ସୋଆ କମ୍ୟୁନିଟି ରେଡିଓ ପରିଦର୍ଶନ କଲେ ସାଧାରଣ ସୁବିଧାରୁ ବଞ୍ଚିତ ଶିଶୁ, ବଖାଣିଲେ ଅନୁଭୂତି

ଭୁବନେଶ୍ବର: ମୌଳିକ ଅଧିକାରରୁ ବଞ୍ଚିତ ପନ୍ଦର ଜଣ ଶିଶୁ ଗତ ଶନିବାର ସୋଆ କମ୍ୟୁନିଟି ରେଡିଓ ୯୦.୪ ବୁଲି ଦେଖିଛନ୍ତି । ଏହି ଶିଶୁମାନେ ପ୍ରଥମ ଥର ପାଇଁ କୌଣସି ରେଡିଓ ଷ୍ଟେସନ୍‌କୁ ଆସି ଅଭିଭୂତ ହୋଇପଡ଼ିବା ସହ ଦୈନନ୍ଦିନ ଜୀବନରେ ସେମାନେ କିଭଳି ରାଜରାସ୍ତାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସମ୍ମାନର ସହ ସାଧାରଣ ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ସେନେଇ ଏହି କାର୍ଯ୍ୟକ୍ରମରେ ନିଜ ଅନୁଭୂତି ବଖାଣି ଥିଲେ । ଏହା ସହ ନିଜର ଉତ୍ତମ ଭବିଷ୍ୟତ ନେଇ ଆଶା ପ୍ରକାଶ କରିଛନ୍ତି । ଦଶମ ଶ୍ରେଣୀରେ ପଢ଼ୁଥିବା ୧୫ ବର୍ଷୀୟା ଲକ୍ଷ୍ମୀ ରେଡ୍ଡୀ ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ୧୨ ବର୍ଷର କାହ୍ନା ସିଂ କିଭଳି ନିଶାଗ୍ରସ୍ତ ହୋଇଥିଲେ ଏବଂ କିଭଳି ଏଥିରୁ ମୁକୁଳିଥିଲେ ତାହା କହିଥିଲେ। ଏହି ପିଲାମାନେ ରେଡିଓ ଜକି (ଆର୍‌ଜେ)ଙ୍କ ସାମ୍ନାରେ ନିଶା ଆସକ୍ତି, ବାଲ୍ୟ ବିବାହ, ଯୌନ ନିର୍ଯ୍ୟାତନା ଏବଂ ଶିଶୁ ଶ୍ରମିକ ଭାବେ ସେମାନଙ୍କ ଅନୁଭୂତି ଓ ଚିନ୍ତାଧାରା ବଖାଣିଥିଲେ । ଆମେ ଆମ ଇଚ୍ଛାରେ ଏହା କରିନାହୁଁ ମାତ୍ର ପରିସ୍ଥିତି ଆମକୁ ଏଭଳି ଅବସ୍ଥାକୁ ଆଣିଛି ବୋଲି ଜଣେ କହିଥିଲେ । ସୋଆ କମ୍ୟୁନିଟି ରେଡିଓ ୯୦.୪ର ଅଫିସର ଇନ୍‌ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ କହିଛନ୍ତି ଯେ, ଏଭଳି ରେଡିଓ କାର୍ଯ୍ୟକ୍ରମରେ ଭାଗ ନେବା ଦ୍ବାରା ଏହି ପିଲାମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ବଢ଼ିବ । ଏହି ମାଧ୍ୟମ ଦ୍ବାରା ଆମେ ଏଭଳି ପିଲାମାନଙ୍କୁ

ସୋଆ କମ୍ୟୁନିଟି ରେଡିଓ ପରିଦର୍ଶନ କଲେ ସାଧାରଣ ସୁବିଧାରୁ ବଞ୍ଚିତ ଶିଶୁ, ବଖାଣିଲେ ଅନୁଭୂତି

ଭୁବନେଶ୍ବର: ମୌଳିକ ଅଧିକାରରୁ ବଞ୍ଚିତ ପନ୍ଦର ଜଣ ଶିଶୁ ଗତ ଶନିବାର ସୋଆ କମ୍ୟୁନିଟି ରେଡିଓ ୯୦.୪ ବୁଲି ଦେଖିଛନ୍ତି । ଏହି ଶିଶୁମାନେ ପ୍ରଥମ ଥର ପାଇଁ କୌଣସି ରେଡିଓ ଷ୍ଟେସନ୍‌କୁ ଆସି ଅଭିଭୂତ ହୋଇପଡ଼ିବା ସହ ଦୈନନ୍ଦିନ ଜୀବନରେ ସେମାନେ କିଭଳି ରାଜରାସ୍ତାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସମ୍ମାନର ସହ ସାଧାରଣ ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ସେନେଇ ଏହି କାର୍ଯ୍ୟକ୍ରମରେ ନିଜ ଅନୁଭୂତି ବଖାଣି ଥିଲେ । ଏହା ସହ ନିଜର ଉତ୍ତମ ଭବିଷ୍ୟତ ନେଇ ଆଶା ପ୍ରକାଶ କରିଛନ୍ତି । 

ଦଶମ ଶ୍ରେଣୀରେ ପଢ଼ୁଥିବା ୧୫ ବର୍ଷୀୟା ଲକ୍ଷ୍ମୀ ରେଡ୍ଡୀ ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ୧୨ ବର୍ଷର କାହ୍ନା ସିଂ କିଭଳି ନିଶାଗ୍ରସ୍ତ ହୋଇଥିଲେ ଏବଂ କିଭଳି ଏଥିରୁ ମୁକୁଳିଥିଲେ ତାହା କହିଥିଲେ। ଏହି ପିଲାମାନେ ରେଡିଓ ଜକି (ଆର୍‌ଜେ)ଙ୍କ ସାମ୍ନାରେ ନିଶା ଆସକ୍ତି, ବାଲ୍ୟ ବିବାହ, ଯୌନ ନିର୍ଯ୍ୟାତନା ଏବଂ ଶିଶୁ ଶ୍ରମିକ ଭାବେ ସେମାନଙ୍କ ଅନୁଭୂତି ଓ ଚିନ୍ତାଧାରା ବଖାଣିଥିଲେ । ଆମେ ଆମ ଇଚ୍ଛାରେ ଏହା କରିନାହୁଁ ମାତ୍ର ପରିସ୍ଥିତି ଆମକୁ ଏଭଳି ଅବସ୍ଥାକୁ ଆଣିଛି ବୋଲି ଜଣେ କହିଥିଲେ । 

ସୋଆ କମ୍ୟୁନିଟି ରେଡିଓ ୯୦.୪ର ଅଫିସର ଇନ୍‌ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ କହିଛନ୍ତି ଯେ, ଏଭଳି ରେଡିଓ କାର୍ଯ୍ୟକ୍ରମରେ ଭାଗ ନେବା ଦ୍ବାରା ଏହି ପିଲାମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ବଢ଼ିବ । ଏହି ମାଧ୍ୟମ ଦ୍ବାରା ଆମେ ଏଭଳି ପିଲାମାନଙ୍କୁ ଉତ୍ତମ ମଣିଷ ହେବାରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଥିଲେ ।  କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ପିଲାମାନଙ୍କୁ ଏକ ସ୍ବେଚ୍ଛାସେବୀ ସଂଗଠନ ସାହାଯ୍ୟ କରିଥିଲେ।