ମୁଖ୍ୟମନ୍ତ୍ରୀଙ୍କ ଚର୍ଚ୍ଚା ମଧ୍ୟରେ ଆସିଲା ମନମୋହନଙ୍କ ବଡ଼ ପ୍ରତିକ୍ରିୟା
ଭୁବନେଶ୍ୱର,୧୦।୬: ଓଡ଼ିଶାରେ ନିର୍ବାଚନର ଫଳାଫଳ ବାହାରିବାର ସପ୍ତାହେ ବିତିଯାଇଥିଲେ ମଧ୍ୟ ଭାଜପା କାହାକୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବ, ସେନେଇ ଏଯାଏ ଘୋଷଣା କରିନାହିଁ। ତେବେ ଆସନ୍ତାକାଲି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ପଷ୍ଟ ହୋଇଯିବ ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ମନମୋହନ କହିଛନ୍ତି, ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ତାହା ପରେ ସବୁ ସ୍ପଷ୍ଟ ହୋଇଯିବ। ୧୧ ତାରିଖରେ ବିଧାୟକ ଦଳ ବୈଠକ ହେବ। ଦୁଇ କେନ୍ଦ୍ରୀୟ ନେତା ରାଜନାଥ ସିଂ ଓ […] The post ମୁଖ୍ୟମନ୍ତ୍ରୀଙ୍କ ଚର୍ଚ୍ଚା ମଧ୍ୟରେ ଆସିଲା ମନମୋହନଙ୍କ ବଡ଼ ପ୍ରତିକ୍ରିୟା appeared first on Dharitri Odia News.
ଭୁବନେଶ୍ୱର,୧୦।୬: ଓଡ଼ିଶାରେ ନିର୍ବାଚନର ଫଳାଫଳ ବାହାରିବାର ସପ୍ତାହେ ବିତିଯାଇଥିଲେ ମଧ୍ୟ ଭାଜପା କାହାକୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବ, ସେନେଇ ଏଯାଏ ଘୋଷଣା କରିନାହିଁ। ତେବେ ଆସନ୍ତାକାଲି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ପଷ୍ଟ ହୋଇଯିବ ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ମନମୋହନ କହିଛନ୍ତି, ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ତାହା ପରେ ସବୁ ସ୍ପଷ୍ଟ ହୋଇଯିବ। ୧୧ ତାରିଖରେ ବିଧାୟକ ଦଳ ବୈଠକ ହେବ। ଦୁଇ କେନ୍ଦ୍ରୀୟ ନେତା ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କ ଉପରେ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ୱ ରହିଛି। ଆଉ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ମୋହର ବାଜିବ। ନିଜ ନାଁ ମୁଖ୍ୟମନ୍ତ୍ରୀ ରେସରେ ଥିବା ନେଇ ମନମୋହନ କହିଛନ୍ତି, ସେଭଳି ଚର୍ଚ୍ଚା ଓ ଆଲୋଚନା କରିବା ଉଚିତ୍ ନୁହେଁ । ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ ।
The post ମୁଖ୍ୟମନ୍ତ୍ରୀଙ୍କ ଚର୍ଚ୍ଚା ମଧ୍ୟରେ ଆସିଲା ମନମୋହନଙ୍କ ବଡ଼ ପ୍ରତିକ୍ରିୟା appeared first on Dharitri Odia News.