ଜାପାନରେ ବ୍ୟାପିଲା ମାଂସ ଖାଉଥିବା ବିରଳ ଜୀବାଣୁ, ଯାହା ୨ ଦିନରେ ନେଇପାରେ ଜୀବନ
ନୂଆଦିଲ୍ଲୀ, ୧୬।୬: ମାଂସ ଖାଉଥିବା ବିରଳ ଜୀବାଣୁ ବ୍ୟାପିଛି ଜାପାନରେ ଯାହାଦ୍ୱାରା ଲୋକମାନେ ମାତ୍ର ୪୮ ଘଣ୍ଟାରେ ଜୀବନ ହରାଇ ପାରନ୍ତି। କରୋନା ମହାମାରୀ ପରେ ଏହା ବଡ଼ ବିପତ୍ତି ସୃଷ୍ଟି କରିଥିବା ବ୍ଲୁମବର୍ଗ ରିପୋର୍ଟ କରିଛି। ଷ୍ଟ୍ରେପ୍ଟୋକୋକାଲ ଟକ୍ସିକ୍ ଶକ୍ ସିଣ୍ଡ୍ରୋମ (ଏସଟିଏସଏସ) ହେଉଛି ଏକ ଆକ୍ରମଣାତ୍ମକ ରୋଗ ଯାହା ସଂକ୍ରମଣର ୪୮ ଘଣ୍ଟା ମଧ୍ୟରେ ସାଂଘାତିକ ହୋଇପାରେ। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫେକ୍ସଟିଭ୍ ରୋଗ, ୧୯୯୯ ମସିହାରୁ ଏହି ରୋଗର ଘଟଣା ଉପରେ ନଜର […] The post ଜାପାନରେ ବ୍ୟାପିଲା ମାଂସ ଖାଉଥିବା ବିରଳ ଜୀବାଣୁ, ଯାହା ୨ ଦିନରେ ନେଇପାରେ ଜୀବନ appeared first on Dharitri Odia News.
ନୂଆଦିଲ୍ଲୀ, ୧୬।୬: ମାଂସ ଖାଉଥିବା ବିରଳ ଜୀବାଣୁ ବ୍ୟାପିଛି ଜାପାନରେ ଯାହାଦ୍ୱାରା ଲୋକମାନେ ମାତ୍ର ୪୮ ଘଣ୍ଟାରେ ଜୀବନ ହରାଇ ପାରନ୍ତି। କରୋନା ମହାମାରୀ ପରେ ଏହା ବଡ଼ ବିପତ୍ତି ସୃଷ୍ଟି କରିଥିବା ବ୍ଲୁମବର୍ଗ ରିପୋର୍ଟ କରିଛି।
ଷ୍ଟ୍ରେପ୍ଟୋକୋକାଲ ଟକ୍ସିକ୍ ଶକ୍ ସିଣ୍ଡ୍ରୋମ (ଏସଟିଏସଏସ) ହେଉଛି ଏକ ଆକ୍ରମଣାତ୍ମକ ରୋଗ ଯାହା ସଂକ୍ରମଣର ୪୮ ଘଣ୍ଟା ମଧ୍ୟରେ ସାଂଘାତିକ ହୋଇପାରେ।
ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫେକ୍ସଟିଭ୍ ରୋଗ, ୧୯୯୯ ମସିହାରୁ ଏହି ରୋଗର ଘଟଣା ଉପରେ ନଜର ରଖିଥିବା ବେଳେ ଗତ ବର୍ଷ ଜୁନ୍ ୨ ସୁଦ୍ଧା ଜାପାନରେ ଏସଟିଏସଏସ’ର ୯୭୭ ଟି ମାମଲା ରିପୋର୍ଟ ହୋଇଛି।
ତେବେ ଗ୍ରୁପ ଏ’ ଷ୍ଟ୍ରେପ୍ଟୋକୋକସ(ଜିଏଏସ) ମୁଳତଃ ପିଲା ମାନଙ୍କ ଶରୀରର କୌଣସି ଅଂଶ ଫୁଲିଯିବା ଏବଂ ଗଳାର ଫୁଲିଯିବାର କାରଣ ହୋଇଥାଏ,କିନ୍ତୁ କେତେକ ପ୍ରକାରର ଜୀବାଣୁ ଶୀଘ୍ର ବିକଶିତ ହେବାର ଲକ୍ଷଣ ସୃଷ୍ଟି କରିପାରନ୍ତି, ଯେପରିକି ଅଙ୍ଗ ଯନ୍ତ୍ରଣା ଏବଂ ଫୁଲା, ଜ୍ୱର, ନିମ୍ନ ରକ୍ତଚାପ, ଯାହା ଅନୁସରଣ କରାଯାଇପାରେ। ବ୍ଲୁମବର୍ଗ ଅନୁଯାୟୀ ନେକ୍ରୋସିସ୍, ଶ୍ୱାସକ୍ରିୟାରେ ସମସ୍ୟା, ଶାରୀରିକ ବିଫଳତା ଏବଂ ମୃତ୍ୟୁ ହୋଇଥିଲା।
ଟୋକିଓ ମହିଳା ମେଡିକାଲ ୟୁନିଭରସିଟିର ସଂକ୍ରାମକ ରୋଗର ପ୍ରଫେସର କେନ୍ କିକୁଚି କହିଛନ୍ତି ଯେ ଅଧିକାଂଶ ମୃତ୍ୟୁ 48 ଘଣ୍ଟା ମଧ୍ୟରେ ଘଟିଥାଏ। ସେ କହିଛନ୍ତି ଯେ, ଜଣେ ରୋଗୀ ସକାଳେ ପାଦରେ ଫୁଲାଦେଖିବା ମାତ୍ରେ ଏହା ମଧ୍ୟାହ୍ନ ପର୍ଯ୍ୟନ୍ତ ଆଣ୍ଠୁ ପର୍ଯ୍ୟନ୍ତ ବିସ୍ତାର ହୋଇପାରେ ଏବଂ ସେମାନେ ୪୮ ଘଣ୍ଟା ମଧ୍ୟରେ ମରିପାରନ୍ତି। ଏହା ଦ୍ରୁତ ଆର୍ଟରେ ବ୍ୟୁପୁଥିବାରୁ ୫୦ ରୁ ଅଧିକ ଲୋକ ଏହି ରୋଗରେ ଅଧିକ ଆକ୍ରାନ୍ତ ହୁଅନ୍ତି।
କିକୁଚି ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ସଂକ୍ରମଣ ହାରରେ ଜାପାନରେ ଏହି ବର୍ଷ ୨୫୦୦ ରେ ପହଞ୍ଚିପାରେ ଏବଂ ମୃତ୍ୟୁ ହାର ୩୦% ହୋଇପାରେ।
The post ଜାପାନରେ ବ୍ୟାପିଲା ମାଂସ ଖାଉଥିବା ବିରଳ ଜୀବାଣୁ, ଯାହା ୨ ଦିନରେ ନେଇପାରେ ଜୀବନ appeared first on Dharitri Odia News.