ଲଞ୍ଚ ହେଲା ଦେଶର ପ୍ରଥମ ହାଇବ୍ରିଡ୍‌ ମୋଟସାଇକେଲ YAMAHA FZ-S Fi Hybrid, ଜାଣନ୍ତୁ କ’ଣ ରହିଛି ଫିଚର୍ସ...

ନୂଆଦିଲ୍ଲୀ: ଅଗ୍ରଣୀ ଦୁଇଚକିଆ ବାଇକ୍‌ ନିର୍ମାତା କମ୍ପାନି ୟାମାହା ମୋଟର ଇଣ୍ଡିଆ, ଦେଶରେ ପ୍ରଥମ ହାଇବ୍ରିଡ୍‌ ମୋଟସାଇକେଲ YAMAHA FZ-S Fi Hybridକୁ ଲଞ୍ଚ୍‌ କରିଛି। ବାଇକ୍‌ରେ ରହିଛି ଆକର୍ଷଣୀୟ ଲୁ୍‌କ୍ ସାଙ୍ଗକୁ ଦମଦାର ଇଞ୍ଜିନ ତା’ ସାଙ୍ଗକୁ ଭଳିକି ଭଳି ଆଡଭାନ୍ସ ଫିଚର୍ସ । ଯାହା ଗ୍ରାହକଙ୍କୁ ଏକ ଉତ୍ତମ ରାଇଡିଂ ଏକ୍ସପିରିଏନ୍ସ ଦେବ। ଆସନ୍ତୁ ଜାଣିବା କ’ଣ ରହିଛି ବାଇକ୍‌ର ନୂଆ ଫିଚର୍ସ ? ଏହା ସହ ଜାଣିବା ବାଇକ୍‌ର ଦାମ୍‌ ବିଷୟରେ । ବାଇକ୍‌ର ଡିଜାଇନ୍‌ ବିଷୟରେ କହିଲେ ନୂଆ ଭାରିଆଣ୍ଟରେ ରେଗୁଲାର ଡିଜାଇନ ହିଁ ଭଳି । ହେଲେ ଏଥିରେ ଇଣ୍ଟିଗ୍ରେଟେଡ ଫ୍ରଣ୍ଟ୍‌ ଟର୍ଣ୍ଣ ସିଗ୍ନାଲ ଦିଆଯାଇଛି। ଏହା ବାଦ ବାଇକ୍‌ର ଏରୋଡାଇନାମିକ୍ସକୁ ମଧ୍ୟ ଆକର୍ଷଣୀୟ କରାଯାଇଛି। ବାଇକରେ ୧୪୯ ସିସିର ଏୟାର କୁଲ୍‌ ସିଙ୍ଗଲ ସିଲିଣ୍ଡର ବିଶିଷ୍ଟ ହାଇବ୍ରିଡ୍‌ ଇଞ୍ଜିନ୍ ରହିଛି। ଯାହା ୭,୨୫୦ ଆରପିଏମ୍‌ରେ ୧୨.୪ପିଏସ ପାଓ୍ବାର ୫୫୦୦ ଆରପିଏମରେ ୧୩.୩ ଏନଏମ ଟର୍କ ଉତ୍ପନ୍ନ କରିଥାଏ। ୫ସ୍ପିଡ ଗିୟରବକ୍ସ ବିଶିଷ୍ଟ ଏହି ବାଇକ୍‌ ଇ୨୦ ଫୁଏଲ ଷ୍ଟାଣ୍ଡାର୍ଡ ସହ ରହିଛି। ଅର୍ଥାତ୍ ବାଇକ୍‌ ୨୦ ପ୍ରତିଶତ ଫ୍ଲେକ୍ସ ଫୁଏଲ ସହ ଚାଲିପାରିବ। ହାଇବ୍ରିଡ୍‌ ଇଞ୍ଜିନର ଅର୍ଥ ବାଇକ୍‌ର ଇଞ୍ଜିନରେ ଏକ ଏଭଳି ମୋଟର ଲଗାଯାଇଛି, ଯାହା ବାଇକ୍‌ର ଇଞ୍ଜିନକୁ ଆଉ ଅଧିକ ଟର୍କ ଯୋଗାଇବ। କେବଳ ସେତିକି ନୁହେଁ ଏହି ମୋଟର, ଏକ ଷ୍ଟାର୍ଟର ଜେନେରେଟର ଭଳି କାମ କ

ଲଞ୍ଚ ହେଲା ଦେଶର ପ୍ରଥମ ହାଇବ୍ରିଡ୍‌ ମୋଟସାଇକେଲ YAMAHA FZ-S Fi Hybrid, ଜାଣନ୍ତୁ କ’ଣ ରହିଛି ଫିଚର୍ସ...

ନୂଆଦିଲ୍ଲୀ: ଅଗ୍ରଣୀ ଦୁଇଚକିଆ ବାଇକ୍‌ ନିର୍ମାତା କମ୍ପାନି ୟାମାହା ମୋଟର ଇଣ୍ଡିଆ, ଦେଶରେ ପ୍ରଥମ ହାଇବ୍ରିଡ୍‌ ମୋଟସାଇକେଲ YAMAHA FZ-S Fi Hybridକୁ ଲଞ୍ଚ୍‌ କରିଛି। ବାଇକ୍‌ରେ ରହିଛି ଆକର୍ଷଣୀୟ ଲୁ୍‌କ୍ ସାଙ୍ଗକୁ ଦମଦାର ଇଞ୍ଜିନ ତା’ ସାଙ୍ଗକୁ ଭଳିକି ଭଳି ଆଡଭାନ୍ସ ଫିଚର୍ସ । ଯାହା ଗ୍ରାହକଙ୍କୁ ଏକ ଉତ୍ତମ ରାଇଡିଂ ଏକ୍ସପିରିଏନ୍ସ ଦେବ। ଆସନ୍ତୁ ଜାଣିବା କ’ଣ ରହିଛି ବାଇକ୍‌ର ନୂଆ ଫିଚର୍ସ ? ଏହା ସହ ଜାଣିବା ବାଇକ୍‌ର ଦାମ୍‌ ବିଷୟରେ । 

ବାଇକ୍‌ର ଡିଜାଇନ୍‌ ବିଷୟରେ କହିଲେ ନୂଆ ଭାରିଆଣ୍ଟରେ ରେଗୁଲାର ଡିଜାଇନ ହିଁ ଭଳି । ହେଲେ ଏଥିରେ ଇଣ୍ଟିଗ୍ରେଟେଡ ଫ୍ରଣ୍ଟ୍‌ ଟର୍ଣ୍ଣ ସିଗ୍ନାଲ ଦିଆଯାଇଛି। ଏହା ବାଦ ବାଇକ୍‌ର ଏରୋଡାଇନାମିକ୍ସକୁ ମଧ୍ୟ ଆକର୍ଷଣୀୟ କରାଯାଇଛି। ବାଇକରେ ୧୪୯ ସିସିର ଏୟାର କୁଲ୍‌ ସିଙ୍ଗଲ ସିଲିଣ୍ଡର ବିଶିଷ୍ଟ ହାଇବ୍ରିଡ୍‌ ଇଞ୍ଜିନ୍ ରହିଛି। ଯାହା ୭,୨୫୦ ଆରପିଏମ୍‌ରେ ୧୨.୪ପିଏସ ପାଓ୍ବାର ୫୫୦୦ ଆରପିଏମରେ ୧୩.୩ ଏନଏମ ଟର୍କ ଉତ୍ପନ୍ନ କରିଥାଏ। ୫ସ୍ପିଡ ଗିୟରବକ୍ସ ବିଶିଷ୍ଟ ଏହି ବାଇକ୍‌ ଇ୨୦ ଫୁଏଲ ଷ୍ଟାଣ୍ଡାର୍ଡ ସହ ରହିଛି। ଅର୍ଥାତ୍ ବାଇକ୍‌ ୨୦ ପ୍ରତିଶତ ଫ୍ଲେକ୍ସ ଫୁଏଲ ସହ ଚାଲିପାରିବ। 

ହାଇବ୍ରିଡ୍‌ ଇଞ୍ଜିନର ଅର୍ଥ ବାଇକ୍‌ର ଇଞ୍ଜିନରେ ଏକ ଏଭଳି ମୋଟର ଲଗାଯାଇଛି, ଯାହା ବାଇକ୍‌ର ଇଞ୍ଜିନକୁ ଆଉ ଅଧିକ ଟର୍କ ଯୋଗାଇବ। କେବଳ ସେତିକି ନୁହେଁ ଏହି ମୋଟର, ଏକ ଷ୍ଟାର୍ଟର ଜେନେରେଟର ଭଳି କାମ କରିବ ଏବଂ ଏହା ବ୍ୟାଟେରୀକୁ ବି ଚାର୍ଜ କରିବ, ସେଲ୍ଫ ଷ୍ଟାର୍ଟ ଭଳି କାମ କରିବ। ବାଇକରେ  ଇଞ୍ଜିନ ସ୍ମାର୍ଟ ମୋଟର ଜେନେରେଟର (SMG) ଏବଂ ଷ୍ଟପ୍‌ ଆଣ୍ଡ୍‌ ଷ୍ଟାର୍ଟ (ଏସଏସଏସ) ଏବଂ ବ୍ୟାଟେରୀ-ଆସିଷ୍ଟ ଆକ୍ସେଲରସନ ରହିଛି। ଯାହାଦ୍ବାରା କେବଳ କ୍ଲଚ୍‌ ମାଧ୍ୟମରେ ଗାଡ଼ି ଷ୍ଟାର୍ଟ ହୋଇପାରିବ। ଫଳରେ ମାଇଲେଜ ଅଧିକ ମିଳିବ। 

ଅନ୍ୟାନ୍ୟ ଫିଚର୍ସ କହିଲେ FZ-S Fi Hybridରେ କମ୍ପାନି ୪.୨ ଇଞ୍ଚର ଫୁଲ କଲର ଟିଏଫ୍ଟି ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ରହିଛି। ୟୁଜର ବାଇକ୍‌ ସହ ସ୍ମାର୍ଟଫୋନ୍‌ କନେକ୍ଟ କରିପାରିବେ। ଏଥିରେ ଟର୍ଣ୍ଣ-ବାଏ-ଟର୍ଣ୍ଣ (TBT) ନାଭିଗେସନ, ଗୁଗଲ ମ୍ୟାପ୍, ରିୟଲ ଟାଇମ୍ ଡାଇରେକ୍ସନ, ନାଭିଗେସନ ଇଣ୍ଡେକ୍ସ ଭଳି ସୁବିଧା ମିଳିବ।

କମ୍ପାନିର କହିବା ଅନୁଯାୟୀ, ଲମ୍ବା ଦୂରତାର ଯାତ୍ରା ଆରମଦାୟକ କରିବା ପାଇଁ ହ୍ୟାଣ୍ଡେଲବାର ପୋଜିସନରେ ପରିବର୍ତ୍ତନ କରାଯାଇଛି। ବାଇକରେ ୧୩ ଲିଟରର ଫୁଏଲ ଟ୍ୟାଙ୍କ ରହିଛି। ସିଙ୍ଗଲ ଚ୍ୟାନେଲ୍ ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ (ABS),  ୨୮୨ ଏମଏମର ଫ୍ରଣ୍ଟ୍‌ ଡିସ୍କ ବ୍ରେକ୍, ଟ୍ୟୁବ୍ଲେସ୍ ଟାୟାର, ଟେଲିସ୍କୋପିକ୍ ଓ ମନୋସକ୍ ସସପେନସନ ରହିଛି। 

ବାଇକ୍ ରେସିଂ ବ୍ଲୁ ଏବଂ ସିୟାନ ମେଟାଲିକ୍ ଗ୍ରେ କଲର ଅପ୍ସନ ମିଳିବ । ମୋଟରସାଇକେଲର ପ୍ରାରମ୍ଭିକ ମୂଲ୍ୟ ୧,୪୪, ୮୦୦ ଟଙ୍କା ଏକ୍ସ ସୋରୁମ୍ ରହିଛି। ବାଇକ୍‌ର ବୁକିଂ ମଧ୍ୟ ଆରମ୍ଭ ହୋଇସାରିଛି।