ଭାଜପା ବିଧାୟକଙ୍କ ବଡ଼ ବୟାନ, କହିଲେ ବିଜେଡିକୁ ଆଉ…
ଭୁବନେଶ୍ୱର,୩ା୧୦: ବିଜେଡିକୁ ନେଇ ଭାଜପା ବିଧାୟକ ସନାତନ ବିଜୁଳ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଶେଷ ହେବାକୁ ଯାଉଛି, ଆଉ ବିକଳ୍ପ ନାହିଁ। ବିଜେଡିକୁ ଆଉ ଭାଙ୍ଗିବାକୁ ପଡ଼ିବନି, ଆପେ ଆପେ ଏହି ଦଳ ଭାଙ୍ଗିଯିବ। ଦେଶରେ ଭାଜପା ଏକମାତ୍ର ବିକଳ୍ପ, ସମସ୍ତେ ମିଶିବାକୁ ଇଚ୍ଛା କରିବେ ବୋଲି ବିଜୁଳି କହିଛନ୍ତି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡିକୁ ବୁଧବାର ଟାର୍ଗେଟ୍ କରିଥିବାବେଳେ ରାଜ୍ୟରେ ଭାଜପା ସରକାର ଆସିବା ପରେ ତଥା […] The post ଭାଜପା ବିଧାୟକଙ୍କ ବଡ଼ ବୟାନ, କହିଲେ ବିଜେଡିକୁ ଆଉ… appeared first on Dharitri Odia News.
ଭୁବନେଶ୍ୱର,୩ା୧୦: ବିଜେଡିକୁ ନେଇ ଭାଜପା ବିଧାୟକ ସନାତନ ବିଜୁଳ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଶେଷ ହେବାକୁ ଯାଉଛି, ଆଉ ବିକଳ୍ପ ନାହିଁ। ବିଜେଡିକୁ ଆଉ ଭାଙ୍ଗିବାକୁ ପଡ଼ିବନି, ଆପେ ଆପେ ଏହି ଦଳ ଭାଙ୍ଗିଯିବ। ଦେଶରେ ଭାଜପା ଏକମାତ୍ର ବିକଳ୍ପ, ସମସ୍ତେ ମିଶିବାକୁ ଇଚ୍ଛା କରିବେ ବୋଲି ବିଜୁଳି କହିଛନ୍ତି।
ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡିକୁ ବୁଧବାର ଟାର୍ଗେଟ୍ କରିଥିବାବେଳେ ରାଜ୍ୟରେ ଭାଜପା ସରକାର ଆସିବା ପରେ ତଥା ନିର୍ବାଚନ ସମୟରେ ଅନେକ ବିଜେଡି ନେତା ଆସି ଭାଜପାରେ ଯୋଗ ଦେଇଛନ୍ତି। ଏହି ଧାରା ଆଗକୁ ଜାରି ରହିବ ବୋଲି କହିଥିଲେ।
ସେ କହିଥିଲେ, ‘ବିଜେଡିର ଅନେକ ନେତା ଭାଜପାରେ ମିଶିବା ଲାଗି ଆବେଦନ କରିଛନ୍ତି। ଏପରି ଜାରି ରହିଲେ ତାଙ୍କ ଦଳ ଶୂନ୍ୟ ହୋଇଯିବ। ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ଆସି ଭାଜପାରେ ମିଶିଲେ, ୨ ରାଜ୍ୟ ସଭା ଏମ୍ପି ମଧ୍ୟ ଭାଜପାରେ ମିଶିଲେଣି। ଆଗକୁ ଆହୁରି ଅନେକ ନେତା ମିଶିବେ। ସେମାନେ ନିଜ ଇଚ୍ଛାରେ ଭାଜପାରେ ମିଶିବାକୁ ନିବେଦନ କରୁଛନ୍ତି। ତେବେ ଯଦି ଏପରି ଧାରା ଲାଗି ରହେ ବିଜେଡି ଶେଷ ହୋଇଯିବ”।
ମନମୋହନ ବିଜେଡିକୁ ଟାର୍ଗେଟ୍ କରିଥିବାବେଳେ ବଦ୍ରି ଆଜି ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବଦ୍ରି କହିଛନ୍ତି, ଯଦି ତାକତ ଅଛି ବିଜେଡି ଖାଲି କରିକି ଦେଖାଅ। ଖାଲି ବୟାନବାଜିରେ ଲାଭ ନାହିଁ, କାହା ମୁହଁରେ ହାତ ଦେଇ ହେବ କି? ବିଜେଡି ବଡ଼ ଆଞ୍ଚଳିକ ଦଳ, ଏ ଭାଡ଼ି ଖାଲି କରିବାର ତାକତ ଅଛି କି ବୋଲି ବଦ୍ରି ମନମୋହନଙ୍କୁ ପ୍ରଶ୍ନ କରିଛନ୍ତି।
ଉଭୟ ଦଳର ନେତାଙ୍କ ଆକ୍ଷେପ ପ୍ରତିଆକ୍ଷେପ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି।
The post ଭାଜପା ବିଧାୟକଙ୍କ ବଡ଼ ବୟାନ, କହିଲେ ବିଜେଡିକୁ ଆଉ… appeared first on Dharitri Odia News.