କାହିଁକି YSR କଂଗ୍ରେସ ଛାଡିଲେ ଅମ୍ବାତି ରାଇଡୁ?

ରାଜନୀତିରେ ଯୋଗ ଦେବାର ମାତ୍ର ଆଠ ଦିନ ପରେ ସେ କାହିଁକି ଏଥିରୁ ଓହରି ଯାଇଛନ୍ତି ସେନେଇ ସ୍ପଷ୍ଟ କରିଛନ୍ତି। 

କାହିଁକି YSR କଂଗ୍ରେସ ଛାଡିଲେ ଅମ୍ବାତି ରାଇଡୁ?

YSR କଂଗ୍ରେସ ଛାଡିବାର କାରଣ କହିଲେ ଭାରତର ପୂର୍ବତନ କ୍ରିକେଟର ଅମ୍ବାତି ରାଇଡୁ । ରାଜନୀତିରେ ଯୋଗ ଦେବାର ମାତ୍ର ଆଠ ଦିନ ପରେ ସେ କାହିଁକି ଏଥିରୁ ଓହରି ଯାଇଛନ୍ତି ସେନେଇ ସ୍ପଷ୍ଟ କରିଛନ୍ତି। 

ଆଜି ଏକ ଏକ୍ସ ପୋଷ୍ଟରେ ରାଇଡୁ କହିଛନ୍ତି ଯେ, ସେ ଦୁବାଇରେ ହେବାକୁ ଥିବା IL(ଇଣ୍ଟରନ୍ୟାସନାଲ ଲିଗ୍)T20 ଟୁର୍ନାମେଣ୍ଟରେ ଭାଗ ନେବେ। ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜର ଏକ ଅଂଶ ଭାବରେ ଯୋଗଦେବେ। ସେ ତାଙ୍କର ବୃତ୍ତିଗତ କ୍ୟାରିୟରରେ ରହିବା ପାଇଁ ରାଜନୀତିରୁ ଓହରି ଯାଇଥିବା କହିଛନ୍ତି।

ଜାନୁୟାରୀ 20ରୁ ହେବାକୁ ଥିବା ILt20 ପାଇଁ ଦୁବାଇ ଗସ୍ତ କରିବେ ରାଇଡୁ। ଏଥିପାଇଁ ସେ YSR କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। 

ପ୍ରକାଶ ଥାଉ କି, ଡିସେମ୍ବର 28ରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, ଉପମୁଖ୍ୟମନ୍ତ୍ରୀ କେ ନାରାୟଣ ସ୍ୱାମୀ ଏବଂ ଲୋକସଭା ସାଂସଦ ପି ମିଥୁନ ରେଡ୍ଡୀଙ୍କ ଉପସ୍ଥିତିରେ YSR କଂଗ୍ରେସରେ ଯୋଗ ଦେଇଥିଲେ ଅମ୍ବାତି ରାଇଡୁ। କିନ୍ତୁ ଗତକାଲି ସେ ରାଜନୀତିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ନେଇ ଏକ୍ସ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଥିଲେ।