ରାତିରେ ଶୋଇଥିଲେ, ଦୁଇ ଶଳାକୁ ହତ୍ୟା କରିଦେଲେ ଭିଣୋଇ

ଚିତ୍ରକୋଣ୍ଡା ୧୩।୦୫ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା କୁପାଗୁଡ଼ା ଗାଁରେ ଅଘଟଣ । ରାତିରେ ଶୋଇଥିବା ବେଳେ ୨ ଶଳାକୁ ହତ୍ୟା କରିଛି ଭିଣୋଇ । ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ । ଖବର ଅନୁଯାୟୀ, କୁପାଗୁଡ଼ା ଗାଁର ୩ ଭାଇ ନିଜ ଭଉଣୀ ଘରକୁ ଏକଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିଲେ । ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଭିଣୋଇ ଘେନୁ ହନ୍ତାଳ ଉତ୍ୟକ୍ତ ହୋଇ ତିନି ଭାଇ (ରାଜୁ ଖେମୁଡୁ, କୃଷ୍ଣ ଖେମୁଡୁ ଓ ସଂପର୍କୀୟ ଭାଇ ପି.ରାଜୁ)ଙ୍କୁ ଶୋଇଥିବା ଅବସ୍ଥାରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଦୁଇ ଭାଇ ( କୁଞ୍ଜ ଓ ରାଜୁ ଖେମୁଡୁ)ଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଭାଇ ପି.ରାଜୁ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବିଶାଖାପାଟଣା ସ୍ଥିତ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଅନ୍ୟପଟେ ଏହି ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ହେଲେ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇପାରିନାହିଁ ପୋଲିସ । କୁପାଗୁଡା ଗାଁରେ ଶୋକର ଛାୟା ଖେଳିଯାଇଛି।

ରାତିରେ ଶୋଇଥିଲେ, ଦୁଇ ଶଳାକୁ ହତ୍ୟା କରିଦେଲେ ଭିଣୋଇ

ଚିତ୍ରକୋଣ୍ଡା ୧୩।୦୫ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା କୁପାଗୁଡ଼ା ଗାଁରେ ଅଘଟଣ । ରାତିରେ ଶୋଇଥିବା ବେଳେ ୨ ଶଳାକୁ ହତ୍ୟା କରିଛି ଭିଣୋଇ । ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ । 

ଖବର ଅନୁଯାୟୀ, କୁପାଗୁଡ଼ା ଗାଁର ୩ ଭାଇ ନିଜ ଭଉଣୀ ଘରକୁ ଏକଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିଲେ । ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଭିଣୋଇ ଘେନୁ ହନ୍ତାଳ ଉତ୍ୟକ୍ତ ହୋଇ ତିନି ଭାଇ (ରାଜୁ ଖେମୁଡୁ, କୃଷ୍ଣ ଖେମୁଡୁ ଓ ସଂପର୍କୀୟ ଭାଇ ପି.ରାଜୁ)ଙ୍କୁ ଶୋଇଥିବା ଅବସ୍ଥାରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଦୁଇ ଭାଇ ( କୁଞ୍ଜ ଓ ରାଜୁ ଖେମୁଡୁ)ଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଭାଇ ପି.ରାଜୁ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବିଶାଖାପାଟଣା ସ୍ଥିତ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ଅନ୍ୟପଟେ ଏହି ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ହେଲେ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇପାରିନାହିଁ ପୋଲିସ । କୁପାଗୁଡା ଗାଁରେ ଶୋକର ଛାୟା ଖେଳିଯାଇଛି।