ବାତ୍ୟା ମୁକାବିଲା ପାଇଁ ପାରାଦୀପ ବନ୍ଦରର ପ୍ରସ୍ତୁତି: ବର୍ଥ ଛାଡ଼ି ସମୁଦ୍ରରେ ରହିବେ ଜାହାଜ
ପାରାଦୀପ,୨୩।୧୦(ଶରତ ରାଉତ):ବାତ୍ୟା ‘ଦାନା’କୁ ନେଇ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷକରି ବନ୍ଦର ପୋତାଶ୍ରୟ ମଧ୍ୟରେ ଥିବା ସମସ୍ତ ପଣ୍ୟବାହୀ ଜାହାଜ ବୁଧବାର ମଧ୍ୟାହ୍ନଠାରୁ ବର୍ଥ ଛାଡ଼ି ସମୁଦ୍ର ଭିତରକୁ ଯିବେ ଏବଂ ବାତ୍ୟା ପ୍ରଭାବ କମିବା ପରେ ପୁଣି ବର୍ଥକୁ ଆସିବେ ବୋଲି ନିଷ୍ପତ୍ତି ହୋଇଛି। ଏହା ଆଇଏମଓ (ଇଣ୍ଟରନ୍ୟାଶନାଲ ମେରିଟାଇମ ଅର୍ଗାନାଇଜେସନ) ନିୟମ। କାରଣ ବାତ୍ୟା ସମୟରେ ଜାହାଜ ବର୍ଥ ପାଖରେ ରହିଲେ ପବନ ପ୍ରଭାବରେ କ୍ଷତିଗ୍ରସ୍ତ ହେବାର ଭୟ […] The post ବାତ୍ୟା ମୁକାବିଲା ପାଇଁ ପାରାଦୀପ ବନ୍ଦରର ପ୍ରସ୍ତୁତି: ବର୍ଥ ଛାଡ଼ି ସମୁଦ୍ରରେ ରହିବେ ଜାହାଜ appeared first on Dharitri Odia News.
ପାରାଦୀପ,୨୩।୧୦(ଶରତ ରାଉତ):ବାତ୍ୟା ‘ଦାନା’କୁ ନେଇ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷକରି ବନ୍ଦର ପୋତାଶ୍ରୟ ମଧ୍ୟରେ ଥିବା ସମସ୍ତ ପଣ୍ୟବାହୀ ଜାହାଜ ବୁଧବାର ମଧ୍ୟାହ୍ନଠାରୁ ବର୍ଥ ଛାଡ଼ି ସମୁଦ୍ର ଭିତରକୁ ଯିବେ ଏବଂ ବାତ୍ୟା ପ୍ରଭାବ କମିବା ପରେ ପୁଣି ବର୍ଥକୁ ଆସିବେ ବୋଲି ନିଷ୍ପତ୍ତି ହୋଇଛି। ଏହା ଆଇଏମଓ (ଇଣ୍ଟରନ୍ୟାଶନାଲ ମେରିଟାଇମ ଅର୍ଗାନାଇଜେସନ) ନିୟମ। କାରଣ ବାତ୍ୟା ସମୟରେ ଜାହାଜ ବର୍ଥ ପାଖରେ ରହିଲେ ପବନ ପ୍ରଭାବରେ କ୍ଷତିଗ୍ରସ୍ତ ହେବାର ଭୟ ରହିଛି। ସମୁଦ୍ର ମଧ୍ୟରେ ଜାହାଜ ବାତ୍ୟା ଅଞ୍ଚଳଠାରୁ ଦୂରେଇ ଯାଇପାରିବ ବୋଲି ବନ୍ଦର ଅଧ୍ୟକ୍ଷ ପି.ଏଲ୍. ହାରାନ୍ଧ ସୂଚନା ଦେଇଛନ୍ତି। ଏହାବ୍ୟତୀତ ବନ୍ଦର ମଧ୍ୟରେ ଥିବା ବଡ଼ ବଡ଼ କ୍ରେନ, ହାଇମାଷ୍ଟ ଲାଇଟ୍କୁ ଡାଉନ କରାଯିବ। ମେରାଇନ୍, ଟ୍ରାଫିକ, ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ମୁକାବିଲା ପାଇଁ ବ୍ୟବସ୍ଥା କରାଯାଇଛି। ପୋର୍ଟ ଟାଉନଶିପ୍ ମଧ୍ୟରେ ଥିବା ନିଜସ୍ବ ୫ଟି ବାତ୍ୟା ଆଶ୍ରୟସ୍ଥଳୀକୁ ରହିବା ଉପଯୋଗୀ ଭଳି କରାଯାଇଛି। ସେଠାରେ ଖାଦ୍ୟ ପାନୀୟ ଜଳ, ଜେନେରେଟର, ମହମବତି, ଟର୍ଚ୍ଚ ଆଦି ରଖାଯାଇଛି। ରାସ୍ତା ମୁକ୍ତ କରିବା ପାଇଁ ସିଆଇଏସ୍ଏଫ୍ ପକ୍ଷରୁ ସ୍ବତନ୍ତ୍ର ଟିମ୍ କରାଯାଇଛି। ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ପ୍ରଶମନ ଟିମ୍ ସହ ମିଶି ପାରାଦୀପ ବନ୍ଦର ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ଅଧ୍ୟକ୍ଷ ହାରାନ୍ଧ କହିଛନ୍ତି।
The post ବାତ୍ୟା ମୁକାବିଲା ପାଇଁ ପାରାଦୀପ ବନ୍ଦରର ପ୍ରସ୍ତୁତି: ବର୍ଥ ଛାଡ଼ି ସମୁଦ୍ରରେ ରହିବେ ଜାହାଜ appeared first on Dharitri Odia News.