ସେମିକନ ଇଣ୍ଡିଆକୁ ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ଆବଶ୍ୟକତା ଓ ଶିଳ୍ପର ଚାହିଦାକୁ ପୂରଣ କରିବା ଲକ୍ଷ୍ୟରେ ଭାରତ ସରକାର ଓ ଘରୋଇ ଶିଳ୍ପୋଦ୍ୟୋଗୀଙ୍କ ମିଳିତ ସହଯୋଗରେ ଏକ ୩ ଦିନିଆ ଜାତୀୟ ସମ୍ମିଳନୀ ‘ସେମିକନ ଇଣ୍ଡିଆ-୨୦୨୪’ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ହେବାକୁ ଯାଉଛି। ଏପରିକି ୨୦୨୪ ସେପ୍ଟେମ୍ବର ୧୧ ପୂର୍ବାହ୍ନ ୧୦ଟା ୩୦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଏକ୍ସପୋ ମାର୍ଟରେ ‘ସେମିକନ୍‌ ଇଣ୍ଡିଆ-୨୦୨୪’କୁ ଉଦ୍‌ଘାଟନ କରିବେ। ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ […] The post ସେମିକନ ଇଣ୍ଡିଆକୁ ଉଦ୍‌ଘାଟନ କରିବେ ମୋଦି appeared first on Dharitri Odia News.

ସେମିକନ ଇଣ୍ଡିଆକୁ ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ଆବଶ୍ୟକତା ଓ ଶିଳ୍ପର ଚାହିଦାକୁ ପୂରଣ କରିବା ଲକ୍ଷ୍ୟରେ ଭାରତ ସରକାର ଓ ଘରୋଇ ଶିଳ୍ପୋଦ୍ୟୋଗୀଙ୍କ ମିଳିତ ସହଯୋଗରେ ଏକ ୩ ଦିନିଆ ଜାତୀୟ ସମ୍ମିଳନୀ ‘ସେମିକନ ଇଣ୍ଡିଆ-୨୦୨୪’ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ହେବାକୁ ଯାଉଛି। ଏପରିକି ୨୦୨୪ ସେପ୍ଟେମ୍ବର ୧୧ ପୂର୍ବାହ୍ନ ୧୦ଟା ୩୦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଏକ୍ସପୋ ମାର୍ଟରେ ‘ସେମିକନ୍‌ ଇଣ୍ଡିଆ-୨୦୨୪’କୁ ଉଦ୍‌ଘାଟନ କରିବେ। ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏପରିକି ସେମିକଣ୍ଡକ୍ଟର ଡିଜାଇନ୍‌, ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଭାରତକୁ ବିଶ୍ୱସ୍ତରୀୟ ହେବରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ରହିଛି। ଏହି ଦିୃଷ୍ଟିକୋଣ ଅନୁଯାୟୀ, ସେପିଂ ଦ ସେମିକଣ୍ଡକ୍ଟର ଫ୍ୟୁଚର୍‌ ଶୀର୍ଷକ ବିଷୟବସ୍ତୁ ସହିତ ୧୧ରୁ୧୩ସେପ୍ଟେମ୍ବର ମଧ୍ୟରେ ସେମିକନ୍‌ ଇଣ୍ଡିଆ-୨୦୨୪ ଆୟୋଜିତ ହେଉଛି। ସେହିଭଳି ସେପ୍ଟେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ତିନିଦିନିଆ ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶିତ ହେବ, ଯାହା ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ ହବ୍‌ରେ ପରିଣତ କରିବ। ଏଥିରେ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟରର ପ୍ରମୁଖ ନେତୃତ୍ୱ ଯୋଗଦେବା ସହିତ ବିଶ୍ୱସ୍ତରୀୟ ନେତା,କମ୍ପାନୀ ଏବଂ ସେମିକଣ୍ଡକ୍ଟର ଶିଳ୍ପର ବିଶେଷଜ୍ଞମାନଙ୍କୁ ଏହି ସମ୍ମିଳନୀ ଏକତ୍ର କରିବ। ଏହି ସମ୍ମିଳନୀରେ ୨୫୦ରୁ ଅଧିକ ପ୍ରଦର୍ଶନୀ ଏବଂ ୧୫୦ ବକ୍ତା ଅଂଶଗ୍ରହଣ କରିବେ।

The post ସେମିକନ ଇଣ୍ଡିଆକୁ ଉଦ୍‌ଘାଟନ କରିବେ ମୋଦି appeared first on Dharitri Odia News.