Champions ହେଲା ‘ମୁମ୍ବାଇ’: ମୋହୁନ ବାଗନକୁ ମାତ୍ ଦେଇ ଦ୍ୱିତୀୟ ଥର ହାତେଇଲା ଟ୍ରଫି
ନୂଆଦିଲ୍ଲୀ: ISLକୁ ମିଳିଛି ଆଉ ଏକ ନୂଆ ଚମ୍ପିଆନ୍ । ପୂର୍ବତନ ଚମ୍ପିଆନ୍ ମୋହୁନ ବାଗନ୍ ସୁପର ଜିଆଣ୍ଟସକୁ ମାତ୍ ଦେଇଛି ମୁମ୍ବାଇ ସିଟି ଏଫସି । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ୧-୩ରେ ବିଜୟୀ ହେବା ସହ ଦ୍ୱିତୀୟ ଥର ପାଇଁ ଟ୍ରପି ଉପରେ କବଜା କରିଛି । ଜର୍ଜ ପେରେରା ଡିଆଜ, ବିପିନ ସିଂ ଏବଂ ଜାକବ ଭୋଜଟସଙ୍କ ଗୋଲ ବଳରେ ଏହି ମ୍ୟାଚରେ ବିଜୟ ହାସଲ କରିଛି ମୁମ୍ବାଇ […]

ନୂଆଦିଲ୍ଲୀ: ISLକୁ ମିଳିଛି ଆଉ ଏକ ନୂଆ ଚମ୍ପିଆନ୍ । ପୂର୍ବତନ ଚମ୍ପିଆନ୍ ମୋହୁନ ବାଗନ୍ ସୁପର ଜିଆଣ୍ଟସକୁ ମାତ୍ ଦେଇଛି ମୁମ୍ବାଇ ସିଟି ଏଫସି । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ୧-୩ରେ ବିଜୟୀ ହେବା ସହ ଦ୍ୱିତୀୟ ଥର ପାଇଁ ଟ୍ରପି ଉପରେ କବଜା କରିଛି । ଜର୍ଜ ପେରେରା ଡିଆଜ, ବିପିନ ସିଂ ଏବଂ ଜାକବ ଭୋଜଟସଙ୍କ ଗୋଲ ବଳରେ ଏହି ମ୍ୟାଚରେ ବିଜୟ ହାସଲ କରିଛି ମୁମ୍ବାଇ ସିଟି ଏଫସି । ମ୍ୟାଚର ୪୪ ତମ ମିନିଟରେ ଜେସନ କମିଙ୍ଗସ୍ ପ୍ରଥମ ଗୋଲ ହାସଲ କରିଥିଲେ । ଏହପରେ ମୁମ୍ବାଇ ମ୍ୟାଚରେ ଏକ ଦମଦାର କମବ୍ୟାକ କରି ଟ୍ରପି ଉପରେ କବଜା କରିବାରେ ସଫଳ ହୋଇଛି ।
96' | CHAAAAAMMMPPIIIIOOOOOONNNNNSSSSSSS
![]()
SING IT, MUMBAI! SING IT ALL NIGHT LONG
![]()
Jakub Vojtus is on the scene and there to finish it off in style
![]()
MBSG 1⃣-3⃣ MCFC
Watch #ISL 2023-24 live on JioCinema, Sports 18 & VH1
https://t.co/tldnB7x2Go#MBSGMCFC #MumbaiCity…
— Mumbai City FC (@MumbaiCityFC) May 4, 2024
ମ୍ୟାଚରେ ବିଜୟ ହାସଲ କରିବା ଲକ୍ଷ୍ୟରେ ଉଭୟ ଦଳ ମଇଦାନକୁ ଓହ୍ଲାଇଥିଲେ । ତେବେ ପ୍ରଥମରୁ ହିଁ ମ୍ୟାଚ୍ ଖୁବ ସଂଘର୍ଷପୂର୍ଣ୍ଣ ରହିଥିଲା । ପୂର୍ବ ଖେଳରେ ଆଇଏସ୍ଏଲ୍ ସିଲ୍ଡରୁ ବାଦ୍ ପଡ଼ିବା ପରେ ମୁମ୍ବାଇ ସିଟି ଫାଇନାଲରେ ନିଜକୁ ପ୍ରମାଣ କରିବାକୁ ଏକ ସୁଯୋଗ ପାଇଥିଲା। କୋଲକାତାରେ ତାପମାତ୍ରା ଅଧିକ ଥିବାରୁ ଉଭୟ ଦଳ ଖେଳ ସାରା କ୍ରାମ୍ପ ଏବଂ ନିଗଲ୍ ଭଳି ସମସ୍ୟା ସହିତ ମ୍ୟାଚ୍ ଜାରି ରଖିଥିଲେ । ତେବେ ପ୍ରଥମାର୍ଦ୍ଧରେ ଦଳ ପଛରେ ରହିଥିବା ବେଳେ କୋଚ୍ ପେଟ୍ର କ୍ରାଟକିଙ୍କ ମନ୍ତ୍ରଣା ଟିମକୁ ବିଜୟୀ କରାଇଛି । ମ୍ୟାଚରେ ବିରତୀ ସମୟରେ କୋଚ୍ ଦଳରେ ଜୋସ୍ ଭରି ଦେଇଥିଲେ । ଏହାପରେ ଦ୍ୱିତୀୟାର୍ଦ୍ଧରେ ଦଳ ତିନୋଟି ଗୋଲ୍ ସ୍କୋର କରିବାରେ ସଫଳ ହୋଇଛି । ଏହାସହିତ ଆଇଏସଏଲ ଫାଇନାଲ ମ୍ୟାଚରେ ପୂର୍ବତନ ଚମ୍ପିଆନ୍ ମୋହୁନ ବାଗନକୁ ୧-୩ରେ ମାତ୍ ଦେଇ ଚମ୍ପିଆନର ମୁକୁଟ ପିନ୍ଧିଛି ମୁମ୍ବାଇ ସିଟି ଏଫସି ।
And we’re right back in it
![]()
JPD with a poacher’s finish off a brilliant Noguera pass to put us level
![]()
Watch #ISL10 live: https://t.co/tldnB7xAvW#MBSGMCFC #AamchiCity
pic.twitter.com/aGJuhOSmLK
— Mumbai City FC (@MumbaiCityFC) May 4, 2024