ଭାଜପାରେ ତେଜିଲା କଳହ: ଉପମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଆସିଲେ ବିଧାୟକ
ନୂଆଦିଲ୍ଲୀ,୧୮।୭: ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଟୁଇଟ ଏବଂ ଭାଜପା ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ୟୁପି ଭାଜପାରେ ରାଜନୈତିକ କଳହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚାନ୍ଦୁଲିର ସୟଦରାଜ ଆସନରୁ ଭାଜପା ବିଧାୟକ ସୁଶୀଲ ସିଂଙ୍କଠାରୁ ମଧ୍ୟ ଏକ ବଡ଼ ବିବୃତ୍ତି ଆସିଛି। ସେ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବିବୃତ୍ତିକୁ ସମର୍ଥନ କରି କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ସଂଗଠନ ସରକାରଙ୍କଠାରୁ ବଡ, କୌଣସି ଦଳରେ ଏହା ହେଉଛି ସଂଗଠନ। ସୁଶୀଲ […] The post ଭାଜପାରେ ତେଜିଲା କଳହ: ଉପମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଆସିଲେ ବିଧାୟକ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୭: ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଟୁଇଟ ଏବଂ ଭାଜପା ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ୟୁପି ଭାଜପାରେ ରାଜନୈତିକ କଳହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚାନ୍ଦୁଲିର ସୟଦରାଜ ଆସନରୁ ଭାଜପା ବିଧାୟକ ସୁଶୀଲ ସିଂଙ୍କଠାରୁ ମଧ୍ୟ ଏକ ବଡ଼ ବିବୃତ୍ତି ଆସିଛି। ସେ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବିବୃତ୍ତିକୁ ସମର୍ଥନ କରି କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ସଂଗଠନ ସରକାରଙ୍କଠାରୁ ବଡ, କୌଣସି ଦଳରେ ଏହା ହେଉଛି ସଂଗଠନ।
ସୁଶୀଲ ସିଂ କହିଛନ୍ତି, ସଂଗଠନରେ କୌଣସି ଅସୁବିଧା ନାହିଁ। ଏହା ସତ୍ୟ ଯେ ଗତ ନିର୍ବାଚନର ଫଳାଫଳ ଆମର ଆଶା ଅନୁଯାୟୀ ନୁହେଁ। କିନ୍ତୁ ବାସ୍ତବରେ ଏହି ସଂଗଠନ ସରକାରଙ୍କ ଅପେକ୍ଷା ବଡ଼ ଏବଂ କୌଣସି ଦଳରେ ସଂଗଠନ ହିଁ ସରକାର ଗଠନ କରନ୍ତି। ଯଦି କୌଣସି ବିଧାୟକ କିମ୍ବା ବ୍ୟକ୍ତି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ଏହା ସେମାନଙ୍କର ବିଷୟ।
ସୁଶୀଲ ସିଂ କହିଛନ୍ତି, ଆଜି ଯୋଗୀ ଆଦିତ୍ୟନାଥ ହେଉଛନ୍ତି ରାଜ୍ୟ ମୁଖ୍ୟ। ୨୦୨୭ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ଦଳର ସର୍ବୋଚ୍ଚ ନେତୃତ୍ୱ, ଯାହା ନିଷ୍ପତ୍ତି ନେବେ ତାହା ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବ। ଆମେ ଆଶା କରୁଛୁ ଯେ ଆଗାମୀ ନିର୍ବାଚନ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ଅପେକ୍ଷାକୃତ ଦୁର୍ବଳ ପ୍ରଦର୍ଶନ ପରେ ଉତ୍ତର ପ୍ରଦେଶରେ ପୁଣି ହେବାକୁ ଯାଉଛି ଉପନିର୍ବାଚନ। ୧୦ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ବି ଏହାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ସ୍ତରରେ ରାଜନୈତିକ ସରଗରମ ବଢ଼ିବାରେ ଲାଗିଛି। ଯଦି ‘ଜିତିଲେ ମୋଦି’ ତେବେ ‘ହାରିଲେ ବି ମୋଦି’ ନ୍ୟାୟରେ ଭାଜପା ଏବଂ ସହଯୋଗୀ ଦଳଗୁଡ଼ିକର ନେତାମାନେ ସ୍ବର ଉତ୍ତୋଳନ କରୁଛନ୍ତି। ବିଶେଷକରି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ‘ସରକାରଠାରୁ ସଙ୍ଗଠନ ବଡ଼’ ମନ୍ତବ୍ୟ ୟୁପିର ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଅଡ଼ୁଆରେ ପକାଇଛି। ଭିତିରି ସୂତ୍ରରୁ ପ୍ରକାଶ ଯେ, କେଶବ ମୌର୍ଯ୍ୟ ସମାଜବାଦୀ ପାର୍ଟି ପଲା ଭାରି ଥିବା ଦେଖି ଅଖିଳେଶ ଯାଦବଙ୍କ ଯୋଗସୂତ୍ରରେ ରହିଛନ୍ତି। ଏଥିପାଇଁ ଭାଜପା ଭିତରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ତାଙ୍କ ବାର୍ଗେନିଂ କାପାସିଟି ବା ମୂଲଚାଲ ଦକ୍ଷତା ବଢ଼ିଯାଇଛି। ପାଓ୍ବାର କରିଡରରେ ଏବେ ଗୋଟିଏ ଚର୍ଚ୍ଚା, ୟୁପିରେ କିଛି ଗୋଟିଏ ହେବାକୁ ଯାଉଛି। ତେବେ କେବଳ ୟୁପି ନୁହେଁ, ଇଣ୍ଡିଆ ମେଣ୍ଟ ମଜଭୁତ ହୋଇଥିବା ପ୍ରାୟ ସବୁ ରାଜ୍ୟରେ ଦଳୀୟ ନେତୃତ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।
The post ଭାଜପାରେ ତେଜିଲା କଳହ: ଉପମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଆସିଲେ ବିଧାୟକ appeared first on Dharitri Odia News.