ଚୀନର ଗଳିକନ୍ଦିରେ ସିସିଟିଭି ; କ୍ୟାମେରାଯୁକ୍ତ ସହର ମଧ୍ୟରେ ଡ୍ରାଗନର ଦବ୍‌ଦବା ଅଧିକ

ନୂଆଦିଲ୍ଲୀ:  ବିଶ୍ବର ସୁପର ପାଓ୍ବାର ଆମେରିକା । ବିକଶିତ ଦେଶ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି । ମାତ୍ର ଆମେରିକାକୁ ମାତ୍ ଦେଇ ଚୀନ୍ ବିଶ୍ବର ସର୍ବଶକ୍ତିମାନ ହେବାକୁ ପ୍ରୟାସ ଚଳାଇଛି ।  ହେଲେ ଗୋଟିଏ ମାମଲାରେ ଚୀନ ଆମେରିକାକୁ ପଛରେ ପକାଇ ଦେଇଛି । ବିଶ୍ୱର ସବୁଠୁ ଅଧିକ କ୍ୟାମେରାଯୁକ୍ତ ସହର ମଧ୍ୟରେ ଚୀନ୍‌ର ଦବ୍‌ଦବା ରହିଛି । ସରକାର ନିଜ ଲୋକଙ୍କର ପ୍ରତ୍ୟେକ ଗତିବିଧି ଉପରେ କଡ଼ା ନଜର ରଖୁଛନ୍ତି ଡ୍ରାଗନ ସରକାର । ଲୋକଙ୍କ ଗତିବିଧି ଉପରେ ନଜର ରଖୁଥିବା ସହର ତାଲିକାରେ ଶୀର୍ଷ-୨୧ଟି ସହର ଚୀନ୍‌ର ରହିଛି । ଦେଶର ଔଦ୍ୟୋଗିକ ସହର ଶେନଜେନ୍‌ରେ ସର୍ବାଧିକ କ୍ୟାମେରା ରହିଛି । ଏଠାରେ ପ୍ରତି ବର୍ଗ ମାଇଲରେ ୭,୪୬୨ କ୍ୟାମେରା ଲାଗିଛି । ଅର୍ଥାତ୍‌ ଲୋକଙ୍କ ପ୍ରତ୍ୟେକ ଗିତିବିଧି ଉପରେ ସରକାରଙ୍କ ନଜର ରହିଛି । ତାଲିକାର ୨ୟରେ ଅଛି ଚୀନ୍‌ର ଉହାନ ସହର । ୨୦୧୯ ମସିହାରେ କରୋନା ମହାମାରୀ ଏହି ସହରରୁ ବ୍ୟାପିଥିଲା । ଉହାନରେ ପ୍ରତ୍ୟେକ ବର୍ଗ ମାଇଲରେ ୬,୪୮୮ କ୍ୟାମେରା ଲାଗିଛି । ୩ୟରେ ଅଛି ଚୀନ୍‌ର ଔଦ୍ୟୋଗିକ ରାଜଧାନୀ ଶଂଘାଈ । ଏଠାରେ ପ୍ରତି ବର୍ଗ ମାଇଲରେ ୫,୨୩୯ କ୍ୟାମେରା ଲାଗିଛି । ଏହା ପରେ ଚୀନ୍‌ର ବିଭିନ୍ନ ସହର ନାଁ ରହିଛି । ରାଜଧାନୀ ବେଜିଂରେ ପ୍ରତି ବର୍ଗ ମାଇଲରେ ୧,୫୦୦ଟି କ୍ୟାମେରା ଲାଗିଛି, ଯାହା ୨୧ତମ ସ୍ଥାନରେ ଅଛି । ତାଲିକାର ୨୨ ନମ୍ବରରେ ଅଛି ଦିଲ୍ଲୀ । ଏଠାରେ ପ୍ରତି ବର୍ଗ ମାଇଲରେ ୧,୪୯୦ଟି କ୍ୟାମ

ଚୀନର ଗଳିକନ୍ଦିରେ ସିସିଟିଭି ; କ୍ୟାମେରାଯୁକ୍ତ ସହର ମଧ୍ୟରେ ଡ୍ରାଗନର ଦବ୍‌ଦବା ଅଧିକ

ନୂଆଦିଲ୍ଲୀ:  ବିଶ୍ବର ସୁପର ପାଓ୍ବାର ଆମେରିକା । ବିକଶିତ ଦେଶ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି । ମାତ୍ର ଆମେରିକାକୁ ମାତ୍ ଦେଇ ଚୀନ୍ ବିଶ୍ବର ସର୍ବଶକ୍ତିମାନ ହେବାକୁ ପ୍ରୟାସ ଚଳାଇଛି ।  ହେଲେ ଗୋଟିଏ ମାମଲାରେ ଚୀନ ଆମେରିକାକୁ ପଛରେ ପକାଇ ଦେଇଛି । ବିଶ୍ୱର ସବୁଠୁ ଅଧିକ କ୍ୟାମେରାଯୁକ୍ତ ସହର ମଧ୍ୟରେ ଚୀନ୍‌ର ଦବ୍‌ଦବା ରହିଛି । ସରକାର ନିଜ ଲୋକଙ୍କର ପ୍ରତ୍ୟେକ ଗତିବିଧି ଉପରେ କଡ଼ା ନଜର ରଖୁଛନ୍ତି ଡ୍ରାଗନ ସରକାର । ଲୋକଙ୍କ ଗତିବିଧି ଉପରେ ନଜର ରଖୁଥିବା ସହର ତାଲିକାରେ ଶୀର୍ଷ-୨୧ଟି ସହର ଚୀନ୍‌ର ରହିଛି । 

ଦେଶର ଔଦ୍ୟୋଗିକ ସହର ଶେନଜେନ୍‌ରେ ସର୍ବାଧିକ କ୍ୟାମେରା ରହିଛି । ଏଠାରେ ପ୍ରତି ବର୍ଗ ମାଇଲରେ ୭,୪୬୨ କ୍ୟାମେରା ଲାଗିଛି । ଅର୍ଥାତ୍‌ ଲୋକଙ୍କ ପ୍ରତ୍ୟେକ ଗିତିବିଧି ଉପରେ ସରକାରଙ୍କ ନଜର ରହିଛି । ତାଲିକାର ୨ୟରେ ଅଛି ଚୀନ୍‌ର ଉହାନ ସହର । ୨୦୧୯ ମସିହାରେ କରୋନା ମହାମାରୀ ଏହି ସହରରୁ ବ୍ୟାପିଥିଲା । ଉହାନରେ ପ୍ରତ୍ୟେକ ବର୍ଗ ମାଇଲରେ ୬,୪୮୮ କ୍ୟାମେରା ଲାଗିଛି । ୩ୟରେ ଅଛି ଚୀନ୍‌ର ଔଦ୍ୟୋଗିକ ରାଜଧାନୀ ଶଂଘାଈ । ଏଠାରେ ପ୍ରତି ବର୍ଗ ମାଇଲରେ ୫,୨୩୯ କ୍ୟାମେରା ଲାଗିଛି । 

ଏହା ପରେ ଚୀନ୍‌ର ବିଭିନ୍ନ ସହର ନାଁ ରହିଛି । ରାଜଧାନୀ ବେଜିଂରେ ପ୍ରତି ବର୍ଗ ମାଇଲରେ ୧,୫୦୦ଟି କ୍ୟାମେରା ଲାଗିଛି, ଯାହା ୨୧ତମ ସ୍ଥାନରେ ଅଛି । ତାଲିକାର ୨୨ ନମ୍ବରରେ ଅଛି ଦିଲ୍ଲୀ । ଏଠାରେ ପ୍ରତି ବର୍ଗ ମାଇଲରେ ୧,୪୯୦ଟି କ୍ୟାମେରା ଲାଗିଛି । ଦକ୍ଷିଣ କୋରିଆର ରାଜଧାନୀ ସୋଲରେ ପ୍ରତି ବର୍ଗ ମାଇଲରେ ୬୧୮ଟି କ୍ୟାମେରା ଲାଗିଛି । ତାଲିକାରେ ସିଙ୍ଗାପୁର ୪୦ତମ ସ୍ଥାନରେ ଅଛି । ସହରର ପ୍ରତି ବର୍ଗ ମାଇଲରେ ୩୮୭ କ୍ୟାମେରା ଲାଗିଛି । ହାଇଦ୍ରାବାଦରେ ପ୍ରତି ବର୍ଗ ମାଇଲରେ ୩୭୧ଟି କ୍ୟାମେରା ଲାଗିଛି । ଏହା ତାଲିକାରେ ୪୧ ନମ୍ବରରେ ରହିଛି । ନ୍ୟୁୟର୍କରେ ପ୍ରତି ବର୍ଗ ମାଇଲରେ ୨୩୫, ମସ୍କୋରେ ୨୨୦, ଲଣ୍ଡନରେ ୨୦୯ ଓ ବାଂଲାଦେଶର ରାଜଧାନୀ ଢାକାରେ ୧୪୧ କ୍ୟାମେରା ଲାଗିଛି । ପାକିସ୍ତାନରେ ସର୍ବାଧିକ କ୍ୟାମେରା ଥିବା ସହର ଲାହୋର । ଏଠାରେ ପ୍ରତି ବର୍ଗ ମାଇଲରେ ୧୦ଟି କ୍ୟାମେରା ଲାଗିଛି ।