ବଡ଼ ନିଷ୍ପତି ନେଲେ ଅସନ୍ତୁଷ୍ଟ ବିଜେଡି କର୍ମୀ
କେନ୍ଦୁଝର,୧୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବିଜୁ ଜନତା ଦଳ ତରଫରୁ ତେଲକୋଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର ଓ ଏମ୍ପି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁଙ୍କୁ ଠାକୁରପଡ଼ାରେ ସୋମବାର ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଅର୍ଥାତ ରବିବାର ହରିଚନ୍ଦନପୁର ବ୍ଲକ୍ର ୨୫ ପଞ୍ଚାୟତର ଅସନ୍ତୁଷ୍ଟ ବିଜେଡି କର୍ମୀ ମନହରପୁର ପଡ଼ିଆରେ ଏକତ୍ରିତ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର ଯୋଗଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଶେଷ ମୁହୁର୍ତ୍ତରେ […] The post ବଡ଼ ନିଷ୍ପତି ନେଲେ ଅସନ୍ତୁଷ୍ଟ ବିଜେଡି କର୍ମୀ appeared first on Dharitri Odia News.
କେନ୍ଦୁଝର,୧୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବିଜୁ ଜନତା ଦଳ ତରଫରୁ ତେଲକୋଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର ଓ ଏମ୍ପି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁଙ୍କୁ ଠାକୁରପଡ଼ାରେ ସୋମବାର ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଅର୍ଥାତ ରବିବାର ହରିଚନ୍ଦନପୁର ବ୍ଲକ୍ର ୨୫ ପଞ୍ଚାୟତର ଅସନ୍ତୁଷ୍ଟ ବିଜେଡି କର୍ମୀ ମନହରପୁର ପଡ଼ିଆରେ ଏକତ୍ରିତ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର ଯୋଗଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଶେଷ ମୁହୁର୍ତ୍ତରେ ସେ ଯୋଗଦେଇ ନ ଥିବାରୁ ସୋମବାର ହେବାକୁଥିବା କର୍ମୀ ସମ୍ମିଳନୀରେ କୌଣସି ଅସନ୍ତୁଷ୍ଟ କର୍ମୀ ଯୋଗ ଦେବେ ନାହିଁ ବୋଲି ବୈଠକରେ ଶପଥ ନେଇଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା। ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର ଯେବେ ସମୟ ଦେବେ ଓ ନିଜେ କର୍ମୀମାନଙ୍କ ସହିତ ଜିଲା କିମ୍ବା ରାଜ୍ୟସ୍ତର ନେତାଙ୍କ ଉପସ୍ଥିତିରେ ଆଗାମୀ ୫ ବର୍ଷ କର୍ମୀମାନଙ୍କ ସୁଖ ଦୁଃଖରେ ସାମିଲ ହେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେବେ, ତାହେଲେ ବିଜୁ ଜନତା ଦଳକୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ନିଷ୍ପତ୍ତି କରିଛନ୍ତି। ପ୍ରକାଶ ଥାଉ କି, ତେଲକୋଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ଯଦି ଏହି ଭଳି ଜାରି ରୁହେ ଏହି ଆସନ ବିଜୁ ଜନତା ଦଳ ହାତରୁ ଖସି ଯିବାର ସମ୍ଭାବନା ରହିଛି। ବୈଠକରେ ୫୦୦ରୁ ଊର୍ଦ୍ଧ୍ୱ କର୍ମୀଙ୍କ ସମାଗମ ହୋଇଥିଲା। ଏ ନେଇ ମାଧବ ସର୍ଦ୍ଦାର କହିଛନ୍ତି, ଲୋକଙ୍କ ଅସନ୍ତୋଷର କାରଣ ବୁଝି ସମାଧାନ କରିବେ।
The post ବଡ଼ ନିଷ୍ପତି ନେଲେ ଅସନ୍ତୁଷ୍ଟ ବିଜେଡି କର୍ମୀ appeared first on Dharitri Odia News.