ଗୁପ୍ତେଶ୍ବର ମେଳାରେ ୨ ଯୁବକଙ୍କୁ ଛୁରାମାଡ଼, କାରଣ ଅସ୍ପଷ୍ଟ
ବୀରମିତ୍ରପୁର: ଗୁପ୍ତେଶ୍ବର ମେଳାରେ ୨ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି। ଛୁରାମାଡ଼ ପରେ ଉଭୟ ଯୁବକ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବୀରମିତ୍ରପୁର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଜଣେ ଯୁବକ ଛୁରୀରେ ଆକ୍ରମଣ କରିଛି। ତେବେ କ’ଣ ପାଇଁ ୨ଜଣ ଯୁବକଙ୍କୁ ଆକ୍ରମଣ କରାଯାଇଛି ତାହାର କାରଣ ଜଣାପଡ଼ିନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ […]

ବୀରମିତ୍ରପୁର: ଗୁପ୍ତେଶ୍ବର ମେଳାରେ ୨ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି। ଛୁରାମାଡ଼ ପରେ ଉଭୟ ଯୁବକ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବୀରମିତ୍ରପୁର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଜଣେ ଯୁବକ ଛୁରୀରେ ଆକ୍ରମଣ କରିଛି। ତେବେ କ’ଣ ପାଇଁ ୨ଜଣ ଯୁବକଙ୍କୁ ଆକ୍ରମଣ କରାଯାଇଛି ତାହାର କାରଣ ଜଣାପଡ଼ିନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।