ଆମେରିକାର ଫ୍ଲୋରିଡାକୁ ମୁହାଁଇଛି ହରିକେନ ‘ମିଲ୍ଟନ’, ସତର୍କତା ଜାରି କଲେ ସରକାର

ୱାସିଂଟନ ୯।୧୦: ଆମେରିକାର ଫ୍ଲୋରିଡାକୁ ମୁହାଁଇଛି ହରିକେନ ‘ମିଲ୍ଟନ’। ଘଣ୍ଟାପ୍ରତି ୩୨୧ କିଲୋମିଟର ବେଗରେ ମିଲ୍ଟନ ଏବେ ଉପକୂଳ ମୁହାଁ। ତେବେ ବାତ୍ୟା ଉପକୂଳକୁ ପହଞ୍ଚିବା ପୂର୍ବରୁ ବୁଧବାର ମଧ୍ୟାହ୍ନରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ବୟାନ ଦେଇଛନ୍ତି। ବାତ୍ୟା ଉପକୂଳକୁ ପହଞ୍ଚିବା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ଚାଲିଯିବାକୁ କହିଛନ୍ତି। ଏହା ଏକ କ୍ୟାଟଗରୀ ୫ ଶ୍ରେଣୀୟ ବାତ୍ୟା ହୋଇଥିବା ବେଳେ ଲୋକଙ୍କୁ ସାଙ୍ଗରେ କେବଳ ଜରୁରି ସାମଗ୍ରୀ ନେଇ ଘର ଛାଡି ପଳାୟନ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଆମେରିକା ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ ରାଜ୍ୟର ଉପସାଗରୀୟ ଉପକୂଳକୁ ମୁହାଁଇଥିବା ବାତ୍ୟା ଏପର୍ଯ୍ୟନ୍ତ ଆସିଥିବା ସାମୁଦ୍ରିକ ବାତ୍ୟାମାନଙ୍କଠାରୁ ଅଧିକ ବିନାଶକାରୀ ହୋଇପାରେ। ଏଣୁ ସ୍ଥାନୀୟ ପ୍ରଶାସନ ଫ୍ଲୋରିଡାର ଉପକୂଳ ଅଞ୍ଚଳରେ ବସବାସ କରୁଥିବା ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ଚାଲିଯିବା ପାଇଁ ପରାମର୍ଶ ଦେଇଛି। ସରକାରଙ୍କ ପରମର୍ଶ ଅନୁସାରେ ଲୋକେ ଏବେ ପଳାୟନ କରିବା ଆରମ୍ଭ କରିଛନ୍ତି। ଫଳରେ ଫ୍ଲୋରିଡା ଓ ଏହାକୁ ଲାଗି ରହିଥିବା ସହରାଞ୍ଚଳର ମୁଖ୍ୟ ମାର୍ଗରେ ଟ୍ରାଫିକ ଜାମ ସମସ୍ୟା ଉପୁଜିଛି। SpaceX Activates Starlink T Mobile Text SMS Messaging In Florida Ahead Of Hurricane Milton's Arrival https://t.co/g1i2OceZ4H— DreamyTechGirl (@Dre

ଆମେରିକାର ଫ୍ଲୋରିଡାକୁ ମୁହାଁଇଛି ହରିକେନ ‘ମିଲ୍ଟନ’, ସତର୍କତା ଜାରି କଲେ ସରକାର

ୱାସିଂଟନ ୯।୧୦: ଆମେରିକାର ଫ୍ଲୋରିଡାକୁ ମୁହାଁଇଛି ହରିକେନ ‘ମିଲ୍ଟନ’। ଘଣ୍ଟାପ୍ରତି ୩୨୧ କିଲୋମିଟର ବେଗରେ ମିଲ୍ଟନ ଏବେ ଉପକୂଳ ମୁହାଁ। ତେବେ ବାତ୍ୟା ଉପକୂଳକୁ ପହଞ୍ଚିବା ପୂର୍ବରୁ ବୁଧବାର ମଧ୍ୟାହ୍ନରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ବୟାନ ଦେଇଛନ୍ତି। ବାତ୍ୟା ଉପକୂଳକୁ ପହଞ୍ଚିବା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ଚାଲିଯିବାକୁ କହିଛନ୍ତି। ଏହା ଏକ କ୍ୟାଟଗରୀ ୫ ଶ୍ରେଣୀୟ ବାତ୍ୟା ହୋଇଥିବା ବେଳେ ଲୋକଙ୍କୁ ସାଙ୍ଗରେ କେବଳ ଜରୁରି ସାମଗ୍ରୀ ନେଇ ଘର ଛାଡି ପଳାୟନ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। 

ଆମେରିକା ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ ରାଜ୍ୟର ଉପସାଗରୀୟ ଉପକୂଳକୁ ମୁହାଁଇଥିବା ବାତ୍ୟା ଏପର୍ଯ୍ୟନ୍ତ ଆସିଥିବା ସାମୁଦ୍ରିକ ବାତ୍ୟାମାନଙ୍କଠାରୁ ଅଧିକ ବିନାଶକାରୀ ହୋଇପାରେ। ଏଣୁ ସ୍ଥାନୀୟ ପ୍ରଶାସନ ଫ୍ଲୋରିଡାର ଉପକୂଳ ଅଞ୍ଚଳରେ ବସବାସ କରୁଥିବା ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ଚାଲିଯିବା ପାଇଁ ପରାମର୍ଶ ଦେଇଛି। ସରକାରଙ୍କ ପରମର୍ଶ ଅନୁସାରେ ଲୋକେ ଏବେ ପଳାୟନ କରିବା ଆରମ୍ଭ କରିଛନ୍ତି। ଫଳରେ ଫ୍ଲୋରିଡା ଓ ଏହାକୁ ଲାଗି ରହିଥିବା ସହରାଞ୍ଚଳର ମୁଖ୍ୟ ମାର୍ଗରେ ଟ୍ରାଫିକ ଜାମ ସମସ୍ୟା ଉପୁଜିଛି। 


ଗଣମାଧ୍ୟମ ରିପୋର୍ଟ ଅନୁସାରେ ସହରର କେତେକ ପେଟ୍ରୋଲ ପମ୍ପରେ ତେଲ ଶେଷ ହୋଇଯାଇଛି। ଫଳରେ ସୁରକ୍ଷିତ ସ୍ଥାନକୁ ଯାନ ବାହନରେ ପଳାୟନ କରୁଥିବା ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବରୁ ସାମୁଦ୍ରିକ ବାତ୍ୟା ‘ହେଲେନ’ ଫ୍ଲୋରିଡାରେ ପ୍ରକୋପ କରିଥିଲା। ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବାତ୍ୟା ହେଲେନର କ୍ଷୟକ୍ଷତି ଭରଣା ନ ହେଉଣୁ ମିଲ୍ଟନ ଏବେ ନୂଆ ସମସ୍ୟା ଭାବେ ଉଭା ହୋଇଛି। 


ନ୍ୟାସନାଲ ଓସନିକ ଆଣ୍ଡ ଆଟମୋସଫେରିକ ଆଡମିନେଷ୍ଟ୍ରେସନ (ଏନଓଏଏ) ମିଲ୍ଡନକୁ ଏକ କ୍ୟାଟଗରୀ ୫ ଶ୍ରେଣୀୟ ବାତ୍ୟା ଭାବେ ଆକଳନ କରୁଛି। ଏପରି ସ୍ତରର ସାମୁଦ୍ରିକ ବାତ୍ୟା ଦ୍ୱାରା ବିଶେଷ କ୍ଷୟକ୍ଷତି ଆଶଙ୍କା କରାଯାଉଛି। ମିଲ୍ଟନ ଉପକୂଳକୁ ପହଞ୍ଚିବା ପରେ ଘଣ୍ଟାପ୍ରତି ପବନର ବେଗ ୨୪୯ କିଲୋମିଟର କୁ ଛୁଇଁପାରେ। ଏଣୁ ବ୍ୟାପକ ଧନଜୀବନ ହାନୀର ଆଶଙ୍କା କରାଯାଉଛି। ଏହି ଶ୍ରେଣୀୟ ବାତ୍ୟାରେ ସମୁଦ୍ରରେ ୧୮ ଫୁଟରୁ ଅଧିକ ଉଚ୍ଚର ଜୁଆର ଆସିବାର ଆଶଙ୍କା ରହିଛି। ଫଳରେ କୋଠା ଘର ମଧ୍ୟ ପ୍ରଭାବିତ ହେବାର ଆଶଙ୍କା କରାଯାଉଥିବାରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।