କେଜରିୱାଲ ମନା କରିବାରୁ iPhone ଖୋଲିବାକୁ ଆପଲ ନିକଟରେ ପହଞ୍ଚିଲା ED, ଜାଣନ୍ତୁ ହେଲା କ’ଣ?
ନୂଆଦିଲ୍ଲୀ ୩୧।୩: ଆମଆଦମୀ ପାର୍ଟି (ଆପ) ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗତ ୧ ସପ୍ତାହ ହେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜତରେ ଅଛନ୍ତି। ତାଙ୍କୁ ଦୈନିକ ୫ ଘଣ୍ଟା ପଚରା ଉଚରା କରାଯାଉଛି। ଏଥିରେ ଇଡି ମଧ୍ୟ ଏକ ସମସ୍ୟାର ସମ୍ମୁଖୀନ ହୋଇଛି। ତାହା ହେଉଛି କେଜରିୱାଲଙ୍କ ଆଇଫୋନ। ଇଣ୍ଡିଆନ ଏକ୍ସପ୍ରେସ୍ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କେଜରିୱାଲ ତାଙ୍କ ଆଇଫୋନକୁ ସ୍ୱିଚ୍ ଅପ୍ କରିଦେଇଛନ୍ତି। କେଜରିୱାଲ ତାଙ୍କ ଫୋନର ପାସୱାର୍ଡ କାହାକୁ କହୁନାହାନ୍ତି। ଏଥିରେ ଇଡି କେଜରିୱାଲଙ୍କ ଫୋନ ଆକ୍ସେସ କରିବା ପାଇଁ ଆପଲ କମ୍ପାନୀ ସହ ଯୋଗାଯୋଗ କରିଥିବା ଜଣାପଡିଛି। ରିପୋର୍ଟ ମୁତାବକ ଇଡି ଯେତେବେଳେ ଆପଲ ସହିତ ସମ୍ପର୍କ କଲା କମ୍ପାନୀ ଫୋନର ଡାଟା ଆକ୍ସେସ କରିବା ପାଇଁ ଏହାର ପାସୱାର୍ଡ ଜାଣିବା ଜରୁରି ବୋଲି କହିଛି। ଏଣୁ ଫୋନ ଖୋଲିବା ପାଇଁ ଇଡି ବିଫଳ ହୋଇଛି। ଇଡି ନିକଟରେ କେଜରିୱାଲଙ୍କ ବିରୋଧରେ କୌଣସି ଇଲେକ୍ଟ୍ରୋନିକ ପ୍ରମାଣ ନାହିଁ। ଇଡିକୁ କେଜରିୱାଙ୍କ ନିକଟରୁ ୪ଟି ଫୋନ ମିଳିଛି ସବୁ ଫୋନକୁ ଜବତ କରାଯାଇଛି। ମାମଲା ସମ୍ପର୍କିତ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ପଚରା ଉଚରା କାଳରେ କେଜରିୱାଲ କହିଛନ୍ତି ଯେ ତାଙ୍କ ଫୋନର ଡାଟା ଓ ଚାଟ୍ ଆକ୍ସେସ କରିବା ଦ୍ୱାରା ଇଡିକୁ ଆପର ନିର୍ବାଚନୀ ରଣନୀତି ଓ ମେଣ୍ଟ ସମ୍ପର୍କରେ ସୂଚନା ମିଳିଯିବ। ଏହା ଛଡା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଏହି ଫୋନକ
ନୂଆଦିଲ୍ଲୀ ୩୧।୩: ଆମଆଦମୀ ପାର୍ଟି (ଆପ) ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗତ ୧ ସପ୍ତାହ ହେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜତରେ ଅଛନ୍ତି। ତାଙ୍କୁ ଦୈନିକ ୫ ଘଣ୍ଟା ପଚରା ଉଚରା କରାଯାଉଛି। ଏଥିରେ ଇଡି ମଧ୍ୟ ଏକ ସମସ୍ୟାର ସମ୍ମୁଖୀନ ହୋଇଛି। ତାହା ହେଉଛି କେଜରିୱାଲଙ୍କ ଆଇଫୋନ। ଇଣ୍ଡିଆନ ଏକ୍ସପ୍ରେସ୍ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କେଜରିୱାଲ ତାଙ୍କ ଆଇଫୋନକୁ ସ୍ୱିଚ୍ ଅପ୍ କରିଦେଇଛନ୍ତି।
କେଜରିୱାଲ ତାଙ୍କ ଫୋନର ପାସୱାର୍ଡ କାହାକୁ କହୁନାହାନ୍ତି। ଏଥିରେ ଇଡି କେଜରିୱାଲଙ୍କ ଫୋନ ଆକ୍ସେସ କରିବା ପାଇଁ ଆପଲ କମ୍ପାନୀ ସହ ଯୋଗାଯୋଗ କରିଥିବା ଜଣାପଡିଛି। ରିପୋର୍ଟ ମୁତାବକ ଇଡି ଯେତେବେଳେ ଆପଲ ସହିତ ସମ୍ପର୍କ କଲା କମ୍ପାନୀ ଫୋନର ଡାଟା ଆକ୍ସେସ କରିବା ପାଇଁ ଏହାର ପାସୱାର୍ଡ ଜାଣିବା ଜରୁରି ବୋଲି କହିଛି। ଏଣୁ ଫୋନ ଖୋଲିବା ପାଇଁ ଇଡି ବିଫଳ ହୋଇଛି। ଇଡି ନିକଟରେ କେଜରିୱାଲଙ୍କ ବିରୋଧରେ କୌଣସି ଇଲେକ୍ଟ୍ରୋନିକ ପ୍ରମାଣ ନାହିଁ। ଇଡିକୁ କେଜରିୱାଙ୍କ ନିକଟରୁ ୪ଟି ଫୋନ ମିଳିଛି ସବୁ ଫୋନକୁ ଜବତ କରାଯାଇଛି।
ମାମଲା ସମ୍ପର୍କିତ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ପଚରା ଉଚରା କାଳରେ କେଜରିୱାଲ କହିଛନ୍ତି ଯେ ତାଙ୍କ ଫୋନର ଡାଟା ଓ ଚାଟ୍ ଆକ୍ସେସ କରିବା ଦ୍ୱାରା ଇଡିକୁ ଆପର ନିର୍ବାଚନୀ ରଣନୀତି ଓ ମେଣ୍ଟ ସମ୍ପର୍କରେ ସୂଚନା ମିଳିଯିବ। ଏହା ଛଡା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଏହି ଫୋନକୁ ଗତ ୧ ବର୍ଷ ହେଲା ବ୍ୟବହାର କରୁଛନ୍ତି ଓ ୨୦୨୦-୨୧ରେ ମଦ ନୀତି ପ୍ରସ୍ତୁତି ବେଳେ ସେ ଅନ୍ୟ ଫୋନ ବ୍ୟବହାର କରୁଥିଲେ, ଯାହା ଏବେ ତାଙ୍କ ପାଖରେ ନାହିଁ।
ଏପଟେ ଇଡି କେଜରିୱାଲଙ୍କୁ ଆଉ ୪ ଦିନ ରିମାଣ୍ଡରେ ଆଣିବ ବୋଲି ପ୍ରସ୍ତାବ ରଖିଛି। ଯଦି ରିମାଣ୍ଡ ନ ମିଳିଲା ତାଙ୍କଲାଗି ବିଚାରବିଭାଗୀୟ ହାଜତ ଦାବି କରିପାରେ। ଉଲ୍ଲେଖଯୋଗ୍ୟ ଯେ ଅବକାରୀ ଦୁର୍ନୀତି ମାମଲାରେ କେଜରିୱାଲଙ୍କ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଇଡି ଗିରଫ କରିଛି। ଦିଲ୍ଲୀ ସରକାରଙ୍କ ଉପରେ ଇଡି ନୂଆ ମଦ ନୀତି ଆଢୁଆଳରେ ଭ୍ରଷ୍ଟାଚାରର ଅଭିଯୋଗ କରିଛି।