ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ
ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା କୁରୁଡ଼ା ଛକରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାସ୍ଥଳରେ ପହଞ୍ଚିଥିଲେ। ପ୍ରାର୍ଥୀ ଜେନା, ରେମୁଣା ବିଧାୟକ ପ୍ରାର୍ଥୀ ସୁଦର୍ଶନ ଜେନା ଓ ଅନ୍ୟ ନେତୃବୃନ୍ଦ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜିଲା ସଭାପତି ସଞ୍ଜୀବ ଗିରି ସଭାପତିତ୍ୱ […] The post ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ appeared first on Dharitri Odia News.
ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା କୁରୁଡ଼ା ଛକରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାସ୍ଥଳରେ ପହଞ୍ଚିଥିଲେ।
ପ୍ରାର୍ଥୀ ଜେନା, ରେମୁଣା ବିଧାୟକ ପ୍ରାର୍ଥୀ ସୁଦର୍ଶନ ଜେନା ଓ ଅନ୍ୟ ନେତୃବୃନ୍ଦ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜିଲା ସଭାପତି ସଞ୍ଜୀବ ଗିରି ସଭାପତିତ୍ୱ କରି ବାଲେଶ୍ୱରର ବିକାଶ ଚାହୁଁଥିଲେ ଶ୍ରୀକାନ୍ତ ଜେନାଙ୍କୁ ସମର୍ଥନ କରିବାକୁ ନିବେଦନ କରିଥିଲେ। ସେହିଭଳି ରେମୁଣା ବିଧାୟକ ପ୍ରାର୍ଥୀ ଜେନା କହିଥିଲେ ଯେ, ଗତ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବାଲେଶ୍ୱରର ଏମ୍ପି ଶ୍ରୀକାନ୍ତ ଜେନା ଓ ତାଙ୍କ ବିଧାୟକ ସମୟରେ ହୋଇଥିବା ବିକାଶ ଅତୁଳନୀୟ। ଶ୍ରୀକାନ୍ତ ତାଙ୍କ ବକ୍ତବ୍ୟରେ କହିଥିଲେ କି, ୨୦୧୪ ପରେ ଦୁଇଜଣ ଏମ୍ପି ବାଲେଶ୍ୱରରୁ ସଂସଦକୁ ଯାଇଛନ୍ତି। ବାଲେଶ୍ୱରର ବିକାଶରେ ସେମାନଙ୍କର ଭୂମିକା କ’ଣ ବୋଲି ପ୍ରଶ୍ନ କରିଥିଲେ। ଆମ ସରକାର ଥିବା ବେଳେ ଦେଶର ପ୍ରଥମ ଜିଲା ବାଲେଶ୍ୱର ଜିଲାକୁ ନାବାର୍ଡ଼ ଚାଷୀ ଓ ଚାଷର ଉନ୍ନତି ପାଇଁ ୧୦୦୦କୋଟି ଟଙ୍କା ଦେଇଥିଲେ, କୁଆଡେ ଗଲା ସେ ଟଙ୍କା। ସେହିଭଳି ମୁଖ୍ୟମନ୍ତ୍ରୀଙ୍କୁ ମହିଳାଙ୍କ ପ୍ରତି ଦରଦ ଅଛି, ତେବେ କାହିଁକି ଇସ୍ତଫା ଦେଇ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ବନାଉନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଯଦି ଆମ କାମର ହିସାବ ଦେବୁ କାଗଜ କଲମ କମ୍ ପଡ଼ିଯିବ ବୋଲି ଏମ୍ପି ପ୍ରାର୍ଥୀ ଜେନା କହିଥିଲେ। ସତ୍ୟଶିବ ଦାସ, ଅକ୍ଷୟ ଆଚାର୍ଯ୍ୟ, ବିକାଶ ଦାସ, ରଞ୍ଜନ ଦାସ, ତରୁଣ ଦାସ, ଗଣେଶ ପଣ୍ଡା, ସୁଧାଂଶୁ ଜେନା, ଜ୍ୟୋତ୍ସ୍ନା ସେନାପତି, ଅକ୍ଷୟ ମଲ୍ଲିକ, ତୁଷାର ତପସ୍ବୀ, ଅଜଗର ଅଲ୍ଲୀ, କୁମୁଦୁନି ଦାଶ, କହ୍ନେଇ ବେହେରା, ନିସିତ ବାରିକ, ମନୋରଞ୍ଜନ ପଣ୍ଡା, ଅନିରୁଦ୍ଧ ସେନାପତି, ରାମନାରାୟଣ ଶତପଥୀ, ଊର୍ମିଳା ମାଝି, ସରୋଜ ଲେଙ୍କା, ନିରଞ୍ଜନ ବେହେରା ଓ ମନୋଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
The post ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ appeared first on Dharitri Odia News.