‘କେବଳ ଏହି ମ୍ୟାଚ୍‌ ଜିତି ଯାଅ ବନ୍ଧୁ କୋହଲି ... ’ : IPL ଫାଇନାଲ ପୂର୍ବରୁ RCBର ପ୍ରଶଂସକ ନକୁଳ ମେହଟାଙ୍କ ପ୍ରତିକ୍ରିୟା

ମୁମ୍ୱାଇ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ରଶଂସକଙ୍କ ୧୮ ବର୍ଷର ପ୍ରତୀକ୍ଷା ଆଜି ଶେଷ ହୋଇପାରେ। ପ୍ରକୃତ କଥା ହେଲା, ୩ ଜୁନ ଅର୍ଥାତ୍‌ ଆଜି ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ମୁକାବିଲା ପଞ୍ଜାବ କିଙ୍ଗ୍ସ ସହ ହେବାକୁ ଯାଉଛି। ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି। ଅଭିନେତା ନକୁଲ ମେହଟା ମଧ୍ୟ ପ୍ରାର୍ଥନା କରିଛନ୍ତି।ଟିଭି ଅଭିନେତା ନକୁଲ ମେହଟା ଏକ ଫନି ଭିଡ଼ିଓ ସେୟାର କରି କହିଛନ୍ତି - ସେ ଆରସିବିର ଜଣେ ବଡ଼ ପ୍ରଶଂସକ । ସେ ଶପଥ କରିଛନ୍ତି ଯଦି ଆଇପିଏଲ୍‌ ୨୦୨୫ରେ ଆରସିବି ଜିତେ ତ ସେ କନ୍ନଡ ଶିଖିବେ , ସାଉଥ୍‌ ଇଣ୍ଡିଆନ ଖାଦ୍ୟ ଖାଇବେ ଏବଂ ବିରାଟ କୋହଲିଙ୍କ ପାଇଁ ମନ୍ଦିର ମଧ୍ୟ ଗଢାଇବେ। ଅଭିନେତା ନକୁଲ କହିଛନ୍ତି , ୧୮ ବର୍ଷର ପ୍ରତୀକ୍ଷା ପରେ ଶେଷରେ ସେହି ଦିନ ଆସିଛି , ଯେଉଁ ଦିନ ଆମେ ( ଆରସିବି) କପ୍‌ ଉଠାଇବୁ । ମିଷ୍ଟର ୧୮ , ନିଃସନ୍ଦେହ ଇତିହାସର ସବୁଠୁ ବେଷ୍ଟ ଆଇପିଏଲ ପ୍ଲେୟାର ଏବଂ ଆଜି ନିଜର ପ୍ରଥମ ଟ୍ରଫି ଉଠାଇବାକୁ ଯାଉଛନ୍ତି । ଆପଣ ସବୁ କଣ ମୋ ସହ ଅଛନ୍ତି ? ନକୁଳ ଆହୁରି କହିଛନ୍ତି ,ବନ୍ଧୁ, ବାସ୍‌ ଏହି ମ୍ୟାଚ୍ ଜିତି ଯାଅ ଏବଂ ମୁଁ କନ୍ନଡ ଶିଖିବା ଆରମ୍ଭ କରିଦେବି ଏବଂ ଏହି ଭିଡ଼ିଓକୁ ପୁଣି ଥରେ ପୋଷ୍ଟ କରିବାକୁ ଶପଥ କରୁଛି। ଭାଇ , ମୁଁ ସାଉଥ୍‌ ଇଣ୍ଡିଆନ ଖାଦ୍ୟ ମଧ୍ୟ ଖାଇବା ଆରମ୍ଭ କର

‘କେବଳ ଏହି ମ୍ୟାଚ୍‌ ଜିତି ଯାଅ ବନ୍ଧୁ କୋହଲି ... ’ : IPL ଫାଇନାଲ ପୂର୍ବରୁ RCBର ପ୍ରଶଂସକ ନକୁଳ ମେହଟାଙ୍କ ପ୍ରତିକ୍ରିୟା

ମୁମ୍ୱାଇ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ରଶଂସକଙ୍କ ୧୮ ବର୍ଷର ପ୍ରତୀକ୍ଷା ଆଜି ଶେଷ ହୋଇପାରେ। ପ୍ରକୃତ କଥା ହେଲା, ୩ ଜୁନ ଅର୍ଥାତ୍‌ ଆଜି ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ମୁକାବିଲା ପଞ୍ଜାବ କିଙ୍ଗ୍ସ ସହ ହେବାକୁ ଯାଉଛି। ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି। ଅଭିନେତା ନକୁଲ ମେହଟା ମଧ୍ୟ ପ୍ରାର୍ଥନା କରିଛନ୍ତି।

ଟିଭି ଅଭିନେତା ନକୁଲ ମେହଟା ଏକ ଫନି ଭିଡ଼ିଓ ସେୟାର କରି କହିଛନ୍ତି - ସେ ଆରସିବିର ଜଣେ ବଡ଼ ପ୍ରଶଂସକ । ସେ ଶପଥ କରିଛନ୍ତି ଯଦି ଆଇପିଏଲ୍‌ ୨୦୨୫ରେ ଆରସିବି ଜିତେ ତ ସେ କନ୍ନଡ ଶିଖିବେ , ସାଉଥ୍‌ ଇଣ୍ଡିଆନ ଖାଦ୍ୟ ଖାଇବେ ଏବଂ ବିରାଟ କୋହଲିଙ୍କ ପାଇଁ ମନ୍ଦିର ମଧ୍ୟ ଗଢାଇବେ। 

ଅଭିନେତା ନକୁଲ କହିଛନ୍ତି , ୧୮ ବର୍ଷର ପ୍ରତୀକ୍ଷା ପରେ ଶେଷରେ ସେହି ଦିନ ଆସିଛି , ଯେଉଁ ଦିନ ଆମେ ( ଆରସିବି) କପ୍‌ ଉଠାଇବୁ । ମିଷ୍ଟର ୧୮ , ନିଃସନ୍ଦେହ ଇତିହାସର ସବୁଠୁ ବେଷ୍ଟ ଆଇପିଏଲ ପ୍ଲେୟାର ଏବଂ ଆଜି ନିଜର ପ୍ରଥମ ଟ୍ରଫି ଉଠାଇବାକୁ ଯାଉଛନ୍ତି । ଆପଣ ସବୁ କଣ ମୋ ସହ ଅଛନ୍ତି ? 

ନକୁଳ ଆହୁରି କହିଛନ୍ତି ,ବନ୍ଧୁ, ବାସ୍‌ ଏହି ମ୍ୟାଚ୍ ଜିତି ଯାଅ ଏବଂ ମୁଁ କନ୍ନଡ ଶିଖିବା ଆରମ୍ଭ କରିଦେବି ଏବଂ ଏହି ଭିଡ଼ିଓକୁ ପୁଣି ଥରେ ପୋଷ୍ଟ କରିବାକୁ ଶପଥ କରୁଛି। ଭାଇ , ମୁଁ ସାଉଥ୍‌ ଇଣ୍ଡିଆନ ଖାଦ୍ୟ ମଧ୍ୟ ଖାଇବା ଆରମ୍ଭ କରି ଦେବି।  ମୁଁ ଯେଉଁଠି ବି ଭଲ ୱାଇ-ଫାଇ ଥିବ ,ସେଠାକୁ ଯିବି । ତୁମେ ଏମିତି କାହିଁକି କରୁନ ଏବଂ ମୁଁ ଯାହା ବି କରିବାକୁ ହେବ କରିବି। ମୁଁ ବିରାଟ କୋହଲିଙ୍କ ପାଇଁ ଏକ ମନ୍ଦିର କରାଇବି ଓ ଜଳଖିଆରେ ,ମଧ୍ୟାହ୍ନ ଭୋଜନରେ ଓ ରାତ୍ର ଭୋଜନରେ ରସମ ଖାଇବି । ମୁଁ ବିଜୟ ମାଲ୍ୟାଙ୍କ ସବୁ ଋଣ ଶୁଝି ଦେବି । କିଛି ଅଧିକ ହୋଇଗଲା , କିନ୍ତୁ ଭାବନାକୁ ବୁଝନ୍ତୁ ନା । ବାସ୍‌ ଏହି ମ୍ୟାଚ୍‌ ଜିତି ଯାଅ।