‘ଉତ୍ତମ ସ୍ବାସ୍ଥ୍ୟ ଗଠନରେ ପାରମ୍ପରିକ ଖାଦ୍ୟର ଆବଶ୍ୟକତା ରହିଛି’

ଦାରିଙ୍ଗବାଡ଼ି,୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ପରିସର ମଧ୍ୟରେ ବୁଧବାର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଆଜିର ଦିନରେ ଅଧିକାଂଶ ବିଶେଷକରି ଯୁବପିଢ଼ି ଘର ଖାଦ୍ୟ ଅପେକ୍ଷା ବାହାରେ ହୋଟେଲ, ଫାଷ୍ଟଫୁଡ୍‌ ସେଣ୍ଟରରେ ଖାଇବାକୁ ଆଗ୍ରହ ପ୍ରକାଶ […] The post ‘ଉତ୍ତମ ସ୍ବାସ୍ଥ୍ୟ ଗଠନରେ ପାରମ୍ପରିକ ଖାଦ୍ୟର ଆବଶ୍ୟକତା ରହିଛି’ appeared first on Dharitri Odia News.

‘ଉତ୍ତମ ସ୍ବାସ୍ଥ୍ୟ ଗଠନରେ ପାରମ୍ପରିକ ଖାଦ୍ୟର ଆବଶ୍ୟକତା ରହିଛି’

ଦାରିଙ୍ଗବାଡ଼ି,୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ପରିସର ମଧ୍ୟରେ ବୁଧବାର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଆଜିର ଦିନରେ ଅଧିକାଂଶ ବିଶେଷକରି ଯୁବପିଢ଼ି ଘର ଖାଦ୍ୟ ଅପେକ୍ଷା ବାହାରେ ହୋଟେଲ, ଫାଷ୍ଟଫୁଡ୍‌ ସେଣ୍ଟରରେ ଖାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଏଥିପାଇଁ ଅତି କମ୍‌ ବୟସରୁ ହିଁ ସ୍ବାସ୍ଥ୍ୟ ବିଗିଡ଼ି ଯାଉଛି। ତେଣୁ ଘରୋଇ ପ୍ରସ୍ତୁତ ଖାଦ୍ୟ ତଥା ପାରମ୍ପାରିକ ଖାଦ୍ୟ ପିଠା, ମିଠା ସହ ବରା, ପକୋ ଆଳୁ ଚପ୍‌, ସିଙ୍ଗଡ଼ା ଭଳି ସ୍ନାକ୍ସ ଘରେ ପ୍ରସ୍ତୁତି ଖାଦ୍ୟ ପ୍ରତି କିଭଳି ଆଗ୍ରହ ବଢ଼ିବ ସେନେଇ ଏହି ମେଳା ମାଧ୍ୟମରେ ସଚେତନ କରାଯିବା ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ନିଜ ଘରେ ଓ ଗାଁରେ କିଭଳି ଅଧିକରୁ ଅଧିକ ଏଭଳି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି କରିବା ସହ ନିଜ ପିଲାମାନଙ୍କୁ, ପରିବାର, ସମ୍ପର୍କୀୟଙ୍କୁ ପାରମ୍ପରିକ ଖାଦ୍ୟ ଖାଇବାକୁ ଉତ୍ସାହିତ କରାଇବେ ସେଥିପାଇଁ ସେମାନଙ୍କୁ ଖାଦ୍ୟ ପ୍ରସ୍ତୁତିକୁ ନେଇ ପ୍ରତିଯୋଗିତା କରାଯାଇଥିଲ। ଏଥିରେ ୨୪ ଜଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସର୍ବୋଚ୍ଚ କୃତିତ୍ୱ ଭାବେ ଚୟନ କରାଯିବ ବୋଲି ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା କହିଛନ୍ତି।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁପରଭାଇଜର ଶକୁନ୍ତଳା ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷିତୀଶ ପ୍ରିୟଦର୍ଶୀ ସାହୁ, ବିପିସି ପ୍ରଦୀପ ଭୋଇ,ବିପିଏ ପ୍ରଭାସିନୀ ପ୍ରଧାନ, ମହିଳା ଫେଡେରେଶନର ସଭାନେତ୍ରୀ ରଶ୍ମୀଦେବୀ ନାୟକ, ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ସସ୍ମିତା ସାମନ୍ତ ପ୍ରମୁଖ ଯୋଗଦେଇ ସୁସ୍ଥ ସ୍ବାସ୍ୟ ଗଠନ ପାଇଁ ଘରୋଇ ପାରମ୍ପରିକ ଖାଦ୍ୟର ଫାଇଦା ସମ୍ପର୍କରେ ମତ ପ୍ରକାଶ କରିଥିଲେ।

The post ‘ଉତ୍ତମ ସ୍ବାସ୍ଥ୍ୟ ଗଠନରେ ପାରମ୍ପରିକ ଖାଦ୍ୟର ଆବଶ୍ୟକତା ରହିଛି’ appeared first on Dharitri Odia News.