ଛାଡପତ୍ର ଆଲୋଚନା ଭିତରେ ପ୍ରଥମ ଥର ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା, କହିଦେଲେ ସବୁକଥା…

ମୁମ୍ବାଇ: ବଚ୍ଚନ ପରିବାର ବଲିଉଡର ଏକ ପ୍ରତିଷ୍ଠିତ ପରିବାର ମଧ୍ୟରୁ ଅନ୍ୟତମ। ଗତ କିଛି ଦିନ ହେବ ଖବର ଆସିଛି ଯେ, ବଚ୍ଚନ ପରିବାରରେ କିଛି ଭଲ ନାହିଁ। ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହ ୧୫ ଦିନ ନ୍ୟୁୟର୍କରେ ଥିଲେ । ଏହି ସମୟେjର ଶୁଣିବାକୁ ମିଳିଥିଲା ଯେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଛାଡପତ୍ର ଦେବାକୁ ଯାଉଛନ୍ତି । ଏବେ ଐଶ ଭାରତ ଫେରିଛନ୍ତି। ଭାରତକୁ ଫେରିବା ପରେ ଅଭିନେତ୍ରୀ ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇ […] The post ଛାଡପତ୍ର ଆଲୋଚନା ଭିତରେ ପ୍ରଥମ ଥର ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା, କହିଦେଲେ ସବୁକଥା… appeared first on Dharitri Odia News.

ଛାଡପତ୍ର ଆଲୋଚନା ଭିତରେ ପ୍ରଥମ ଥର ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା, କହିଦେଲେ ସବୁକଥା…

ମୁମ୍ବାଇ: ବଚ୍ଚନ ପରିବାର ବଲିଉଡର ଏକ ପ୍ରତିଷ୍ଠିତ ପରିବାର ମଧ୍ୟରୁ ଅନ୍ୟତମ। ଗତ କିଛି ଦିନ ହେବ ଖବର ଆସିଛି ଯେ, ବଚ୍ଚନ ପରିବାରରେ କିଛି ଭଲ ନାହିଁ। ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହ ୧୫ ଦିନ ନ୍ୟୁୟର୍କରେ ଥିଲେ । ଏହି ସମୟେjର ଶୁଣିବାକୁ ମିଳିଥିଲା ଯେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଛାଡପତ୍ର ଦେବାକୁ ଯାଉଛନ୍ତି । ଏବେ ଐଶ ଭାରତ ଫେରିଛନ୍ତି। ଭାରତକୁ ଫେରିବା ପରେ ଅଭିନେତ୍ରୀ ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି।

ଐଶ୍ୱର୍ଯ୍ୟା ୧୫ ଦିନ ପରେ ଶୁକ୍ରବାର ସକାଳେ ତାଙ୍କ ଝିଅ ଆରାଧ୍ୟାଙ୍କ ସହ ଭାରତ ଫେରିଥିଲେ। ସେ କାରରେ ବସି ନିଜ ଝିଅ ସହିତ ହସୁଥିବା ନଜର ଆସିଥିଲେ। କିଛି ଦିନ ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ଅଲଗା ଅଲଗା ଭାବରେ ପହଞ୍ଚିଥିଲେ। ପରେ ବଚ୍ଚନ ପରିବାରରେ ମତଭେଦ ଶୁଣିବାକୁ ମିଳିଥିଲା। ଐଶ୍ୱର୍ଯ୍ୟା ଆମେରିକା ଯିବା ପରେ ଅଭିଷେକ ବଚ୍ଚନ
X ରେ ଛାଡପତ୍ର ପୋଷ୍ଟକୁ ଲାଇକ କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ଆହୁରି ଅଧିକ ବଢିଥିଲା ।

ତେବେ ବିମାନବନ୍ଦରରେ ପ୍ରଶଂସକଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବହୁତ ଖୁସିରେ ଥିଲେ। ଛାଡପତ୍ର ଗୁଜବ ମଧ୍ୟରେ ଅଭିନେତ୍ରୀ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ଖୁସିରେ କଥା ହୋଇଛନ୍ତି। ସେ କହିଛନ୍ତି, ତାଙ୍କ ନିରୀହ ହସ ଏବଂ ତାଙ୍କ ଝିଅ ସହିତ କଥାବାର୍ତ୍ତା ଦେଖି ପ୍ରଶଂସକମାନେ ଖୁସି ଅଛନ୍ତି।

ଏହି ସମୟରେ ଜଣେ ପ୍ରଶଂସକ କହିଥିଲେ, ମ୍ୟାଡାମ, ଆପଣ କେମିତି ଅଛନ୍ତି? େ ଏହାର ଉତ୍ତରରେ ସେ ହସି ହସି କହିଲେ, ସବୁକିଛି ଠିକ ଅଛି, ଧନ୍ୟବାଦ। ଯେତେବେଳେ ଜଣେ ପ୍ରଶଂସକ ତାଙ୍କ ସହ ଫଟୋ ଉଠାଇବାକୁ କହିଥିଲେ, ଅଭିନେତ୍ରୀ ହସି ହସି ତାଙ୍କ ସହ ଫଟୋ ଉଠାଇଥିଲେ। ତା’ପରେ ବିମାନବନ୍ଦର କର୍ମଚାରୀଙ୍କ ସହ ସେଲଫି ନେଇଥିଲେ। ତେବେ ଐଶ୍ୱଙ୍କ ଏପରି ଆଚରଣ ଓ ଖୁସି ମିଜାଜ ଦେଖିବା ପରେ ଛାଡପତ୍ର କେବଳ ଗୁଜବ ବୋଲି ଫ୍ୟାନ୍‌ମାନେ କହିଛନ୍ତି।

The post ଛାଡପତ୍ର ଆଲୋଚନା ଭିତରେ ପ୍ରଥମ ଥର ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା, କହିଦେଲେ ସବୁକଥା… appeared first on Dharitri Odia News.