ପାହଲଗାମ୍‌ ଆଟାକ୍: ରକ୍ତଦାନ କରି…

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ବେଚ୍ଛାକୃତ ରକ୍ତଦାତା ସଂଘ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ବୈଠକରେ ସଂଘର ସମ୍ପାଦକ ହରପ୍ରସାଦ ରଥ ଅଧ୍ୟକ୍ଷତା କରିଥିଲେ। ଏପ୍ରିଲ ୨୨ରେ ଜମ୍ମୁ କାଶ୍ମୀରର ପାହଲଗାମ୍‌ଠାରେ ପାକିସ୍ତାନ ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଥିବା ପର୍ଯ୍ୟଟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ବ୍ରହ୍ମପୁର ରକ୍ତଭଣ୍ଡାରରେ ଆବଶ୍ୟକ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ରକ୍ତଦାତା ସଂଘ […] The post ପାହଲଗାମ୍‌ ଆଟାକ୍: ରକ୍ତଦାନ କରି… appeared first on Dharitri Odia News.

ପାହଲଗାମ୍‌ ଆଟାକ୍: ରକ୍ତଦାନ କରି…

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ବେଚ୍ଛାକୃତ ରକ୍ତଦାତା ସଂଘ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ବୈଠକରେ ସଂଘର ସମ୍ପାଦକ ହରପ୍ରସାଦ ରଥ ଅଧ୍ୟକ୍ଷତା କରିଥିଲେ। ଏପ୍ରିଲ ୨୨ରେ ଜମ୍ମୁ କାଶ୍ମୀରର ପାହଲଗାମ୍‌ଠାରେ ପାକିସ୍ତାନ ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଥିବା ପର୍ଯ୍ୟଟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ବ୍ରହ୍ମପୁର ରକ୍ତଭଣ୍ଡାରରେ ଆବଶ୍ୟକ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ରକ୍ତଦାତା ସଂଘ ପକ୍ଷରୁ ୨୫ ତାରିଖ ସନ୍ଧ୍ୟାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯିବା ନିମନ୍ତେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଯାଇଛି। ବୈଠକରେ ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ରକ୍ତଦାତା ସଂଘର ପ୍ରାକ୍ତନ ସଭାପତି ତପନ ମିଶ୍ର, ଖବରଦାତା ନୀଳମାଧବ ପରମଗୁରୁ, ସାମାଜିକ କର୍ମୀ ବସନ୍ତ ପଟ୍ଟନାୟକ, ଆଇନଜୀବୀ କୁରେଶୁ ପଣ୍ଡା, ମନୋରଞ୍ଜନ ପଣ୍ଡା, ପ୍ରଶାନ୍ତ ପୂଜାରୀ, ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା, ଅମ୍ବିକା ପ୍ରସାଦ ସେଠୀ, କାଉନସିଲର ପ୍ରତିନିଧି ରଞ୍ଜିତ ବେହେରା, ଶଙ୍କର ପ୍ରସାଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

The post ପାହଲଗାମ୍‌ ଆଟାକ୍: ରକ୍ତଦାନ କରି… appeared first on Dharitri Odia News.