଓ୍ବାଲ ଏପର୍ଯ୍ୟନ୍ତ ଇଡି ଦ୍ବାରା ପଠାଯାଇଥିବା ୯ ସମନକୁ ଅଣଦେଖା କରିସାରିଛନ୍ତି। ସବୁ ସମନକୁ ଅବୈଧ କହିବା ସହ ସେ ପଚରାଉଚରାକୁ ମଧ୍ୟ ଯାଉନାହାଁନ୍ତି।ଏମିତିରେ ଏକ ଯାଚିକା ଦାୟର କରି ସେ ପଚରାଉଚରା ସମୟରେ ଗିରଫ ନକରିବାକୁ ନେଇ କୋର୍ଟରୁ ସୁରକ୍ଷା ମଗାଯାଇଥିଲା। ହେଲେ କୋର୍ଟ ତାଙ୍କୁ ଗିରଫରୁ ଆଶ୍ବସ୍ତି ଦେବାକୁ ମନା କରିଛନ୍ତି। ଆଉ ଏହା ପରେ ଏବେ ଶୁକ୍ରବାର ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଇଡି ସାମ୍ନାରେ ହାଜର ହୋଇପାରନ୍ତି। ବିଚାରପତି ସୁରେଶ କୁମାର କୈତ ଏବଂ ବିଚାରପତି ମନୋଜ ଜୈନଙ୍କ ଖଣ୍ଡପୀଠ କଜେରିଓ୍ବାଲଙ୍କ ଆବେଦନକୁ ୨୨ ଏପ୍ରିଲରେ ଶୁଣାଣି ପାଇଁ ସୂଚୀବଦ୍ଧ କରିଛନ୍ତି। ସମନକୁ ଚାଲେଞ୍ଜ ଦେଉଥିବା ତାଙ୍କ ମୁଖ୍ୟ ଯାଚିକା ଉପରେ ମଧ୍ୟ ସେହିଦିନ ଏପ୍ରିଲ ୨୨ରେ ଶୁଣାଣି ହେବ। ଶୁଣାଣି ସମୟରେ କେଜରିଓ୍ବାଲଙ୍କ ବରିଷ୍ଠ ଓକିଲ ଆଜି ପାଇଁ ସମନକୁ ସ୍ଥଗିତ କରିବାକୁ ଅନୁରୋଧ କରିଥିଲେ। ଏମିତିରେ ଶୁକ୍ରବାର କେଜରିଓ୍ବାଲ ଇଡି ସମ୍ମୁଖରେ ହାଜର ହୋଇପାରନ୍ତି। ଉଲ୍ଲେଖଯୋଗ୍ୟ, ଏହି ମାମଲା ୨୦୨୧-୨୨ ପାଇଁ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ପ୍ରସ୍ତୁତ କରି
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆପ୍ ସୁପ୍ରିମୋ ଅରବିନ୍ଦ କେଜରିଓ୍ବାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ଯାଚିକା ଉପରେ ଶୁଣାଣି ପରେ କୋର୍ଟ ତାଙ୍କୁ ଆଶ୍ବସ୍ତି ଦେବାକୁ ମନାକରିଛନ୍ତି। ପ୍ରକୃତରେ କେଜରିଓ୍ବାଲ ଏପର୍ଯ୍ୟନ୍ତ ଇଡି ଦ୍ବାରା ପଠାଯାଇଥିବା ୯ ସମନକୁ ଅଣଦେଖା କରିସାରିଛନ୍ତି। ସବୁ ସମନକୁ ଅବୈଧ କହିବା ସହ ସେ ପଚରାଉଚରାକୁ ମଧ୍ୟ ଯାଉନାହାଁନ୍ତି।
ଏମିତିରେ ଏକ ଯାଚିକା ଦାୟର କରି ସେ ପଚରାଉଚରା ସମୟରେ ଗିରଫ ନକରିବାକୁ ନେଇ କୋର୍ଟରୁ ସୁରକ୍ଷା ମଗାଯାଇଥିଲା। ହେଲେ କୋର୍ଟ ତାଙ୍କୁ ଗିରଫରୁ ଆଶ୍ବସ୍ତି ଦେବାକୁ ମନା କରିଛନ୍ତି। ଆଉ ଏହା ପରେ ଏବେ ଶୁକ୍ରବାର ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଇଡି ସାମ୍ନାରେ ହାଜର ହୋଇପାରନ୍ତି। ବିଚାରପତି ସୁରେଶ କୁମାର କୈତ ଏବଂ ବିଚାରପତି ମନୋଜ ଜୈନଙ୍କ ଖଣ୍ଡପୀଠ କଜେରିଓ୍ବାଲଙ୍କ ଆବେଦନକୁ ୨୨ ଏପ୍ରିଲରେ ଶୁଣାଣି ପାଇଁ ସୂଚୀବଦ୍ଧ କରିଛନ୍ତି। ସମନକୁ ଚାଲେଞ୍ଜ ଦେଉଥିବା ତାଙ୍କ ମୁଖ୍ୟ ଯାଚିକା ଉପରେ ମଧ୍ୟ ସେହିଦିନ ଏପ୍ରିଲ ୨୨ରେ ଶୁଣାଣି ହେବ। ଶୁଣାଣି ସମୟରେ କେଜରିଓ୍ବାଲଙ୍କ ବରିଷ୍ଠ ଓକିଲ ଆଜି ପାଇଁ ସମନକୁ ସ୍ଥଗିତ କରିବାକୁ ଅନୁରୋଧ କରିଥିଲେ। ଏମିତିରେ ଶୁକ୍ରବାର କେଜରିଓ୍ବାଲ ଇଡି ସମ୍ମୁଖରେ ହାଜର ହୋଇପାରନ୍ତି।
ଉଲ୍ଲେଖଯୋଗ୍ୟ, ଏହି ମାମଲା ୨୦୨୧-୨୨ ପାଇଁ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ପ୍ରସ୍ତୁତ କରିବା ଏବଂ ଲାଗୁ କରିବାରେ କଥିତ ଭ୍ରଷ୍ଟାଚାର ଏବଂ ମନିଲଣ୍ଡ୍ରିଂ ସହ ଜଡ଼ିତ। ଅବଶ୍ୟ ଏହି ନୀତିକୁ ପରବର୍ତ୍ତୀ ସମୟରେ ରଦ୍ଦ କରିଦିଆଯାଇଥିଲା। ମାମଲରେ ଆପ୍ ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହ ନ୍ୟାୟିକ ହେପାଜତରେ ଅଛନ୍ତି। ଇଡି ଦ୍ବାରା ରୁଜୁ ଅଭିଯୋଗ ପତ୍ରରେ କେଜରିଓ୍ବାଲଙ୍କ ନାମର ଅନେକ ଥର ଉଲ୍ଲେଖ କରାଯାଇଛି।