ଲିଫ୍ଟରେ ଚାପି ହୋଇ ରୋଗୀ ମୃତ ଘଟଣା, ପରିବାରକୁ ସହାୟତା ସହ ଜଣଙ୍କୁ ସରକାରୀ ଚାକିରି ପ୍ରଦାନ

ଭଦ୍ରକ ୧୮।୦୫ : ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣା । ମୃତକଙ୍କ ସଂପର୍କୀୟଙ୍କୁ ଆର୍ଥିକ ସହାୟତା ସହ ପରିବାରର ଜଣଙ୍କୁ ଚାକିରି ପ୍ରଦାନ କରାଯାଇଛି । ସିଡିଏମ୍‌ଓଙ୍କ ଉପସ୍ଥିତିରେ ପ୍ରଦାନ କଲେ ସେଫାର୍ଡର ମୁଖ୍ୟ ଜଗନ୍ନାଥ ମହାନ୍ତି । ଖବର ଅନୁଯାୟୀ, ଅପ୍ରେଲ୍‌ ୨୪ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଥିଲା ଅଘଟଣ । ଜଣେ ରୋଗୀ ଷ୍ଟ୍ରେଚରରେ ରହିଥିବା ବେଳେ ହଠାତ୍‌ ଲିଫ୍ଟ ଚାଲିଥିଲା । ଯାହାଫଳରେ ମହିଳା ଜଣଙ୍କ ଚାପି ହୋଇ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ଚାରିଆଡ଼ୁ ଉଠିଥିଲା ବିବାଦ । ଘଟଣାକୁ ୧୫ରୁ ଅଧିକ ଦିନ ବିତିଯାଇଥିଲା ସୁଦ୍ଧା ପରିବାରକୁ ମିଳିନଥିଲା କ୍ଷତିପୂରଣ । ଶେଷରେ ପରିବାରକୁ ମିଳିଛି କ୍ଷତିପୂରଣ । ମୃତକଙ୍କ ସଂପର୍କୀଯୟଙ୍କ ଉପସ୍ଥିତରେ   ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ପରିବାରର ଜଣଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଇଛି । 

ଲିଫ୍ଟରେ ଚାପି ହୋଇ ରୋଗୀ ମୃତ ଘଟଣା, ପରିବାରକୁ ସହାୟତା ସହ ଜଣଙ୍କୁ ସରକାରୀ ଚାକିରି ପ୍ରଦାନ

ଭଦ୍ରକ ୧୮।୦୫ : ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣା । ମୃତକଙ୍କ ସଂପର୍କୀୟଙ୍କୁ ଆର୍ଥିକ ସହାୟତା ସହ ପରିବାରର ଜଣଙ୍କୁ ଚାକିରି ପ୍ରଦାନ କରାଯାଇଛି । ସିଡିଏମ୍‌ଓଙ୍କ ଉପସ୍ଥିତିରେ ପ୍ରଦାନ କଲେ ସେଫାର୍ଡର ମୁଖ୍ୟ ଜଗନ୍ନାଥ ମହାନ୍ତି । 

ଖବର ଅନୁଯାୟୀ, ଅପ୍ରେଲ୍‌ ୨୪ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଥିଲା ଅଘଟଣ । ଜଣେ ରୋଗୀ ଷ୍ଟ୍ରେଚରରେ ରହିଥିବା ବେଳେ ହଠାତ୍‌ ଲିଫ୍ଟ ଚାଲିଥିଲା । ଯାହାଫଳରେ ମହିଳା ଜଣଙ୍କ ଚାପି ହୋଇ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ଚାରିଆଡ଼ୁ ଉଠିଥିଲା ବିବାଦ । ଘଟଣାକୁ ୧୫ରୁ ଅଧିକ ଦିନ ବିତିଯାଇଥିଲା ସୁଦ୍ଧା ପରିବାରକୁ ମିଳିନଥିଲା କ୍ଷତିପୂରଣ । ଶେଷରେ ପରିବାରକୁ ମିଳିଛି କ୍ଷତିପୂରଣ । ମୃତକଙ୍କ ସଂପର୍କୀଯୟଙ୍କ ଉପସ୍ଥିତରେ   ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ପରିବାରର ଜଣଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଇଛି ।