ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି, ରାତି ସାଢ଼େ ୧୨ଟାରୁ ଦ୍ବାର ଫିଟା ନୀତି

ପୁରୀ: ନବ ବର୍ଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ପହଞ୍ଚୁଛନ୍ତି ପୁରୀରେ। ଏମିତିରେ ନୂଆ ବର୍ଷରେ ଶ୍ରୀମନ୍ଦିରରେ ହେବାକୁ ଥିବା ଭକ୍ତ ସମାଗମ ତଥା ଭିଡ଼କୁ ଦୃଷ୍ଟିରେ ରଖି ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାତି ସାଢ଼େ ବାରଟାରୁ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ସାରିବାକୁ ଧାର୍ଯ୍ୟ କରାଯାଇଥିବାବେଳେ ରାତି ୧୦ଟାରୁ ସାଢ଼େ ୧୦ଟା ମଧ୍ୟରେ ପହୁଡ଼ କରାଯିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଖାଲି ସେତିକି ନୁହେଁ ଶୃଙ୍ଖଳିତ ଦର୍ଶନ ଏବଂ ଠାକୁରଙ୍କ ନୀତି କାନ୍ତି ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଶ୍ରୀମନ୍ଦିରରେ ଉପସ୍ଥିତ ରହି ଶୃଙ୍ଖଳିତ ଦର୍ଶନ ସହ ଶୃଙ୍ଖଳିତ ନୀତି କାନ୍ତି ଉପରେ ନଜର ରଖିଛନ୍ତି। ପ୍ରବଳ ଭକ୍ତଙ୍କ ଭିଡ଼ ପାଇଁ ବାହାରକାଠ ନିକଟରେ ଦର୍ଶନର ବ୍ୟବସ୍ଥା କରାଯାଇଛି। ପୁରୀରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। 

ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି, ରାତି ସାଢ଼େ ୧୨ଟାରୁ ଦ୍ବାର ଫିଟା ନୀତି

ପୁରୀ: ନବ ବର୍ଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ପହଞ୍ଚୁଛନ୍ତି ପୁରୀରେ। ଏମିତିରେ ନୂଆ ବର୍ଷରେ ଶ୍ରୀମନ୍ଦିରରେ ହେବାକୁ ଥିବା ଭକ୍ତ ସମାଗମ ତଥା ଭିଡ଼କୁ ଦୃଷ୍ଟିରେ ରଖି ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାତି ସାଢ଼େ ବାରଟାରୁ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ସାରିବାକୁ ଧାର୍ଯ୍ୟ କରାଯାଇଥିବାବେଳେ ରାତି ୧୦ଟାରୁ ସାଢ଼େ ୧୦ଟା ମଧ୍ୟରେ ପହୁଡ଼ କରାଯିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। 

ଖାଲି ସେତିକି ନୁହେଁ ଶୃଙ୍ଖଳିତ ଦର୍ଶନ ଏବଂ ଠାକୁରଙ୍କ ନୀତି କାନ୍ତି ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଶ୍ରୀମନ୍ଦିରରେ ଉପସ୍ଥିତ ରହି ଶୃଙ୍ଖଳିତ ଦର୍ଶନ ସହ ଶୃଙ୍ଖଳିତ ନୀତି କାନ୍ତି ଉପରେ ନଜର ରଖିଛନ୍ତି। ପ୍ରବଳ ଭକ୍ତଙ୍କ ଭିଡ଼ ପାଇଁ ବାହାରକାଠ ନିକଟରେ ଦର୍ଶନର ବ୍ୟବସ୍ଥା କରାଯାଇଛି। ପୁରୀରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।