“ସମ୍ବେଦନଶୀଳତାର ଅଭାବ”, ଅବୈଧ ଭଙ୍ଗାରୁଜା ପାଇଁ କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧।୪: ଅବୈଧ ଭଙ୍ଗାରୁଜାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଏଥିସହିତ ଅବୈଧ ଭଙ୍ଗାରୁଜା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକମାନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଉତ୍ତର ପ୍ରଦେଶ ସମେତ ସାରା ଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୁପ୍ରିମକୋର୍ଟ କଠୋର ମନୋଭାବ ଗ୍ରହଣ କରୁଛନ୍ତି। ୨୦୨୧ ମସିହାରେ ପ୍ରୟାଗରାଜରେ ଜଣେ ଓକିଲ, ଜଣେ ପ୍ରଫେସର ଏବଂ ତିନି ଜଣ ମହିଳା ଆବେଦନକାରୀଙ୍କ ଘର ବୁଲଡୋଜର ଦ୍ୱାରା ଭାଙ୍ଗିବା ମାମଲାରେ, ମଙ୍ଗଳବାର ସୁପ୍ରିମକୋର୍ଟ […] The post “ସମ୍ବେଦନଶୀଳତାର ଅଭାବ”, ଅବୈଧ ଭଙ୍ଗାରୁଜା ପାଇଁ କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ appeared first on Dharitri Odia News.

“ସମ୍ବେଦନଶୀଳତାର ଅଭାବ”, ଅବୈଧ ଭଙ୍ଗାରୁଜା ପାଇଁ କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧।୪: ଅବୈଧ ଭଙ୍ଗାରୁଜାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଏଥିସହିତ ଅବୈଧ ଭଙ୍ଗାରୁଜା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକମାନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଉତ୍ତର ପ୍ରଦେଶ ସମେତ ସାରା ଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୁପ୍ରିମକୋର୍ଟ କଠୋର ମନୋଭାବ ଗ୍ରହଣ କରୁଛନ୍ତି।

୨୦୨୧ ମସିହାରେ ପ୍ରୟାଗରାଜରେ ଜଣେ ଓକିଲ, ଜଣେ ପ୍ରଫେସର ଏବଂ ତିନି ଜଣ ମହିଳା ଆବେଦନକାରୀଙ୍କ ଘର ବୁଲଡୋଜର ଦ୍ୱାରା ଭାଙ୍ଗିବା ମାମଲାରେ, ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଘର ଭାଙ୍ଗିବା ପ୍ରକ୍ରିୟା ଅସାମ୍ବିଧାନିକ ଥିଲା। କୋର୍ଟ କହିଛନ୍ତି ଯେ ଘର ଭାଙ୍ଗିବାର ଏହି ମନମୁଖୀ ପ୍ରକ୍ରିୟା ମଧ୍ୟ ନାଗରିକ ଅଧିକାରର ଏକ ଅସମ୍ବେଦନଶୀଳ ଉଲ୍ଲଂଘନ।

କୋର୍ଟ କହିଛନ୍ତି ଯେ ଏହା ଆମର ବିବେକକୁ ଦୋହଲାଇ ଦେଉଛି ଏବଂ ଆଶ୍ରୟ ଅଧିକାର ବୋଲି ମଧ୍ୟ କିଛି ଅଛି। ଏହି ପରିପ୍ରେକ୍ଷୀରେ, ନୋଟିସ୍ ଏବଂ ଅନ୍ୟାନ୍ୟ ଉପଯୁକ୍ତ ପ୍ରକ୍ରିୟା ବୋଲି କିଛି ଅଛି, ଯାହା ଅନୁସରଣ କରାଯାଇ ନଥିଲା। କୋର୍ଟ ପ୍ରୟାଗରାଜ ବିକାଶ କର୍ତ୍ତୃପକ୍ଷଙ୍କୁ ପାଞ୍ଚ ଜଣ ପୀଡିତଙ୍କୁ କ୍ଷତିପୂରଣ ଭାବରେ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

The post “ସମ୍ବେଦନଶୀଳତାର ଅଭାବ”, ଅବୈଧ ଭଙ୍ଗାରୁଜା ପାଇଁ କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ appeared first on Dharitri Odia News.