ଆଗାମୀ ୪ ଦିନ ପ୍ରବଳ ବର୍ଷା, ୨୬ରେ ଆଉ ଏକ ଲଘୁଚାପ !
ଭୁବନେଶ୍ୱର ୨୧।୦୭ : ଚିଲିକା ହ୍ରଦ ସଂଲଗ୍ନ ଓଡ଼ିଶା ଉପକୂଳରେ ଥିବା ଅବପାତ ଏବେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହା କ୍ରମଶଃ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ତଥାପି ଏହା ପ୍ରଭାବରେ ଆସନ୍ତା ୪ ଦିନ ବର୍ଷା ହେବ । ୨୩ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ କରିଛି । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ରେ ସର୍ବାଧିକ ୨୨୧ମିମି ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାରେ ୧୯୦ମିମି, ନବରଙ୍ଗପୁରରେ ୭୦.୧, କୋରାପୁଟରେ ୬୭.୪ ମିମି ବର୍ଷା ହୋଇଛି । ଚିତ୍ରକୋଣ୍ଡା, କୋରୁକୁଣ୍ଡା, ଖଇରପୁଟ ଓ କାଲିମେଳା ଭଳି ୪ଟି ବ୍ଲକ୍ରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି । ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି)ଙ୍କ ସୂଚନା ଅନୁସାରେ, ନିର୍ଧୁମ ବର୍ଷା ଢାଳିବା ଯୋଗୁ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଏକାଧିକ ସ୍ଥାନରେ ରାସ୍ତା ଓ ବ୍ରିଜ୍ ବୁଡ଼ି ଯାଇଛି । ପୋଟେରୁ ନଦୀ ଜଳସ୍ତର ବଢ଼ିବା ୪ ଯୋଗୁ ୩୨୬ନଂ ଜାତୀୟ ରାଜପଥ ଜଳମଗ୍ନ ହୋଇଛି । ବନ୍ୟା ପାଣି ମାଡ଼ି ଆସିବାରୁ କନ୍ୟାଶ୍ରମ ସେତୁ ଓ ଚଲ୍ଲାଗୁଡ଼ା ସେତୁ ଡୁବିଛି । ପଦିଆ ଓ କାଲିମେଳା ରାସ୍ତା ବି ବିଚ୍ଛିନ୍ନ ହୋଇଯାଇଛି । ତଳିଆ ଅଞ୍ଚଳରେ ଥିବା ୨୩ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ନବରଙ
ଭୁବନେଶ୍ୱର ୨୧।୦୭ : ଚିଲିକା ହ୍ରଦ ସଂଲଗ୍ନ ଓଡ଼ିଶା ଉପକୂଳରେ ଥିବା ଅବପାତ ଏବେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହା କ୍ରମଶଃ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ତଥାପି ଏହା ପ୍ରଭାବରେ ଆସନ୍ତା ୪ ଦିନ ବର୍ଷା ହେବ । ୨୩ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ କରିଛି ।
ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ରେ ସର୍ବାଧିକ ୨୨୧ମିମି ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାରେ ୧୯୦ମିମି, ନବରଙ୍ଗପୁରରେ ୭୦.୧, କୋରାପୁଟରେ ୬୭.୪ ମିମି ବର୍ଷା ହୋଇଛି । ଚିତ୍ରକୋଣ୍ଡା, କୋରୁକୁଣ୍ଡା, ଖଇରପୁଟ ଓ କାଲିମେଳା ଭଳି ୪ଟି ବ୍ଲକ୍ରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି । ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି)ଙ୍କ ସୂଚନା ଅନୁସାରେ, ନିର୍ଧୁମ ବର୍ଷା ଢାଳିବା ଯୋଗୁ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଏକାଧିକ ସ୍ଥାନରେ ରାସ୍ତା ଓ ବ୍ରିଜ୍ ବୁଡ଼ି ଯାଇଛି । ପୋଟେରୁ ନଦୀ ଜଳସ୍ତର ବଢ଼ିବା ୪ ଯୋଗୁ ୩୨୬ନଂ ଜାତୀୟ ରାଜପଥ ଜଳମଗ୍ନ ହୋଇଛି । ବନ୍ୟା ପାଣି ମାଡ଼ି ଆସିବାରୁ କନ୍ୟାଶ୍ରମ ସେତୁ ଓ ଚଲ୍ଲାଗୁଡ଼ା ସେତୁ ଡୁବିଛି । ପଦିଆ ଓ କାଲିମେଳା ରାସ୍ତା ବି ବିଚ୍ଛିନ୍ନ ହୋଇଯାଇଛି । ତଳିଆ ଅଞ୍ଚଳରେ ଥିବା ୨୩ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ନବରଙ୍ଗପୁରର ତୁରୀ ନଦୀରେ ପାଣି ଆସିବା ଯୋଗୁ ପାପଡ଼ାହାଣ୍ଡି-ଚନ୍ଦାହାଣ୍ଡି ରାସ୍ତା ବୁଡ଼ିଯାଇଛି । ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଅନେକ ସେତୁ ଓ ରାସ୍ତା ଉପରେ ପାଣି ଚାଲିଛି । ଏଣୁ ପାଣି କମିବା ଯାଏ ଏଥିରେ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସ୍ଥାନରେ ଭିଡ଼ ପରିଚାଳନା ପାଇଁ ପୁଲିସକୁ ନିୟୋଜିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରିବାକୁ କୁହାଯାଇଛି ।
ତେବେ ବର୍ଷା ସତ୍ତେ୍ୱ ଏବେ ସୁଦ୍ଧା ରାଜ୍ୟରେ ୨୧.୯% ନିଅଣ୍ଟିଆ ବର୍ଷା ରହିଛି । ଅବପାତ ପ୍ରଭାବରେ ହେବାକୁ ଥିବା ବର୍ଷା ପ୍ରଭାବରେ ରାଜ୍ୟର ନିଅଣ୍ଟିଆ ସ୍ଥିତି ଭରଣା ହେବ ବୋଲି ଏସ୍ଆରସିଙ୍କ ପକ୍ଷରୁ କୁହାଯାଇଛି। ଆସନ୍ତା ୪ ଦିନ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୧ରେ ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୨ ଓ ୨୩ରେ ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଭାରୀ ବର୍ଷା ସମ୍ଭାବନା ଅଛି । ୨୪ରେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ୭୦ରୁ ୧୧୦ମିମି ଯାଏ ବର୍ଷା ହୋଇପାରେ । ଆସନ୍ତା ୨୩ ତାରିଖ ଯାଏ ଉତ୍ତର ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ୨୬ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେବ ।