ଟ୍ବେଣ୍ଟି-୨୦ ବିଶ୍ବକପରେ ଆୟର୍ଲାଣ୍ଡ୍କୁ ହରାଇଲା କାନାଡ଼ା
ନ୍ୟୁୟର୍କ: ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ତ୍ରୟୋଦଶ ମ୍ୟାଚ୍ରେ କାନାଡ଼ା ୧୨ ରନ୍ରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଆୟର୍ଲାଣ୍ଡ୍ ସମ୍ମୁଖରେ ୧୩୮ ରନ୍ର ଲକ୍ଷ୍ୟ ରହିଥିଲେ ମଧ୍ୟ ଦଳ ୧୨୫ ରନ୍ରେ କରିପାରିଥିଲା। ଏଥି ସହ ଦ୍ବିତୀୟ ମ୍ୟାଚ୍ରୁ କାନାଡ଼ା ପ୍ରଥମ ବିଜୟ ପାଇଥିବା ବେ୮ଳେ ଆୟର୍ଲାଣ୍ଡ୍ ଲଗାତାର ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚ୍ରେ ଆୟର୍ଲାଣ୍ଡ୍କୁ ଭାରତ ପରାସ୍ତ କରିଥିଲା। ଶୁକ୍ରବାର ନସାଉ କାଉଣ୍ଟି ଷ୍ଟାଡିୟମ୍ର ଧୀମା ପିଚ୍ରେ ଆୟର୍ଲାଣ୍ଡ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ […]

ନ୍ୟୁୟର୍କ: ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ତ୍ରୟୋଦଶ ମ୍ୟାଚ୍ରେ କାନାଡ଼ା ୧୨ ରନ୍ରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଆୟର୍ଲାଣ୍ଡ୍ ସମ୍ମୁଖରେ ୧୩୮ ରନ୍ର ଲକ୍ଷ୍ୟ ରହିଥିଲେ ମଧ୍ୟ ଦଳ ୧୨୫ ରନ୍ରେ କରିପାରିଥିଲା। ଏଥି ସହ ଦ୍ବିତୀୟ ମ୍ୟାଚ୍ରୁ କାନାଡ଼ା ପ୍ରଥମ ବିଜୟ ପାଇଥିବା ବେ୮ଳେ ଆୟର୍ଲାଣ୍ଡ୍ ଲଗାତାର ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚ୍ରେ ଆୟର୍ଲାଣ୍ଡ୍କୁ ଭାରତ ପରାସ୍ତ କରିଥିଲା। ଶୁକ୍ରବାର ନସାଉ କାଉଣ୍ଟି ଷ୍ଟାଡିୟମ୍ର ଧୀମା ପିଚ୍ରେ ଆୟର୍ଲାଣ୍ଡ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ କାନାଡା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୫୩ ରନ୍ ଭିତରେ ୪ ୱିକେଟ୍ର ପତନ ଘଟିବାରୁ ନିକୋଲାସ କୀର୍ତନ (୪୯) ଓ ଶ୍ରେୟସ ମୋଭା (୩୭) ପଞ୍ଚମ ୱିକେଟ୍ରେ ୬୩ ବଲ୍ରୁ ୭୫ ରନ୍ ଭାଗୀଦାରି ଗଢ଼ି ଦଳକୁ ଲଢୁଆ ସ୍କୋରରେ ପହଞ୍ଚାଇଥିଲେ। ପ୍ରତିପକ୍ଷର କ୍ରେଗ୍ ୟଙ୍ଗ ଓ ବାରି ମ୍ୟାକାର୍ଥି ୨ ୱିକେଟ୍ ଲେଖାଏଁ ଏବଂ ମାର୍କ ଆଡୈ ର ଓ ଗାରେଥ ଡେଲାନି ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ଆୟର୍ଲାଣ୍ଡ୍ କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବା ସହ ୫୯/୬ରେ ସଂଘର୍ଷ କରିଥିଲା। ଏହା ପରେ ଜର୍ଜ ଡକରେଲ୍ ଓ ମାର୍କ ଆଡୈର ୬୨ ରନ୍ ଭାଗୀଦାରି କରି ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଦଳକୁ ଜିତାଇପାରି ନଥିଲେ। କୀର୍ତନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।