ସୀମାରେ ଗୁଳି ବିନିମୟ: ୨୬ ମାଓବାଦୀ ନିହତ

ମାଲକାନଗିରି,୭ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଓ ତେଲଙ୍ଗାନା ସୀମାବର୍ତ୍ତୀ ଅଞ୍ଚଳ କେରାଗୁଟା ଜଙ୍ଗଲରେ ଆଜକୁ ୧୬ ଦିନ ଧରି ସିଆର୍‌ପିଏଫ୍‌, ଡିଆରଜି, ଏସ୍‌.ଟି.ଏଫ୍‌. ଯବାନମାନେ ଅପରେଶନ ଜାରି ରହିଛି। ତେବେ କେରାଗୁଟା ଜଙ୍ଗଲରେ ଏକ ହଜାରରୁ ଊର୍ଦ୍ଧ୍ୱ ମାଓବାଦୀ ରହିଥିବା ଗୋଇନ୍ଦା ସୁତ୍ରରୁ ଖବର ପାଇ ୧୬ ଦିନ ପୁର୍ବରୁ ଯବାନମାନେ ସମ୍ପୂର୍ଣ୍ଣ କେରାଗୁଟା ଜଙ୍ଗଲ, ପାହାଡ଼କୁ ଘେରାଉ କରି ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଉକ୍ତ ଜଙ୍ଗଲରେ ଗତ ଏକ ସପ୍ତାହ ପୂର୍ବରୁ […] The post ସୀମାରେ ଗୁଳି ବିନିମୟ: ୨୬ ମାଓବାଦୀ ନିହତ appeared first on Dharitri Odia News.

ସୀମାରେ ଗୁଳି ବିନିମୟ: ୨୬ ମାଓବାଦୀ ନିହତ

ମାଲକାନଗିରି,୭ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଓ ତେଲଙ୍ଗାନା ସୀମାବର୍ତ୍ତୀ ଅଞ୍ଚଳ କେରାଗୁଟା ଜଙ୍ଗଲରେ ଆଜକୁ ୧୬ ଦିନ ଧରି ସିଆର୍‌ପିଏଫ୍‌, ଡିଆରଜି, ଏସ୍‌.ଟି.ଏଫ୍‌. ଯବାନମାନେ ଅପରେଶନ ଜାରି ରହିଛି। ତେବେ କେରାଗୁଟା ଜଙ୍ଗଲରେ ଏକ ହଜାରରୁ ଊର୍ଦ୍ଧ୍ୱ ମାଓବାଦୀ ରହିଥିବା ଗୋଇନ୍ଦା ସୁତ୍ରରୁ ଖବର ପାଇ ୧୬ ଦିନ ପୁର୍ବରୁ ଯବାନମାନେ ସମ୍ପୂର୍ଣ୍ଣ କେରାଗୁଟା ଜଙ୍ଗଲ, ପାହାଡ଼କୁ ଘେରାଉ କରି ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।

ଉକ୍ତ ଜଙ୍ଗଲରେ ଗତ ଏକ ସପ୍ତାହ ପୂର୍ବରୁ ମାଓବାଦୀଙ୍କ କ୍ୟାମ୍ପ ଠାବ କରିଥିବା ବେଳେ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଥିଲେ। ତେବେ ଆଜି କେରାଗୁଟା ପାହାଡ଼ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨୬ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଅପରେଶନରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଯବାନମାନେ ସମ୍ପୂର୍ଣ୍ଣ ଜଙ୍ଗଲ ଓ ପାହାଡ଼କୁ ଘେରାବନ୍ଦୀ କରି ରଖିଥିବାବେଳେ ଏହି ଜଙ୍ଗଲ ଓ ପାହାଡ଼ରେ ଟପ୍‌ କ୍ୟାଡର ମାଓବାଦୀମାନେ ଓ ମାଓବାଦୀ ନେତାମାନେ ଉପସ୍ଥିତ ଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ପ୍ରାୟ ୬ ଜଣ ଯବାନ ନିହତ ହୋଇଥିବାବେଳେ ଶତାଧିକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଏହି ଅଞ୍ଚଳ ମାଓବାଦୀଙ୍କ ଆଡ୍ଡା ହୋଇଥିବାବେଳେ ଏଠାରେ ମାଓବାଦୀଙ୍କ ଦ୍ୱାରା ଶହ ଶହ ଲ୍ୟାଣ୍ଡମାଇନ ବିଛାଯାଇଛି ଏବଂ ତାଙ୍କ ନିକଟରେ ମଧ୍ୟ ବନ୍ଧୁକ, ଗୋଳାବାରୁଦ ବିଫୁଳ ସଂଖ୍ୟାରେ ଥିବା ଜଣାପଡ଼ିଛି। ଏହି ଅପରେଶନ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବାବେଳେ ଆଗାମୀ ଦିନରେ ଏହି ଅପରେଶନର ଫଳାଫଳ କଣ ହେବ ତାହା ଦେଖିବାକୁ ବାକି ରହିଲା। ଅନ୍ୟ ପଟେ ଯବାନମାନେ ଅପରେଶନରେ ଜବତ କରିଥିବା ଅସ୍ତ୍ରଶସ୍ତ୍ର ଓ ମୃତ୍ୟୁବରଣ କରିଥିବା ମାଓବାଦୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ବର୍ତ୍ତମାନ ସୁଦ୍ଧା ଦେଇ ନ ଥିବାରୁ ଜଙ୍ଗଲରୁ ସମ୍ପୂର୍ଣ୍ଣ ଖବର ଆସିବା ପରେ ଏହାର ତଥ୍ୟ ପ୍ରଦାନ କରାଯିବ ବୋଲି ଉଭୟ ରାଜ୍ୟର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

The post ସୀମାରେ ଗୁଳି ବିନିମୟ: ୨୬ ମାଓବାଦୀ ନିହତ appeared first on Dharitri Odia News.