ଦିଲ୍ଲୀ ପରେ ରାଜକୋଟ ବିମାନବନ୍ଦର କ୍ୟାନୋପି ଭୁଶୁଡ଼ିଲା
ନୂଆଦିଲ୍ଲୀ : ଦିଲ୍ଲୀ ପରେ ଗୁଜରାଟର ରାଜକୋଟ ବିମାନବନ୍ଦର ଟର୍ମିନାଲର କ୍ୟାନୋପି ଭୁଶୁଡ଼ି ପଡ଼ିଛି। ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ଏହି ଘଟଣା ଘଟିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ କ୍ୟାନୋପି ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଏହା ଭୁଶୁଡ଼ି ପଡ଼ିଥିଲା। ରାଜକୋଟ ବିମାନ ବନ୍ଦରରେ ଟର୍ମିନାଲ-୧ର ଏକ ଅଂଶ ଭୁଶୁଡ଼ି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬ ଜଣ ଆହତ ହୋଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି […]

ନୂଆଦିଲ୍ଲୀ : ଦିଲ୍ଲୀ ପରେ ଗୁଜରାଟର ରାଜକୋଟ ବିମାନବନ୍ଦର ଟର୍ମିନାଲର କ୍ୟାନୋପି ଭୁଶୁଡ଼ି ପଡ଼ିଛି। ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ଏହି ଘଟଣା ଘଟିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ କ୍ୟାନୋପି ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଏହା ଭୁଶୁଡ଼ି ପଡ଼ିଥିଲା। ରାଜକୋଟ ବିମାନ ବନ୍ଦରରେ ଟର୍ମିନାଲ-୧ର ଏକ ଅଂଶ ଭୁଶୁଡ଼ି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬ ଜଣ ଆହତ ହୋଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଦିଲ୍ଲୀ ବିମାନବନ୍ଦରରେ ଦୁର୍ଘଟଣା ହେବାପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦେଶରେ ସମସ୍ତ ଛୋଟ ଏବଂ ବଡ଼ ବିମାନବନ୍ଦର ଗୁଡ଼ିକର ସୁରକ୍ଷା ସ୍ଥିତି ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ପାଣିପାଗ ବିଭାଗ ଦକ୍ଷିଣ ଗୁଜରାଟ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଗୁଜରାଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।